Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅର୍ଗସର ସତ ଦେଖା ଅଭିଯାନ, ନିମାପଡାରେ ଜନ ଆକ୍ରୋଶ

Jitendra Dash
Browse all articles by Jitendra Dash
·2 years ago·1 min read
ଅର୍ଗସର ସତ ଦେଖା ଅଭିଯାନ, ନିମାପଡାରେ ଜନ ଆକ୍ରୋଶ

ଅର୍ଗସ ବ୍ୟୁରୋ : ନିମାପଡାରୁ କଟିଲା ସମୀର ଦାଶଙ୍କ ଟିକେଟ୍ । ଅର୍ଗସର ସତ ଦେଖା ଅଭିଯାନ, ନିମାପଡାରେ ଜନ ଆକ୍ରୋଶ । ବାଧ୍ୟହୋଇ ୩ ଥରର ବିଧାୟକଙ୍କଠାରୁ ମୁହଁ ଫେରାଇଲା ବିଜେଡି । ହେଲେ ବଡ଼ କେଳେଙ୍କାରୀ ଅଭିଯୋଗ ସତ୍ବେ ହେଲାନାହିଁ ଆକସନ୍ । ସେପଟେମ୍ବର ୨୩, ୨୦୨୨ ବିଜେଡି ନେତା ତଥା ଗୋପ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ସାରା ରାଜ୍ୟରେ ସୃଷ୍ଟି କଲା ହଇଚଇ । ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ସାହୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହିତ ହୋଇଥିବା ବାର୍ତ୍ତାଳାପ ଭାଇରାଲ୍ ହେଲା । ଆତ୍ମହତ୍ୟା ପାଇଁ ସମୀରଙ୍କୁ ଦାୟୀ କରିଥିଲେ ଧର୍ମେନ୍ଦ୍ର । ଖାଲି ସେତିକି ନୁହେଁ ସମୀର ତାଙ୍କ ପତ୍ନୀଙ୍କୁ ବ୍ଲାକମେଲ୍ କରୁଥିବାର ଅଭିଯୋଗ ବି ଆଣିଥିଲେ ଧର୍ମେନ୍ଦ୍ର ।

ସେତେବଳର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସଂଗୀନ ଅଭିଯୋଗର ଗୋଟିଏ ପରେ ଗୋଟିଏ ଖୁଲାସା ହୋଇଥିଲା ଅର୍ଗସରେ । ସାମ୍ବାଦିକ ଅକ୍ଷୟ ନାୟକ ବି ସତ ଆଣିଥିଲେ ସାମ୍ନାକୁ । ବାରମ୍ବାର ଖବର ପ୍ରସାରଣ ହୋଇଥିଲା ଅର୍ଗସରେ । ଅର୍ଗସର ସ୍ବରକୁ ଚାପଦେବା ପାଇଁ ବି ପ୍ରୟାସ କରିଥିଲେ ସମୀରଙ୍କ ଗୁଣ୍ଡାବାହିନୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିମାପଡାରେ ଜନ ଆକ୍ରୋଶ । ବାରମ୍ବାର ଖବର ପ୍ରସାରଣ ପରେ ନିମାପଡାରେ ହୋଇଥିଲା ଜନ ଆକ୍ରୋଶ । ୩ ଥରର ବିଧାୟକ ସମୀର ଦାଶ ଓ ତାଙ୍କ ଗୁଣ୍ଡାବାହିନୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ଶେଷରେ ବାଧ୍ୟ ହୋଇ ସମୀରଙ୍କ ଟିକେଟ୍ କାଟିଲା ବିଜେଡି । ତେବେ ଅଡିଓରେ ସମୀର ଦାଶଙ୍କ ନାଁ ଥିଲେ ବି ତାଙ୍କୁ ତଦନ୍ତ ପରିସରକୁ ନେଇନଥିଲା କମିଶନରେଟ୍ ପୋଲିସ । ସମୀରଙ୍କୁ ସୁରକ୍ଷା ଦେଇଥିଲେ ସରକାର । ମୃତ ଧର୍ମେନ୍ଦ୍ର ସାହୁଙ୍କ ପତ୍ନୀ ବି ସମୀର ତଦନ୍ତ ପରିସରକୁ ଆସନ୍ତୁ ବୋଲି ଦାବି କରିଥିଲେ । 
 

Sponsored
BJD Drops Samir Ranjan Das & Names Dilip Nayak As MLA Candidate From Nimapara | Argus News