Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସବୁ ସୀମା ଟପିଲା ବିଜେଡି ସରକାରର ମିଛ ପ୍ରଚାର

Odisha

ସବୁ ସୀମା ଟପିଲା ବିଜେଡି ସରକାରର ମିଛ ପ୍ରଚାର

Jitendra Dash
Browse all articles by Jitendra Dash
·2 years ago·2 min read
ସବୁ ସୀମା ଟପିଲା ବିଜେଡି ସରକାରର ମିଛ ପ୍ରଚାର

ଅର୍ଗସ ବ୍ୟୁରୋ : ସବୁ ସୀମା ଟପିଲା ବିଜେଡି ସରକାରର ମିଛ ପ୍ରଚାର । ମୟୂରଭଞ୍ଜ ରାସଗୋବିନ୍ଦପୁରରେ କିଡନୀ ରୋଗି ଖୋଲିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ମିଛ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦ୍ଦା ପଞ୍ଚାୟତରେ ଧରା ପଡିଛି ଆମ ଓଡ଼ିଶା ନବୀନ ଓଡ଼ିଶା ମିଛ ପ୍ରଚାର ପତ୍ର । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶ ମୂଳକ କାମ ସହ ବିଭିନ୍ନ ଯୋଜନାରେ ଉପକୃତ ହିତାଧିକାରୀଙ୍କ ଫଟୋ ସହ ବିବରଣୀ ସ୍ଥାନ ପାଇଛି । ଏଥିରେ ରହିଛି ବଧିମୁହଁ ଗାଁର କୁବେର ଚନ୍ଦ୍ର ପାତ୍ରଙ୍କ ପୁଅ ରଜନୀଙ୍କର ଫଟୋ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କର କିଡନୀ ଅସ୍ତ୍ରୋପଚାର ହୋଇଥିବା ଏଥିରେ ଉଲ୍ଲେଖ ବି ଅଛି । 

ରାଜ୍ୟ ସରକାରଙ୍କ ଡାହା ମିଛ ଧରା ପକାଇଦେଇଛି ବଜେଡ଼ି ବୁକଲେଟ୍ । କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ୍ ଗଣ୍ଡାମେର ପଞ୍ଚାୟତରେ ଦୁର୍ଗାମାଧବ ହାଇସ୍କୁଲର ରୂପାନ୍ତରୀକରଣ ପାଇଁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ନେଇ ବୁକଲେଟରେ ଛପା ଯାଇଛି । ଆଶ୍ଚର୍ଯ୍ୟର କଥା ଏହି ଏହି ପଞ୍ଚାୟତରେ କୌଣସି ହାଇସ୍କୁଲ ହିଁ ନାହିଁ । ଗାଁ ପିଲାଏ ପଞ୍ଚମଶ୍ରେଣୀ ପରେ ପଡ଼ୋଶୀ ଗାଁ ବୃନ୍ଦବାହାଲରେ ଥିବା ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାଁ ଲେଖାନ୍ତି । ଏହି ଗାଁରେ ଥିବା ପ୍ରାଥମିକ ସ୍କୁଲକୁ ଉନ୍ନୀତ ବିଦ୍ୟାଳୟ କରିବା ପାଇଁ ଗ୍ରାମବାସୀ ୯ ମାସ ଧରି ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ । କିନ୍ତୁ ପ୍ରଶାସନ ଶୁଣିଲା ନାହିଁ । ଅନ୍ୟପଟେ ଏବେ ହାଇସ୍କୁଲ ନାଁରେ କରାଯାଇଛି ମିଛ ପ୍ରଚାର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଛର ସୌଦାଗର ସାଜିଛନ୍ତି ବିଜେଡି ସରକାର । ମିଛ ଯୋଜନା ନାଁରେ ଟଙ୍କା ଲୁଟ୍ କରାଯାଉଛି । ହିତାଧିକାରୀଙ୍କ ନାଁରେ ମିଛ ପ୍ରଚାର କରାଯାଉଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଦଳର ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ବ୍ରାଣ୍ଡ ଚୋର ବିଜେଡି ସରକାରର ମୁଖା ଖୋଲୁଛି । ମୋଦି ଚାଉଳକୁ ନବୀନ ଚାଉଳ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ରାସନ କେନ୍ଦ୍ରରେ ବିଜେଡି ବ୍ୟାଗ୍ ବଣ୍ଟାଯାଉଛି । ଏତିକି ନୁହେଁ ବିଜେଡି ମହିଳା ଶସକ୍ତିକରଣ ନାଁରେ ମିଛ ପ୍ରତିଶ୍ରୁତି ଦେଉଛି । ମହିଳାଙ୍କୁ ଦଳୀୟ କାମରେ ଲଗାଉଛି ବିଜେଡି । ସେହିପରି ସ୍କୁଟି ଯୋଜନା ବି କେନ୍ଦ୍ର ସରକାରଙ୍କର । ବିଜେଡି ସରକାର-କପି ପେଷ୍ଟରେ ମାଷ୍ଟର ବୋଲି ହହିଛନ୍ତି ଲେଖାଶ୍ରୀ ।
 

Sponsored
BJD government's lies spread beyond all limits | Argus News