Videos
|
Odisha

ନିର୍ବାଚନରେ ପୁଣି ମାଗଣା ଚାଉଳ ଶ୍ରେୟ ନେବାକୁ ବିଜେଡିର ଚାଲାକି

Jitendra Dash
Browse all articles by Jitendra Dash
·2 years ago·2 min read
ନିର୍ବାଚନରେ ପୁଣି ମାଗଣା ଚାଉଳ ଶ୍ରେୟ ନେବାକୁ ବିଜେଡିର ଚାଲାକି

ଅର୍ଗସ ବ୍ୟୁରୋ : ମାଗଣା ଚାଉଳକୁ ନେଇ ପୁଣି ଥରେ ମିଛ ପ୍ରଚାର ଆରମ୍ଭ କରିଛି ବିଜେଡି । ଚାଉଳ ଶ୍ରେୟ ପାଇଁ ଝୋଟ ବ୍ୟାଗ ଷ୍ଟ୍ରାଟେଜି ଫେଲ ମାରିବା ପରେ ଭୋଟ ପୂର୍ବରୁ ମାଗଣା ଚାଉଳକୁ ନେଇ ମିଛ କହିବା ଆରମ୍ଭ କରିଛନ୍ତି ବିଜେଡି ନେତାଏଁ । ନୂଆ ନୂଆ କରି ବିଜେଡିର ପାଓ୍ବାର ସେଣ୍ଟର ତଥା ଦୁଇ ନମ୍ବର ନେତା ସାଜିଥିବା ଭି.କେ ପାଣ୍ଡିଆନ୍ ମୋଦି ଚାଉଳକୁ ନବୀନ ଦେଉଥିବା କହି ମାଗିଛନ୍ତି ଭୋଟ୍  । ମାଲକାନଗିରିର କାଲିମେଳାରେ ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ୍ ବିଜେପିକୁ ଟାର୍ଗେଟ କରିବା ସହ ନବୀନ ମାଗଣା ଚାଉଳ ଦେଉଥିବା ଲୋକଙ୍କୁ କହିଥିଲେ । ଯାହାକୁ ନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଛି ବିଜେପି । ପୂର୍ବତନ ରାଜ୍ୟ ସଭାପତି କହିଛନ୍ତି ରାଜ୍ୟର ୩ କୋଟି ୨୬ ଲକ୍ଷ ସମେତ ଦେଶର ୮୦ କୋଟି ଲୋକ ମାଗଣା ଚାଉଳ ମିଳୁଛି । ବିଜେଡିର ନୂଆ ନେତା ଯିଏ ଭିଡିଓ ମୁଖ୍ୟମନ୍ତ୍ରୀଙ୍କର ଗୁମାସ୍ତା ସାଜିଛନ୍ତି, ସେ ଶ୍ରେୟ ପାଇଁ କାଙ୍ଗାଳିଆ ବିକଳିଆ ହେଉଛନ୍ତି । 

ସେପଟେ ତଥ୍ୟ କହୁଛି ମାତ୍ର ୯ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଇ ୩ କୋଟି ୨୬ ଲକ୍ଷଙ୍କୁ ଚାଉଳ ଦେବାର ଶ୍ରେୟ ନେବାକୁ ମିଛକୁ ସାହାରା କରିଛି ବିଜେଡି । ରାଜ୍ୟ ଖାଦ୍ୟ ସୁରକ୍ଷାର ସ୍ଥିତି ଏମିତି ହୋଇଛି ଯେ ୨୫ ଲକ୍ଷ ହିତାଧୀକାରୀଙ୍କୁ ଚାଉଳ ଯୋଗାଇଦେବାକୁ ଘୋଷଣା କରାଯାଇଥିବା ବେଳେ ମିଳିଥିଲା ମାତ୍ର ୧୮ ଲକ୍ଷ ୩୨ ହଜାର ହିତାଧୀକାରୀଙ୍କୁ ଯାହା ବର୍ତ୍ତମାନ ୯ ଲକ୍ଷରେ ଆସି ପହଞ୍ଚିଛି । 

ଅନ୍ୟପଟେ ଭୋଟ ପାଇଁ ମିଛ ପ୍ରତିଶ୍ରୁତି ଦେବାରେ କିପରି ବିଜେଡି ମୁଖିଆ ଓ ତାଙ୍କ ଗୁମାସ୍ତା ମାହିର ତାହାର ଉଦାହରଣ ଦେଖିବାକୁ ମିଳିଛି ପାଣ୍ଡିଆନଙ୍କ କାଲିମେଳା ସଭାରେ । କାଲିମେଳା ନିର୍ବାଚନି ସଭାରେ ଭୋଟରଙ୍କୁ ଭୁଆଁ ବୁଲାଇ ମିଛ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ । ନିର୍ବାଚନି ସଭାରେ ଲୋକଙ୍କ ଠୁ ଦରଖାସ୍ତ ଆଣିବା ସହ ୭ ଦିନ,୧୫ ଦିନ ଓ ମାସେ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ପ୍ରଶ୍ନ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ ରହିଛି । ଏଭଳି ସ୍ଥିତି ରେ ଲୋକଙ୍କ ଠୁ ଦରଖାସ୍ତ ଗ୍ରହଣ ତୁରନ୍ତ ସମାଧାନ କରାଯିବାର ପ୍ରତିଶ୍ରୁତି ପାଣ୍ଡିଆନଙ୍କ ମିଛ କୁ  ପଦାରେ ପକାଇ ଦେଇଛି । ପ୍ରଶ୍ନ ସରଳ ଆଦିବାସୀଙ୍କୁ ବୋକା ଭାବୁଛନ୍ତି କି ପାଣ୍ଡିଆନ । ଭୋଟ ପାଇଁ ଆଦିବାସୀଙ୍କୁ କାହିଁକି ମିଛ ପ୍ରତିଶ୍ରୁତି ଦେଇ ଠକୁଛନ୍ତି ଭୈରବ ପାଣ୍ଡିଆନ । କେବଳ ଚାଉଳ ନୁହେଁ ଏହିଭଳି ଅନେକ ଯୋଜନାରେ ରାଜ୍ୟର ମୋହର ମାରି ଶ୍ରେୟ ନେବାକୁ ବିଜେଡି ବହୁ ପୂର୍ବରୁ କରିଥିବା ଷଡଯନ୍ତ୍ର ହୋଇଛି ପର୍ଦ୍ଦାଫାସ । ଆବାସ ଯୋଜନା,କିଷାନ ସମ୍ମାନ ନିଧି ଭଳି ଅନେକ କେନ୍ଦ୍ରୀୟ ସ୍କିମ୍ ରେ ରାଜ୍ୟର ମୋହର ଲଗାଇ ଶ୍ରେୟ ନେବାକୁ କରାଯାଇଛି ଷଡଯନ୍ତ୍ର ।
 

BJD Govt new planing | Argus News