୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ବିମାଳାନନ୍ଦ ଭୂୟାଁ

ଅର୍ଗସ ବ୍ୟୁରୋ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ । ଅଭିଯୁକ୍ତଙ୍କୁ ଲକ୍ଷ୍ନୌରୁ ଇନ୍ଦିରାନଗରରୁ ଗିରଫରୁ କରାଯାଇଛି । ଅଭିଯୁକ୍ତ ବିମାଳାନନ୍ଦ ଭୂୟାଁ ଓ ତାଙ୍କ ପତ୍ନୀ ରମି ଭୂୟାଁ ବିଭିନ୍ନ ପ୍ରଲୋଭନ ଦେଖାଇ ସମୁଦାୟ ୧୦୦ ଜଣଙ୍କ ଠାରୁ ମୋଟ ୨ କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ ।
ଶ୍ୟାମନଗର, ରାୟପୁର, ଛତିଶଗଡ଼ ରେ ହେଡ ଅଫିସ ଥିବା ବେଳେ ଜଗଦଲପୁର ଓ ଭୁବନେଶ୍ୱର ର ଜୟଦେବ ବିହାରରେ ବ୍ରାଞ୍ଚ ଅଫିସ କରିଥିଲେ । ଖୋର୍ଦ୍ଧା,କୋରାପୁଟ, ନୟାଗଡ଼, ମୟୁରଭଞ୍ଜ, ବାଲେଶ୍ଵର , ରାଉରକେଲା, ସମ୍ବଲପୁର ଓ ଗଞ୍ଜାମର ଲୋକମାନେ ମୂଖ୍ୟତଃ ଠକେଇର ଶିକାର ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଠକେଇ ଅଭିଯୋଗରେ ସମ୍ବଲପୁରର ବିକାଶ ପୋଦାର ନାମକ ଯୁବକ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ । ଠକେଇ ଟଙ୍କାରେ ଦୁବାଇରେ ମଉଜ କରୁଥିବା ଜାଣିବାକୁ ପାଇଛି EOW । ଆବଶ୍ୟକ ସ୍ଥଳେ ଦୁବାଇ ଲିଙ୍କ ନେଇ ଅଧିକ ଖୋଳତାଡ଼ ହେବ ।