Videos
|
Odisha

ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଞ୍ଝାରପୁର ପୋଲିସର ପଛ ଘୁଞ୍ଚା

Jitendra Dash
Browse all articles by Jitendra Dash
·2 years ago·1 min read
ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଞ୍ଝାରପୁର ପୋଲିସର ପଛ ଘୁଞ୍ଚା

ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡିଛି ରାଜ୍ୟ ସରକାରଙ୍କ "ମା କୁ ସମ୍ମାନ"ର ନାରା ।  ଦିନ ଦି ପ୍ରହରରେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଗଣ ଦୁଷ୍କର୍ମ । ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିଞ୍ଝାରପୁର ପୋଲିସର ପଛ ଘୁଞ୍ଚା ଓ ରାଜ୍ୟ ପୋଲିସ ପ୍ରଶାସନର ଅସହାୟତାକୁ ପ୍ରମାଣିତ କରିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ବାଙ୍ଗରା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

ପୀଡିତାଙ୍କ ପରିବାରଙ୍କ ଅଭିଯୋଗ ମୁତାବକ ଗତ ୨୪ ତାରିଖ ସକାଳେ ଜଣେ ମାନସିକ ଭିନ୍ନକ୍ଷମ ମହିଳା କାଠମରା ଗାଁକୁ ଏକୁଟିଆ ଯାଉଥିଲେ । ରାସ୍ତାର ବିପରୀତ ପାର୍ଶ୍ୱରୁ ଆସୁଥିବା କବିନ୍ଦ୍ର ଜେନା ଓ ଗୋବିନ୍ଦ ଜେନା ମହିଳାଙ୍କୁ ଏକୁଟିଆ ଦେଖି ଗଣ ଦୁଷ୍କର୍ମ କରିଥିଲେ । ଏହି  ସମୟରେ କିଛି ଲୋକ ଦେଖି ମହିଳାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦ ଜେନାକୁ ଉଲଗ୍ନ ଅବସ୍ଥାରେ ଲୋକମାନେ କାବୁ କରିନେଇଥିଲେ । ଅନ୍ୟମାନେ ଫେରାର ହୋଇ ଯାଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏ ନେଇ ପରିବାର ପକ୍ଷରୁ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ପରିବାର ଲୋକେ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସପିଙ୍କ ହସ୍ତକ୍ଷେପ ପରେ ବିଂଝାରପୁର ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Jajpur rape case | Argus News