Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ୍

Odisha

ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ୍

Jitendra Dash
Browse all articles by Jitendra Dash
·2 years ago·2 min read
ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ୍

ଅର୍ଗସ ବ୍ୟୁରୋ : ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ୍ । ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି କରାଯାଉଛି ବିକ୍ରି । ରାୟଗଡ଼ା ପରେ ନବରଙ୍ଗପୁରରୁ ମିଳିଲା ପ୍ରମାଣ । କାହିଁକି ଓଡ଼ିଶା ଚାଷୀଙ୍କ ଆୟ କମ୍, ଜଣାପଡ଼ିଲା କାରଣ । ମିଲେଟକୁ ପ୍ରୋତ୍ସାହନ ପାଇଁ ନିରନ୍ତର ଉଦ୍ୟମ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପଟେ ବିଜେଡି ସରକାର ପାଲଟିଛି ମିଥ୍ୟା ତଥ୍ୟର ସୌଦାଗର । କ୍ରେଡିଟ୍ ନେବାକୁ ମିଛ କହି ହାତେଇଛନ୍ତି ବେଷ୍ଟ ମିଲେଟ୍ ପ୍ରୋମୋଟିଂ ଷ୍ଟେଟର ପୁରସ୍କାର । ଶରୀରର ପୁଷ୍ଟିସାଧନ ପାଇଁ ଗୁରୁତ୍ବପୂର୍ଣ୍ଣ । ପୁଣି ଏହାର ବହୁଳ ବ୍ୟବହାର ଦ୍ବାରା ଦେଶର ଆଦିବାସୀ ଚାଷୀଙ୍କ ଜୀବନରେ ଆସିବ ବଡ଼ ପରିବର୍ତ୍ତନ । ଏଥିପାଇଁ ତ ମିଲେଟକୁ ପ୍ରୋତ୍ସାହନ ପାଇଁ ଲଗାତାର ଉଦ୍ୟମ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମଙ୍କ ଆଗ୍ରହ କ୍ରମେ ଜି-୨୦ ସମ୍ମିଳନୀକୁ ଆସିଥିବା ଅତିଥିଙ୍କୁ ମଧ୍ୟ ଦିଆଗଲା ମିଲେଟ୍ ପ୍ରସ୍ତୁତ ଖାଦ୍ୟ । ପିଏମଙ୍କ ଉଦ୍ୟମ ଯୋଗୁଁ ହିଁ ସାରା ବିଶ୍ବରେ ଏବେ ବଢ଼ିଛି ମିଲେଟର ଆଦର ଓ ଗ୍ରହଣୀୟତା । 

ଗୋଟିଏ ପଟେ ମିଲେଟକୁ ପ୍ରୋତ୍ସାହନ ପାଇଁ ପିଏମ୍ ମୋଦିଙ୍କ ପ୍ରଚେଷ୍ଟା ନିରନ୍ତର । ଅନ୍ୟପଟେ ମିଲେଟ୍ ମିଶନରେ କ୍ରେଡିଟ୍ ନେବାକୁ ବିଜେଡି ସରକାର ପାଲଟିଛି ମିଥ୍ୟା ତଥ୍ୟର ସୌଦାଗର । ମିଥ୍ୟା ତଥ୍ୟ ଦେଇ ବେଷ୍ଟ ମିଲେଟ୍ ପ୍ରମୋଟିଂ ଷ୍ଟେଟର ଆୱାର୍ଡ ପାଇଛନ୍ତି ଓଡ଼ିଶା ସରକାର । କିନ୍ତୁ ଏବେ ଖୋଲି ଚାଲିଛି ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ଗୁମର । ରାୟଗଡ଼ା ବିଷମକଟକ ପରେ ନବରଙ୍ଗପୁରରୁ ଆସିଛି ପ୍ରମାଣ । କର୍ଣ୍ଣାଟକରୁ ଅଣାଯାଉଛି ମାଣ୍ଡିଆ । ଜାଲିଆତି କରି ଓଡ଼ିଶାର ଚାଷୀଙ୍କ ନାଁରେ କରାଯାଉଛି ବିକ୍ରି । 

ମିଲେଟ୍ ମିଶନ ଜରିଆରେ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କୁ ଏନଜିଓଗୁଡ଼ିକ ମାଧ୍ୟମରେ ୫ ବର୍ଷ ଯାଏଁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ଅଛି । ନବରଙ୍ଗପୁର ଜିଲ୍ଲାରେ ୨୦୨୩/୨୪ ଖରିଫ ବର୍ଷରେ ୮ ହଜାର ୧୧ ହେକ୍ଟର ଜମିରେ ୧୨ ହଜାର ୨୦ ଜଣ ଚାଷୀ କରିଥିଲେ ମାଣ୍ଡିଆ ଚାଷ । ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରିବା ପାଇଁ "କୃଷକ ସହାୟକ ସଂସ୍ଥା "ଗୋବିନ୍ଦାଳୟ ଆରଏମସି (RMC)କୁ  ଦାୟିତ୍ବ ଦିଆଯାଇଛି । କିନ୍ତୁ ସତ କଥା ହେଲା ନାଁ ଚାଷ ପାଇଁ ମିଳୁଛି ପ୍ରୋତ୍ସାହନ ରାଶି ନାଁ ଚାଷୀଙ୍କଠୁ କିଣାଯାଉଛି ମାଣ୍ଡିଆ । ବାହାର ରାଜ୍ୟରୁ ନିମୟିତ ଆମଦାନୀ କରିବା ପରେ ଶହ ଶହ କ୍ବିଣ୍ଟାଲ ମାଣ୍ଡିଆ ଗଚ୍ଛିତ ରଖାଯାଇ ଓଡ଼ିଶା ବ୍ରାଣ୍ଡରେ ପ୍ୟାକେଜିଂ କରାଯାଉଛି । ଆଉ ସ୍ଥାନୀୟ ଆଦିବାସୀ ଏହି ମାଣ୍ଡିଆ ଚାଷ କରିଥିବା ଦର୍ଶାଇ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଛି । ଆଦିବାସୀଙ୍କୁ ମାଣ୍ଡିଆ ଚାଷ ନାଁରେ ପ୍ରୋତ୍ସାହନ ଦେବା ପାଇଁ କାମ କରୁଥିବା କେତେକ ଏନଜିଓ ଏବଂ ସ୍ଥାନୀୟ କୃଷି ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ମିଲେଟ୍ କେଳେଙ୍କାରୀ । ସବୁ ଜାଣି ଶୁଣି ଚୁପ୍ ବସିଛନ୍ତି ବିଜେଡି ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

କିଛିଦିନ ତଳେ ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ାରେ ମଧ୍ୟ ଏମିତି ଧରାପଡ଼ିଥିଲା କର୍ଣ୍ଣାଟକରୁ ଆସିଥିବା ମାଣ୍ଡିଆ ଭର୍ତ୍ତି ଟ୍ରକ୍। ସେ ଘଟଣାରେ ଏ ଯାଏଁ ନିଆଯାଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ପ୍ରକୃତରେ ମିଲେଟ ମିଶନ ସଫଳ ହୋଇଥିଲେ ବହୁଗୁଣିତ ହୋଇଥାନ୍ତା ଆଦିବାସୀ ଚାଷୀଙ୍କ ଆୟ । ଏଥିରୁ ପ୍ରମାଣିତ ହେଉଛି ମିଲେଟ୍ ମିଶନ ନାଁରେ ଭୁଆଁ ବୁଲାଉଛନ୍ତି ବିଜେଡି ସରକାର । 

Sponsored
BJD government's propaganda in the name of Millet Mission exposed | Argus News