Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା

ଅର୍ଗସ ବ୍ୟୁରୋ : ନିଳାମ୍ବୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ଅନ୍ତର୍ଭୁକ୍ତ ଥିବା ଚିଲିକାରେ ଅତିଥି ସାଜିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା ପାଇଁ ନିୟୋଜିତ ହୋଇଛନ୍ତି ସ୍ବତନ୍ତ୍ର ତାଲିମପ୍ରାପ୍ତ ଟିମ୍‌ । ୫ଟି ରେଞ୍ଜରେ ପକ୍ଷୀ ଗଣନାରେ ନିୟୋଜିତ ଅଛନ୍ତି ୨୧ଟି ଟିମ୍‌ । ଜଳପଥରେ ୧୯ଟି ଟିମ ଏବଂ ସ୍ଥଳ ପଥରେ ୨ଟିମ୍‌ ନିୟୋଜିତ ହୋଇଥିବା ବେଳେ ଏଥିରେ ଅଛନ୍ତି ୧୫୦ରୁ ଅଧିକ କର୍ମଚାରୀ । ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଏହା ଚାଲିବ ।

ଅଧିକ ପଢନ୍ତୁ ଓଡିଶା ଖବର 

ଚଳିତ ବର୍ଷ ଚିଲିକାକୁ କେତେ ପ୍ରଜାତିର ଓ କେବେ ସଂଖ୍ୟାରେ ପକ୍ଷୀ ଆସିଛନ୍ତି ତାର ଟିକିନିଖି ହିସାବ କରାଯିବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସହଯୋଗରେ ବିଭିନ୍ନ ସ୍ବଛାସେବୀ ସଂଗଠନ, ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ବିଶେଷଜ୍ଞଙ୍କୁ ନେଇ ପକ୍ଷୀ ଗଣନା କରାଯାଉଛି । ବାଇନାକୁଲର, ଜିପିଏସ୍ ଏବଂ ଗାଇଡ୍ ବୁକ୍ ମାଧ୍ୟମରେ ହେଉଛି ଗଣନା । ଏହାର ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବିଭାଗର DFO ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Birds counting begins in chilika | Argus News