ଜଳସେଚନ ନେଇ ବର୍ଷ ପରେ ବର୍ଷ ଚାଷୀଙ୍କୁ ଧୋକା ଦେଉଛନ୍ତି ବିଜେଡି ସରକାର

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆରପାର୍ ଲଢ଼େଇ ଲଢ଼ୁଛନ୍ତି ଚାଷୀ । ଗଞ୍ଜାମର ଦିଗପଣ୍ଡି ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲପାଳ କାର୍ଯ୍ୟାଳୟ ଯାଏଁ ହଲ୍ଲାବୋଲ୍ କରିଛନ୍ତି । ରାଜ୍ୟ ସରକାର ନିଘୋଡ଼ ନିଦରେ ଶୋଇଥିବା ବେଳେ ବିଜେପି ନେତୃତ୍ବରେ ଶତାଧିକ ଚାଷୀ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଜିଲ୍ଲାସାରା ମରୁଡ଼ିର ପଦଧ୍ବନି ଶୁଭିବା ପରେ ଚାଷୀ ଆଜି ବାଧ୍ୟ ହୋଇ ସଂଗ୍ରାମକୁ ଓହ୍ଲାଇଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏ ଖବର ଅଛି ତ ? କ୍ଷେତରେ ଗାଈ ମଇଁଷି ଚକୁଥିବା ବେଳେ ଋଣକରଜ କରି ଚାଷ କରିଥିବା ଚାଷୀମାନେ ମରୁଡ଼ି ଘୋଷଣା ଦାବିରେ ଆଜି ହକ୍ ମାଗିବାକୁ ଓହ୍ଲାଇଛନ୍ତି । ବିଜେପି ନେତୃତ୍ବରେ ଜିଲ୍ଲାପାଳ ଅଫିସ୍ ଘେରାଉ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗଞ୍ଜାମ ଜିଲ୍ଲାର ପାତ୍ରପୁର ଠାରୁ ଆରମ୍ଭ କରି ଆସିକା, ଚିକିଟି ଠାରୁ ଆରମ୍ଭ କରି ଦିଗପହଣ୍ଡି । ଯୁଆଡ଼େ ଧାନକ୍ଷେତ ଦେଖିଲେ ବି ଛାତି ଫାଟିଯାଉଛି । ଜିଲ୍ଲାରେ ଋଷିକୁଲ୍ୟା, ମହେନ୍ଦ୍ରତନୟା, ବାହୁଦା ଭଳି ନଦୀ ଥିବା ବେଳେ ସଂରକ୍ଷଣ ଅଭାବରୁ ବର୍ଷାଦିନେ ପାଣି ସମୁଦ୍ରକୁ ଯାଉଛି । ଖରାଦିନେ ନଦୀ ଶୁଖିଲା । ଜିଲ୍ଲାରେ ଥିବା ୭ଟି ଡ୍ୟାମରେ ଜଳସ୍ତର ବିଶେଷ ଭାବେ ହ୍ରାସ ପାଇଛି । ଯାହା ଫଳରେ ଦୁର୍ଦ୍ଦିନରେ ଅଛନ୍ତି ଚାଷୀ । ବଡ଼କଥା ହେଉଛି ବାରମ୍ବାର ମରୁଡ଼ି ଘୋଷଣା ନେଇ ପ୍ରଶାସନ ପାଖରେ ଗୁହାରୀ କରିଥିଲେ ବି ଏଯାଏଁ କିନ୍ତୁ କିଛି ଫଳ ମିଳିନି । ଯାହା ଚାଷୀଙ୍କ ଦୁଃଖକୁ ବହୁଗୁଣିତ କରିଛି । ସେଥିପାଇଁ ଆଜି ଏ ବିଦ୍ରୋହ ।
📱 Get Argus News App
✨୨୦୦୫-୦୬ରେ ବିଜେଡି ସରକାରଙ୍କ ଚାଷୀଙ୍କୁ ପ୍ରତିଶ୍ରୁତି ଥିଲା ଆସନ୍ତା ୫ ବର୍ଷ ଭିତରେ ସମସ୍ତ ୩୧୭ ବ୍ଲକର ୩୫ ପ୍ରତିଶତ ଜମିରେ ଜଳସେଚନ କରିବେ । କିନ୍ତୁ ଏହାଭିତରେ ୧୮ ବର୍ଷ ବିତିଗଲାଣି । ଦୀର୍ଘ ବର୍ଷ ପରେ ବି ୬୯ ବ୍ଲକରେ ହୋଇ ପାରନି ୩୫ ପ୍ରତିଶତ ଜଳଚେସନ । ବଡ ପ୍ରଶ୍ନ, ଚାଷୀଙ୍କୁ ଏହି ଦୁର୍ଦ୍ଦଶା ନେଇ କେବେ ଚାଷୀଙ୍କ ଆଲୋଚନା କରିଛନ୍ତି କି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ? କୁଆଡେ ଗଲା ୩୧୪ ବ୍ଲକକୁ ୩୫ ପ୍ରତିଶତ ଜଳସେଚନର ଘୋଷଣା ।