Videos
|
Odisha

Dr Ashok Mahapatra / ଆଜି ସନ୍ଧ୍ୟାରେ ଭୁବନେଶ୍ଵର ଆସିବ ସୁନାମଧନ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର

Debashree Debasmita Sahoo
Browse all articles by Debashree Debasmita Sahoo
·12 hours ago·2 min read
ଆଜି ସନ୍ଧ୍ୟାରେ ଭୁବନେଶ୍ଵର ଆସିବ ସୁନାମଧନ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ପାର୍ଥିବ ଶରୀର
Dr Ashok Mahapatra

Key Points

ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ଅଶୋକ ମହାପାତ୍ରଙ୍କ ପରଲୋକ
ଆଜି ସନ୍ଧ୍ୟାରେ ଭୁବନେଶ୍ଵରରେ ପହଞ୍ଚିବ ପାର୍ଥିବ ଶରୀର
ଡାକ୍ତର ଅଶୋକଙ୍କୁ ଝୁରୁଛୁ ଓଡ଼ିଶା ସହ ସାରା ଦେଶ

ଭୁବନେଶ୍ଵର: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଆସିବ ସୁନାମଧନ୍ୟ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପାର୍ଥିବ ଶରୀର । ଏହା ପୂର୍ବରୁ ଦିଲ୍ଲୀ ଏମ୍ସ ପରିସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଶିଷ୍ଟ ବ୍ୟକ୍ତି ଓ ଡାକ୍ତର । ଦୀର୍ଘ ବର୍ଷ ଧରି ଦିଲ୍ଲୀ ଏମ୍ସ ସହ ଜଡ଼ିତ ରହିଥିଲେ ଡାକ୍ତର ମହାପାତ୍ର । ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାରରେ ପ୍ରମୁଖ ଭୂମିକା ନେଇଥିଲେ ପ୍ରତିଷ୍ଠିତ ନ୍ୟୁରୋସର୍ଜନ ଡାକ୍ତର ମହାପାତ୍ର । ଦିଲ୍ଲୀ ଏମସରେ ତାଙ୍କ ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି । ଏଥିପାଇଁ ଦିଲ୍ଲୀ ଏମସ୍ ଦେଖିବାକୁ ମିଳିଛି ପରିସରରେ ଲୋକରଣ୍ୟ ପରିବେଶ । ଏହି ବିଶିଷ୍ଟ ଡାକ୍ତରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ତାଙ୍କ ଶୁଭେଚ୍ଛୁ, ଛାତ୍ରଛାତ୍ରୀ ଏବଂ ଏମ୍ସର କର୍ମଚାରୀ ।

  • ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଗତମାସରେ ଅସୁସ୍ଥ ହୋଇପଡ଼ିଥିଲେ ଡାକ୍ତର ଅଶୋକ ମହାପାତ୍ର । ସେବେଠାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।

  • ମୃତ୍ୟୁବେଳକୁ ହୋଇଥିଲା ୭୪ବର୍ଷ
୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ଅଶୋକ ମହାପାତ୍ର । ୧୯୭୫ରେ ବ୍ରହ୍ମପୁରର MKCG ମେଡିକାଲ କଲେଜରୁ MBBS ଶେଷ କରିବା ପରେ ନୂଆଦିଲ୍ଲୀ AIIMSରୁ MS ଓ ନ୍ୟୁରୋସର୍ଜରୀରେ MCh ଡିଗ୍ରୀ ହାସଲ କରିଥିଲେ । ୧୯୮୩ରୁ ୨୦୧୭ ପର୍ଯ୍ୟନ୍ତ ସେ AIIMS ଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗରେ ଅଧ୍ୟାପକ ଭାବେ କାମ କରିଥିଲେ । ୧୯୯୬ରେ ପ୍ରଫେସର ଏବଂ ୨୦୦୪ରେ ସିନିୟର ପ୍ରଫେସର ହୋଇଥିଲେ ।

ପଢନ୍ତୁ ଏହି ଖବର: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ

  • ଚିକିତ୍ସା ଜଗତକୁ ଡାକ୍ତରଙ୍କ ଅତୁଳନୀୟ ଅବଦାନ
୧୯୮୩ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ଦିଲ୍ଲୀ ଏମ୍ସରେ ନିଜର ଚିକିତ୍ସା ସେବା ଓ ଗବେଷଣା ମାଧ୍ୟମରେ ଅନେକ ଅବଦାନ ରଖିଥିଲେ । ମଝିରେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଲକ୍ଷ୍ନୌର SGPGIର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସର ପ୍ରଥମ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଦିଲ୍ଲୀ ଏମ୍ସ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଏବଂ ଅନୁଷ୍ଠାନ ପ୍ରତି ତାଙ୍କର ଅବଦାନକୁ ମନେ ପକାଇ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସହକର୍ମୀ, ଡାକ୍ତର ଓ ଏମ୍ସର କର୍ମଚାରୀବୃନ୍ଦ । ସେ ଜଣେ ସୁନାମଧନ୍ୟ ଡାକ୍ତର ସହ ଜଣେ ଭଲ, ସରଳ ଓ ସ୍ନେହୀ ମଣିଷ ଥିଲେ । ରୋଗୀଙ୍କୁ ନିଜ ପରିବାରର ସଦସ୍ୟ ପରି ଶ୍ରଦ୍ଧା କରୁଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: