Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିନିକା ପୋଲିସକୁ ସଫଳତା, ଜୁଆ ଖେଳ ସାମଗ୍ରୀ ସହ ୪ ଜଣଙ୍କୁ କଲା ଗିରଫ

Odisha

ବିନିକା ପୋଲିସକୁ ସଫଳତା, ଜୁଆ ଖେଳ ସାମଗ୍ରୀ ସହ ୪ ଜଣଙ୍କୁ କଲା ଗିରଫ

Jitendra Dash
Browse all articles by Jitendra Dash
·2 years ago·1 min read
ବିନିକା ପୋଲିସକୁ ସଫଳତା, ଜୁଆ ଖେଳ ସାମଗ୍ରୀ ସହ ୪ ଜଣଙ୍କୁ କଲା ଗିରଫ

ଅର୍ଗସ ବ୍ୟୁରୋ : ବିନିକା ପୋଲିସକୁ ସଫଳତା । ଦୀର୍ଘ ଦିନ ହେବ ବିନିକା ଅଞ୍ଚଳରେ ଜୁଆ ଖେଳ ଚାଲିଥିଲା । ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ନେତୃତ୍ୱରେ ପୋଲିସ ଟିମ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ଚଢାଉ ବେଳେ ମୋଟର ସାଇକଲ, ଟଙ୍କା, ଜୁଆ ଖେଳ ସାମଗ୍ରୀ ସହ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । 

ଦୀର୍ଘଦିନ ହେବ ବିନିକା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଯୁଆଖେଳ ଚାଲିଥିଲା । ଜୁଆ ଖେଳ ହେଉଥିବା ସ୍ଥାନ ଗୁଡିକରେ ପୂର୍ବରୁ ପୋଲିସ ଚଢାଉ କରି ବିଫଳ ହେଇଥିଲା । ଗତକାଲି ସନ୍ଧ୍ୟା ସମୟରେ ବିନିକା ଥାନା ଅନ୍ତର୍ଗତ ସାରଙ୍ଗପାଲି ଗାଁ ନିକଟରେ ଯୁଆଖେଳ ଚାଲିଥିବାର ପୋଲିସ ଖବର ପାଇଥିଲା ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚଢ଼ାଉ ସମୟରେ ପୋଲିସକୁ ଦେଖି କିଛିବ୍ୟକ୍ତି ଜୁଆଆଡ୍ଡାରୁ ଫେରାର ହୋଇଯାଇଥିବା ବେଳେ ଚାରିଜଣ ବ୍ୟକ୍ତିଙ୍କୁ କାବୁ କରିଥିଲା ପୋଲିସ । ଜୁଆଆଡ୍ଡାରୁ ଛଅଟି ମୋଟର ସାଇକଲ, ଗୋଟିଏ ବାଇସାଇକଲ, ୩୦୫୦ ଟଙ୍କା ଓ କିଛି ଜୁଆ ସାମଗ୍ରୀ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସୁଦାମ ଭୋଇ, ସନାତନ ବେହେରା, ଶତ୍ରୁଘ୍ନ ମେହେର, କନିଷ୍ଠ ହରିପାଳ ।

Raja Festival
Sponsored
Binika police arrested 4 people with money, gambling materials | Argus News