ମିଶନ ଶକ୍ତି ବିଭାଗରୁ ବିଦା ହେଲେ ପାଣ୍ଡିଆନଙ୍କ ପତ୍ନୀ

ଅର୍ଗସ ବ୍ୟୁରୋ : ସରକାରୀ କଳର ଅପବ୍ୟବହାର କରୁଥିଲେ ବିଜେଡିର ଦୁଇ ନମ୍ବର ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ । କ୍ଷମତାର ଦୁରୂପଯୋଗ କରି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବା ଲାଗି ପକାଉଥିଲେ ଚାପ । ଭୋଟରଙ୍କୁ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ ଜାତୀୟ ନିର୍ବାଚନ କମିଶନଙ୍କ ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟ୍ରୋରାଲ ପ୍ରାଟିସପେକ୍ସନ ବା ଏସଭିଇଇପି କାର୍ଯ୍ୟକ୍ରମର ଦୁରୂପଯୋଗ କରି ସୁଜାତା କାର୍ତ୍ତିକେୟନ୍ ଏସଏଚଜି ସଦସ୍ୟମାନଙ୍କୁ ବିଜେଡି ସପକ୍ଷରେ ଭୋଟ୍ ଦେବାକୁ ପ୍ରଭାବିତ କରୁଥିଲେ । ବିଜେପିର ଏସବୁ ଅଭିଯୋଗ ପରେ ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିରୋଧରେ ହୋଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ସୁଜାତାଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ ।
ଗୁରୁବାର ବିଜେପିର ବରିଷ୍ଠ ନେତ୍ରୀ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଏନେଇ କରିଥିଲେ ଅଭିଯୋଗ । ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସୁଜାତାଙ୍କୁ ତୁରନ୍ତ ମିଶନ ଶକ୍ତି ବିଭାଗରୁ ହଟାଇବାକୁ ବିଜେପି ଦାବି କରିଥିଲା । ଏହା ପରେ ନିର୍ବାଚନ କମିଶନ ବିଳମ୍ବିତ ରାତିରେ ସୁଜାତାଙ୍କୁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି ଲାଗି ନିର୍ଦ୍ଦେଶ ଦେଇଥିବା ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡ଼ିଶାରେ ବ୍ୟୁରୋକ୍ରାସୀ କୋଟେରୀ ଏବେ ସରକାରକୁ ମାଡ଼ିବସିଛନ୍ତି ବୋଲି ବିରୋଧୀ ଯେଉଁ ଅଭିଯୋଗ କରିଆସୁଥିଲେ ଇସିଙ୍କ ଆକ୍ସନ ପରେ ଏହା ଏକପ୍ରକାର ପ୍ରମାଣିତ ହୋଇଯାଇଛି । ଏବେ ମିଶନ ଶକ୍ତି ବିଭାଗରୁ ବିଜେଡିର ବିଜେଡିର ଦୁଇ ନମ୍ବର ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଆର କାର୍ତ୍ତିକେୟନ ହଟିବା ପରେ କିଏ ନୂଆ ଦାୟିତ୍ବ ନେଉଛନ୍ତି ଏବଂ ବିଜେଡି ପାଇଁ ଭୋଟ ଯୋଗାଡ଼ ଲାଗି ତାଙ୍କ ଉପରେ ସରକାରୀ ଦଳ ଚାପ ପକାଉଛି କି ନାହିଁ ତାହା ଉପରେ ନଜର ।