Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଇଂରେଜମାନଙ୍କ କବଳରୁ ଭାରତକୁ ସ୍ୱାଧୀନ କରାଇବାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଚିରସ୍ମରଣୀୟ

Odisha

ଇଂରେଜମାନଙ୍କ କବଳରୁ ଭାରତକୁ ସ୍ୱାଧୀନ କରାଇବାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଚିରସ୍ମରଣୀୟ

Jitendra Dash
Browse all articles by Jitendra Dash
·2 years ago·2 min read
ଇଂରେଜମାନଙ୍କ କବଳରୁ ଭାରତକୁ ସ୍ୱାଧୀନ କରାଇବାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଚିରସ୍ମରଣୀୟ

ଅର୍ଗସ ବ୍ୟୁରୋ : ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୪ତମ ଜନ୍ମଜୟନ୍ତୀ ଆଜି ପାର୍ଟୀ ତରଫରୁ ପାଳିତ ହୋଇଛି । ଦୁଇ ଓଡିଆ ପୁଅ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଦେଶମାତୃକା ପାଇଁ ତ୍ୟାଗ, ବଳିଦାନ, ବୀରତ୍ୱ, ନେତୃତ୍ୱ ଓ ପରାକ୍ରମ ନିଶ୍ଚିତ ଭାବେ ଆଗାମୀ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ । ଦେଶମାତୃକାର ସେବା କରିବା ଓ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢେଇ କରିବା ପାଇଁ ବିଳାସପୂର୍ଣ୍ଣ ଜୀବନଯାପନକୁ ପରିତ୍ୟାଗ କରି ଆଗେଇ ଆସିଥିବା ଉଚ୍ଚଶିକ୍ଷିତ, ମେଧାବୀ, ବିଚକ୍ଷଣ ବୁଦ୍ଧି, ଜ୍ଞାନର ଅଧିକାରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ କେବଳ ଭାରତରେ ନୁହେଁ ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ନିଜ ପରାକ୍ରମତାର ପରିଚୟ ଦେଇଥିଲେ । 

ସେହିପରି ଅନ୍ୟତମ ବରପୁତ୍ର ବୀର ସୁରେନ୍ଦ୍ର ସାଏ ୨୦ବର୍ଷ ଧରି ବ୍ରିଟିଶମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ । ସୁରେନ୍ଦ୍ର ସାଏଙ୍କ ସଙ୍ଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳରେ ବ୍ରିଟିଶଙ୍କୁ ବିପଦରେ ପକାଉଥିଲା । ଇଂରେଜମାନଙ୍କ କବଳରୁ ଭାରତକୁ ସ୍ୱାଧୀନ କରାଇବାରେ ଏହି ୨ଜଣ ବୀର ମହାପୁରୁଷଙ୍କ ଅବଦାନ ଚିରସ୍ମରଣୀୟ । ଆଜିର ଯୁବପିଢ଼ୀ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ମନେ ପକାଇ ନୀତି ଓ ଆଦର୍ଶରେ ନିଶ୍ଚିତ ଭାବେ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ପ୍ରମୁଖଙ୍କ ସମେତ ଜିଲ୍ଲାର ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେହିପରି ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟୀର ପ୍ରଥମ ବିଧାୟକ ତଥା ବରିଷ୍ଠ ନେତା ଶ୍ରୀ ପ୍ରସନ୍ନ ପଟ୍ଟନାୟକ, ବରିଷ୍ଠ ନେତା ଡ.ରାଧାନାଥ ପ୍ରହଲାଦ, ସଜ୍ଜନ ଶର୍ମା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଭୁବନାନନ୍ଦ ତ୍ରିପାଠୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Sponsored
Birthday celebrations in state offices | Argus News