Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଜେଡ଼ିର ପ୍ରଚାର ଜୋର, କିନ୍ତୁ କାମ ଦୁର୍ବଳ

Odisha

ବିଜେଡ଼ିର ପ୍ରଚାର ଜୋର, କିନ୍ତୁ କାମ ଦୁର୍ବଳ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡ଼ିର ପ୍ରଚାର ଜୋର, କିନ୍ତୁ କାମ ଦୁର୍ବଳ

ଅର୍ଗସ ବ୍ୟୁରୋ : ପ୍ରଚାର ଜୋର, କିନ୍ତୁ କାମ ଦୁର୍ବଳ । ରାଜ୍ୟ ସରକାର ଘୋଷଣା କରୁଛନ୍ତି, କେହି ମାଟି କୁଡିଆ ଘରେ ରହିବେନି । ସମସ୍ତଙ୍କୁ ଯୋଗାଇ ଦିଆଯିବ ପକ୍କା ଘର । ହେଲେ ଦୀପତଳ ଅନ୍ଧାର ସଦୃଶ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଜୟଦେବ ପଞ୍ଚାୟତ ସାହେବ ନଗର ଗାଁରେ ଦେଖିବାକୁ ମିଳିଛି ଏହାର ଓଲଟା ଚିତ୍ର । ଆବାସ ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଘର ପାଉଥିବା ବେଳେ ଅତ୍ୟନ୍ତ ଅସହାୟ ବିଜୟ ସାମଲଙ୍କ ପାଇଁ ପକ୍କା ସାତ ସପନ ପାଲଟିଛି । ବିଜୟ ପର ଘରେ ମୂଲ ଲାଗିଲେ ଘର ଚୁଲି ଜଳେ । ଘର ତୋଳିବାକୁ ମଧ୍ୟ ପାଖରେ ଅର୍ଥ ନାହିଁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଭଙ୍ଗା ଦଦରା ଘରେ, ଅସହାୟ ଭାବେ ଦିନ ଅତିବାହିତ କରୁଛନ୍ତି ପରିବାରର ୩ ଶିଶୁ ସମେତ ୬ ପ୍ରାଣୀ କୁଟୁମ୍ବ । ବର୍ଷା ଦିନେ ପାଣି ଗଳି କାନ୍ଥରୁ ମାଟି ଅତଡା ଖସୁଥିବା ବେଳେ ଖରା ଦିନେ ସୂର୍ଯ୍ୟଙ୍କ ତାପ ଘର ଭିତରେ ପଡୁଛି । ବର୍ଷା ଦିନେ ନିଜ ବଡଭାଇ ଘରେ ରୁହନ୍ତି ସାରା ପରିବାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଏହି ଗରିବ ଅସହାୟ ପରିବାର ବହୁବାର ସରପଞ୍ଚ ଓ ୱାର୍ଡ ମେମ୍ବର ତଥା ପଞ୍ଚାୟତ କାର୍ଯ୍ୟାଳୟରେ ପକ୍କାଘର ଲାଗି ଗୁହାରୀ କରିଥିଲେ ମଧ୍ୟ ଏଯାଏଁ ନା ଘର ଖଣ୍ଡେ ମିଳି ପାରିନାହିଁ । ଏନେଇ ବାଲିଅନ୍ତା ବିଡ଼ିଓ ପବିତ୍ର ସାମଲ  କୌଣସି ପ୍ରତିକ୍ରିୟା ଦେବାକୁ ମନା ମନା କରିଥିଲେ । ସମସ୍ତଙ୍କୁ ପକ୍କା ଘରର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଗରିବଙ୍କୁ ଭୁଲିଯାଉଛନ୍ତି । ରାଜଧାନୀ ଉପକଣ୍ଠରେ ଯଦି ଏପରି ଦୃଶ୍ୟ ଅବସ୍ଥା ତେବେ ଉପାନ୍ତ ଅଞ୍ଚଳର ଅବସ୍ଥା କଣ ଆପଣ ଅନୁମାନ କରିପାରୁଥିବେ
 

Painting
Sponsored
BJD Awas issue | Argus News