Bobby Das / ଆଦିବାସୀ ଯୁବକଙ୍କୁ ଗାଳିକରି ଫସିଲେ ବବି ଦାସ, ରୁଜୁ ହେଲା ମାମଲା
·8 months ago·2 min read

Key Points
ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ
କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା
ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା
କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା
ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା
ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା । ନୂଆପଡ଼ା ଜିଲ୍ଲା କୋମନା ଥାନାରେ ବିଜେଡି ନେତା ବବି ଦାସ ଓ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ରୁଜୁ ହୋଇଛି ମାମଲା । ଭାରତୀୟ ନ୍ୟାୟ ସଂହିତା 126(2), 296, 115(2), 351(2), 3(5) ଧାରାରେ ବବି ଦାସ ଓ ଅଧିରାଜ୍ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ହେଇଛି । ସୂଚନା ଅନୁସାରେ, ନୂଆପଡ଼ାରେ ଆଦିବାସୀ ଯୁବକ ଜିତୁ ଆଡବଙ୍ଗ ବିଜେଡି ନେତା ବବି ଦାସ, ଖରିଆର ବିଧାୟକ ଅଧିରାଜ୍ ପାଣଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ଅନୁସାରେ, ଜିତୁଙ୍କୁ ବିଜେଡିର ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକିଥିଲେ ବବି ଦାସ । ସେଠାରେ ପହଞ୍ଚିବା ପରେ କାହିଁକି ବିଜେଡି ଛାଡି ବିଜେପିରେ ବୁଲୁଛୁ ପଚାରିବା ସହ ଜିତୁ ଆଡବଙ୍ଗଙ୍କୁ ବିଜେଡି ନେତା ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀ ମାଡ଼ ମାରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା କଥା ଜିତୁ ଆଡବଙ୍ଗ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ନୂଆପଡ଼ା ଜିଲ୍ଲା କୋମନା ଥାନା ଆଇଆଇସି ଓ ଖରିଆର SDPO ନିଜେ ତାଙ୍କୁ ଫାର୍ମ ହାଉସରୁ ଉଦ୍ଧାର କରି ନେଇଥିବା ଜିତୁ କହିଛନ୍ତି ।
ନଭେମ୍ବର ୩ରେ ନୂଆପଡ଼ା ଆସି କାଣ୍ଡତିରା ପଂଚାୟତରେ ଜନସଭା କରିବେ ବିଜେଡି ସୁପ୍ରିମୋ । ନବୀନଙ୍କ ଗସ୍ତ ପୂର୍ବରୁ ଏହି କାଣ୍ଡତିରା ପଂଚାୟତରେ ମିଶ୍ରଣ ପର୍ବ କରିଛି ବିଜେପି । ପଦ୍ମ ଧରିଛନ୍ତି ଜଣେ ସରପଞ୍ଚ ଓ ୧୧ ଜଣ ୱାର୍ଡସଭ୍ୟ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ବିଧାୟକ ବାବୁ ସିଂ ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଶହ ଶହ ବିଜେଡି କର୍ମୀ ।
ଅଭିଯୋଗ ଅନୁସାରେ, ଜିତୁଙ୍କୁ ବିଜେଡିର ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକିଥିଲେ ବବି ଦାସ । ସେଠାରେ ପହଞ୍ଚିବା ପରେ କାହିଁକି ବିଜେଡି ଛାଡି ବିଜେପିରେ ବୁଲୁଛୁ ପଚାରିବା ସହ ଜିତୁ ଆଡବଙ୍ଗଙ୍କୁ ବିଜେଡି ନେତା ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀ ମାଡ଼ ମାରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା କଥା ଜିତୁ ଆଡବଙ୍ଗ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ନୂଆପଡ଼ା ଜିଲ୍ଲା କୋମନା ଥାନା ଆଇଆଇସି ଓ ଖରିଆର SDPO ନିଜେ ତାଙ୍କୁ ଫାର୍ମ ହାଉସରୁ ଉଦ୍ଧାର କରି ନେଇଥିବା ଜିତୁ କହିଛନ୍ତି ।
ଅଧିକ ପଢ଼ନ୍ତୁ: 'RSS ଉପରେ ପ୍ରତିବନ୍ଧକ ଲଗାଇବା ବୟାନ ଗଣତନ୍ତ୍ର ବିରୋଧୀ, ଏହା କଂଗ୍ରେସର ମୌଳିକ ଚରିତ୍ର'
ସେପଟେ ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ଓରଫ ଡାନିଙ୍କ ଖରିଆର୍ ସ୍ଥିତ ଭଡ଼ା ଘରେ ରେଡ୍ କରିଛି ନୂଆପଡ଼ା ପୋଲିସ । ଉପନିର୍ବାଚନରେ ଖର୍ଚ୍ଚ ପାଇଁ ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିର ୫ କୋଟି ହୱାଲା ଟଙ୍କା ଆସିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡାନିଙ୍କ ସମେତ ଏକାଧିକ ବିଜେଡି ନେତାଙ୍କ ଘରେ ପୋଲିସ ଚଢ଼ାଉ କରିଛି । ବିଜେଡିର ନିର୍ବାଚନ ପ୍ରଚାରରେ ଅଛନ୍ତି ପ୍ରୀତିରଞ୍ଜନ। ରେଡ୍ ବେଳେ କେୟାରଟେକର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଚଢ଼ାଉକୁ ବେଆଇନ କହିବା ଭୟରେ ଏପରି କରାଯାଉଥିବା କହିଛି ବିଜେଡି । ଯାହାର ଜବାବ ରଖିଛି ବିଜେପି ।ନଭେମ୍ବର ୩ରେ ନୂଆପଡ଼ା ଆସି କାଣ୍ଡତିରା ପଂଚାୟତରେ ଜନସଭା କରିବେ ବିଜେଡି ସୁପ୍ରିମୋ । ନବୀନଙ୍କ ଗସ୍ତ ପୂର୍ବରୁ ଏହି କାଣ୍ଡତିରା ପଂଚାୟତରେ ମିଶ୍ରଣ ପର୍ବ କରିଛି ବିଜେପି । ପଦ୍ମ ଧରିଛନ୍ତି ଜଣେ ସରପଞ୍ଚ ଓ ୧୧ ଜଣ ୱାର୍ଡସଭ୍ୟ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ବିଧାୟକ ବାବୁ ସିଂ ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଶହ ଶହ ବିଜେଡି କର୍ମୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories