Videos
|
Odisha

Dr Ashok Kumar Village / ଅଶୋକଙ୍କ ଅକାଳ ବିୟୋଗରେ ସ୍ତବ୍ଧ ଗାଁ ବିରଗୋବିନ୍ଦପୁର; ମରଶରୀରକୁ ଚାହିଁ ରହିଛି

Debashree Debasmita Sahoo
Browse all articles by Debashree Debasmita Sahoo
·49 mins ago·2 min read
ଅଶୋକଙ୍କ ଅକାଳ ବିୟୋଗରେ ସ୍ତବ୍ଧ ଗାଁ ବିରଗୋବିନ୍ଦପୁର; ମରଶରୀରକୁ ଚାହିଁ ରହିଛି
Dr Ashok Mahapatra Village

Key Points

ପଦ୍ମଶ୍ରୀ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ମୃତ୍ୟୁ
ଅକାଳ ବିୟୋଗରେ ସ୍ତବ୍ଧ ଗାଁ ବିରଗୋବିନ୍ଦପୁର
ମରଶରୀରକୁ ପରିବାର ସହ ଗାଁଲୋକେ ଚାହିଁ ରହିଛନ୍ତି
ପୁରୀ: ଚିକିତ୍ସା ଜଗତର ଜଣେ ଅନନ୍ୟ ମହାନାୟକ ଥିଲେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପଦ୍ମଶ୍ରୀ ଡକ୍ଟର ଅଶୋକ କୁମାର ମହାପାତ୍ର । ତାଙ୍କ ଅକାଳ ବିୟୋଗରେ ପୂରା ଓଡ଼ିଶା ସମେତ ତାଙ୍କ ଜନ୍ମମାଟି ପୁରୀ ଜିଲ୍ଲାର ପ୍ରସିଦ୍ଧ ଶାସନ ଗ୍ରାମ ବିରଗୋବିନ୍ଦପୁରରେ ଶୋକର କାଳିମା ଖେଳିଯାଇଛି । ଗାଁର ସୁନାପୁଅଙ୍କୁ ହରାଇ ଆଜି ପୂରା ଅଞ୍ଚଳ ନୀରବଦ୍ରଷ୍ଟା ପାଲଟିଯାଇଥିବା ବେଳେ ପ୍ରତିଟି ଓଠରେ କେବଳ ତାଙ୍କରି ଗୁଣଗାନ ଶୁଣିବାକୁ ମିଳୁଛି।

ନିଜର ପରମ୍ପରା, ସଂସ୍କୃତି ଓ ମାଟିକୁ ଅତି ଭଲ ପାଉଥିବା ଜଣେ ଅମାୟିକ, ସରଳ ଏବଂ ସ୍ନେହୀ ମଣିଷଙ୍କୁ ହରାଇ ଆଜି ସତେ ଯେମିତି ବିରଗୋବିନ୍ଦପୁର ତାର ସର୍ବସ୍ୱ ହରାଇ ବସିଛି । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ କେବଳ ନିଜ ଗାଁ କିମ୍ବା ରାଜ୍ୟ ନୁହେଁ, ବରଂ ଦେଶ ବିଦେଶରୁ ଶୋକାକୁଳ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିବାରେ ଲାଗିଛି । ମାଟିର ଏହି କୃତୀ ସନ୍ତାନଙ୍କ ମରଶରୀର କେବେ ଜନ୍ମମାଟିରେ ପହଞ୍ଚିବ ଏବଂ ନିଜ ଆଖିରେ ତାଙ୍କୁ ଶେଷଥର ପାଇଁ ଟିକେ ଦର୍ଶନ କରିବେ, ସେଥିପାଇଁ ପରିବାର, ଆତ୍ମୀୟ ସ୍ୱଜନ ଓ ସମଗ୍ର ଗ୍ରାମବାସୀ ଚାହିଁ ରହିଛନ୍ତି ।

  • ଗାଁକୁ ବହୁତ ଭଲ ପାଉଥିଲେ
ଗାଁର ପ୍ରତିଟି ଧୂଳିକଣାରେ ତାଙ୍କର ପିଲାଦିନର ସ୍ମୃତି ଆଜି ବି ଜୀବନ୍ତ ଥିବା ବେଳେ ତାଙ୍କ ଘର ଭିତରେ ଥାକ ଥାକ ହୋଇ ରହିଥିବା ଶହ ଶହ ମାନପତ୍ର, ଉପାଧି ଏବଂ ପ୍ରଶଂସା ପତ୍ର ତାଙ୍କ ଗୌରବମୟ ଯାତ୍ରାର ମୂକସାକ୍ଷୀ ସାଜିଛନ୍ତି । ପରିବାର ଲୋକେ ମଧ୍ୟ ଡାକ୍ତର ଅଶୋକଙ୍କ ସହ ଜଡ଼ିତ ଥିବା ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଡାକ୍ତର ଅଶୋକଙ୍କ ସାନ ଭାଇ ବିଜୟ ମହାପାତ୍ର ମଧ୍ୟ ବଡ଼ ଭାଇ ସହ ବିତେଇଥିବା ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି । ସ୍ନେହୀ, ସରଳ ବ୍ୟକ୍ତିତ୍ଵର ଅଧିକାରୀ ଥିବା ଡାକ୍ତର ଅଶୋକ ମହାପାତ୍ର ସିନା ଆଜି ଆରପାରିକୁ ଚାଲିଯାଇଛନ୍ତି, କିନ୍ତୁ ଜନ୍ମମାଟିର ହୃଦୟରେ ଛାଡ଼ିଯାଇଛନ୍ତି ଅସଂଖ୍ୟ ଅଭୁଲା ସ୍ମୃତି, ଯାହା କେବେ ବି ଲିଭିବ ନାହିଁ ।

ପଢନ୍ତୁ ଏହି ଖବର: ଆଜି ସନ୍ଧ୍ୟାରେ ଭୁବନେଶ୍ଵର ଆସିବ ସୁନାମଧନ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେମିତି ହେଲା ମୃତ୍ୟୁ ?
ଗତମାସରେ ଅସୁସ୍ଥ ହୋଇପଡ଼ିଥିଲେ ଡାକ୍ତର ଅଶୋକ ମହାପାତ୍ର । ସେବେଠାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।