Videos
|
Odisha

ଦେଶୀ ମଦ ଓ ଗଞ୍ଜେଇ ସହ ବାଇକ ଜବତ ସୂଚନା ଦେଲେ ଅବକାରୀ ବିଭାଗ ଅଧିକାରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଦେଶୀ ମଦ ଓ ଗଞ୍ଜେଇ ସହ ବାଇକ ଜବତ ସୂଚନା ଦେଲେ ଅବକାରୀ ବିଭାଗ ଅଧିକାରୀ

ଅର୍ଗସ ବ୍ୟୁରୋ : ଦେଶୀ ମଦ ଓ ଗଞ୍ଜେଇ ସହ ତିନୋଟି ବାଇକ ଜବତ । ଚାରିଜଣ ଜଣ ମଧ୍ୟ ଗିରଫ । ତୁଷୁରା ଅବକାରୀ ବିଭାଗ ପକ୍ଷରୁ ୪୮ଲିଟର ଦେଶୀ ମଦ ଓ ୩୨ କେଜି ୩୮୦ ଗ୍ରାମ ଗଞ୍ଜେଇ ଜବତ୍ ହୋଇଛେ । ଇନେଇକି ତୁଷୁରା ଅବକାରୀ ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି । 

ପାଟ୍ରୋଲିଙ୍ଗ ସମୟରେ ଡୁଙ୍ଗିବାହାଳ ଛକଠାରେ ଏକ ବାଇକରେ ଡୁଙ୍ଗିବାହାଳ ଗ୍ରାମର ସୂର୍ଯ୍ୟମଣି ରଣାଆସୁଥିବା ବେଳେ ସନ୍ଦେହ କରି ତାକୁ ଅବକାରୀ ବିଭାଗର ଅଧିକାରୀ ମାନେ ଅଟକାଇ ଥିଲେ । ଯାଞ୍ଚ ପରେ ୪୮ଲିଟର ଦେଶୀ ମଦ ବାହାରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବଡବାହାଲ ଛକ ପାଖରେ ଦୁଇଟି ବାଇକରେ ତିନି ଜଣ ଯୁବକ ଏକ ଜରି ପକେଟ ଅଦଳବଦଳ କରୁଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ସନ୍ଦେହ କରି ଯାଞ୍ଚ କରିଥିଲା। ଉକ୍ତ ଯୁବକଙ୍କ ଠାରୁ ୩୨ କେଜି ୩୮୦ଗ୍ରାମ ଗଞ୍ଜେଇ ଜବତ କରି କୋର୍ଟଚାଲାଣ କରିଥିଲେ । ଉକ୍ତ ଯୁବକ ମାନେ ଗୌରଗୋଠ ଗ୍ରାମର ବ୍ରଜରାଜ କୁମ୍ଭାର (୨୯), ଓମପ୍ରକାଶ ରଣା(୩୬) ଓ ତରଭା ଥାନା ଅନ୍ତର୍ଗତ କମସରା ଗ୍ରାମର ରାଜୀବ ବେହେରା (୩୫) । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: