|
logo
Live

Argus News - ବରଗଡ଼ରେ ପରିବାରବାଦ ବନାମ ବିକାଶ, କାହାକୁ ବିଶ୍ବାସ କରିବେ ବରଗଡ଼ ବାସିନ୍ଦା

Odisha

ବରଗଡ଼ରେ ପରିବାରବାଦ ବନାମ ବିକାଶ, କାହାକୁ ବିଶ୍ବାସ କରିବେ ବରଗଡ଼ ବାସିନ୍ଦା

Jitendra Dash
Browse all articles by Jitendra Dash
·2 years ago·2 min read
ବରଗଡ଼ରେ ପରିବାରବାଦ ବନାମ ବିକାଶ, କାହାକୁ ବିଶ୍ବାସ କରିବେ ବରଗଡ଼ ବାସିନ୍ଦା

ଅର୍ଗସ ବ୍ୟୁରୋ : ବରଗଡ଼ରେ ଏଥର ପ୍ରସଙ୍ଗର ଲଢ଼େଇ, ଆଉ ପ୍ରସଙ୍ଗ ହେଉଛି ପରିବାରବାଦ । ୧୯୮୫ ମସିହାରୁ ବରଗଡ଼ରେ ଆଚାର୍ଯ୍ୟ ପରିବାରର ଦବଦବା । ପୂର୍ବରୁ ଜନତା ଦଳ ଏବଂ ଅସ୍ତିତ୍ବକୁ ଆସିବା ପରେ ବିଜେଡି ବରଗଡ଼ ନିର୍ବାଚନ ମଣ୍ଡଳୀରେ ଏହି ପରିବାରର ସଦସ୍ୟଙ୍କୁ ହିଁ କରିଛି ପ୍ରାର୍ଥୀ । ହେଲେ ଅଭିଯୋଗ ଦଶନ୍ଧି ଦଶନ୍ଧି ଧରି କ୍ଷମତା ଉପଭୋଗ କରିବା ପରେ ବି ବରଗଡ଼ ପ୍ରତି ଆଚାର୍ଯ୍ୟ ପରିବାରର ଅବଦାନ ନଗଣ୍ୟ । 

୧୯୯୦ ବିଧାନସଭା ନିର୍ବାଚନରେ ଜନତାଦଳ ଟିକେଟରେ ବିଜୟୀ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ୧୯୯୫ରେ ପୁଣି ଜନତା ଦଳରୁ ଲଢ଼ି ବିଧାୟକ ହୋଇଥିଲେ ପ୍ରସନ୍ନ । ୨୦୦୦ ମସିହାରେ ବିଜେଡି ଟିକେଟରେ ଆନନ୍ଦ ଆଚାର୍ଯ୍ୟ ଜିତିଥିଲେ ନିର୍ବାଚନ । ୨୦୦୪ରେ ବି ପୁଣି ବିଜେଡିରୁ ଲଢ଼ି ଆନନ୍ଦ ଆଚାର୍ଯ୍ୟ ହୋଇଥିଲେ ବରଗଡ଼ର ବିଧାୟକ । ୨୦୦୯ରେ ବି ଆନନ୍ଦ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଥିଲା ବିଜେଡି । କିନ୍ତୁ ସେ କଂଗ୍ରେସର ସାଧୁ ନେପାକଙ୍କଠାରୁ ପରାସ୍ତ ହୋଇଥିଲେ । 

ପରବର୍ତ୍ତୀ ଦୁଇଟି ନିର୍ବାଚନ ୨୦୧୪ ଓ ୧୯ ନିର୍ବାଚନରେ ବିଜେଡି ଟିକେଟରୁ ଲଢ଼ି ବିଜୟୀ ହେଲେ ଦେବେଶ ଆଚାର୍ଯ୍ୟ । ଏଥର ଲଗାତାର ତୃତୀୟ ଥର ଦେବେଶଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏପଟେ ୨୦୧୯ରେ ପ୍ରାୟ ୮ ହଜାର ଭୋଟରେ ପରାସ୍ତ ହୋଇଥିବା ଅଶ୍ବିନୀ ଷଡ଼ଙ୍ଗୀଙ୍କୁ ପୁଣି ଥରେ ମୈଦାନକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି । ୩ ଦଶନ୍ଧିର ପରିବାରବାଦ ବିରୋଧରେ ଲଢ଼େଇ ହେବ ବୋଲି କହିଛନ୍ତି ଅଶ୍ବିନୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଚାର୍ଯ୍ୟ ପରିବାରର ୩ ଦଶନ୍ଧିର ଶାସନରେ ବରଗଡ଼ରେ କଣ ହୋଇଛି ବିକାଶ ? ଓଡ଼ିଶାର  ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଦିନେ କଳ କାରଖାନା ଓ ଅନେକ ଗୁଡ଼ିଏ ଶିଳ୍ପରେ ଥିଲା ପରିପୂର୍ଣ୍ଣ । ସୂତାକାଳ, ସାରା କାରଖାନା, ଚିନି କଳ ସହିତ ଶତାଧିକ ଧାନ ମିଲ ଥିବା ବରଗଡ଼ ଏବେ ଧୀରେ ଧୀରେ ଶିଳ୍ପ ବିହୀନ ହେବାରେ ଲାଗିଛି । ରାସ୍ତାରୁ ନେଇ ପରିମଳ ସବୁଥିରେ ବରଗଡ଼ର ହାଲ୍ ବେହାଲ । ଗୋଟିଏ ପରେ ଗୋଟିଏ ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ଓ ଆଚାର୍ଯ୍ୟ ପରିବାର ଉପରେ ଆସ୍ଥାପ୍ରକଟ କରିଆସିଛନ୍ତି ବରଗଡ଼ବାସୀ । କିନ୍ତୁ ଏଥର ବିଜେପିର ବଢୁଥିବା ଶକ୍ତି ଓ ପରିବାରବାଦ ବିରୋଧରେ ଥିବା ଅସନ୍ତୋଷ ବରଗଡ଼ରେ ଆଣିବ କି ପରିବର୍ତ୍ତନର ଲହର । 

Sponsored
ବରଗଡ଼ରେ ପରିବାରବାଦ ବନାମ ବିକାଶ, କାହାକୁ ବିଶ୍ବାସ କରିବେ ବରଗଡ଼ ବାସିନ୍ଦା | Argus News