|
logo
Live

Argus News - କେନ୍ଦ୍ରର ‘ମାଗଣା ଚାଉଳ’କୁ ନାମ ପରିବର୍ତ୍ତନ କରି ଅପରାଧ କରିଛି ବିଜେଡି

Odisha

କେନ୍ଦ୍ରର ‘ମାଗଣା ଚାଉଳ’କୁ ନାମ ପରିବର୍ତ୍ତନ କରି ଅପରାଧ କରିଛି ବିଜେଡି

Jitendra Dash
Browse all articles by Jitendra Dash
·2 years ago·2 min read
କେନ୍ଦ୍ରର ‘ମାଗଣା ଚାଉଳ’କୁ ନାମ ପରିବର୍ତ୍ତନ କରି ଅପରାଧ କରିଛି ବିଜେଡି

ଅର୍ଗସ ବ୍ୟୁରୋ : ଅର୍ଦ୍ଧସତ୍ୟ ମିଥ୍ୟାଠାରୁ ଭୟଙ୍କର । ଏହି ଅର୍ଦ୍ଧସତ୍ୟ ଉପରେ ବିଜୁ ଜନତା ଦଳ ସରକାର ଓ ତାଙ୍କ ମୁଖିଆ ନବୀନ ପଟ୍ଟନାୟକ ବିଶ୍ୱାସ କରନ୍ତି । ନିର୍ବାଚନ ଆସିଲେ ବିଜେଡି ଭେଳିକି ଦେଖାଇବା ଆରମ୍ଭ କରେ । ମାଗଣା ଚାଉଳ ହିତାଧିକାରୀ ପୃଷ୍ଠପୋଷକ ହେବା ପାଇଁ ନବୀନ ପଟ୍ଟନାୟକ ସରକାର ଗତ କାଲି ସବୁ ଖବର କାଗଜକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ଏକ ବିଜ୍ଞାପନ ଦେଇଛନ୍ତି । ଏହି ବିଜ୍ଞାପନରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଫଟୋ ସହ ‘ଆମ ଓଡିଶା, ନବୀନ ଓଡିଶା’, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ରାଜ୍ୟବାସିଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରାଯାଇଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କର ଦଳୀୟ ସ୍ୱାର୍ଥ ପାଇଁ ଚିରାଚରିତ ଢଙ୍ଗରେ କେନ୍ଦ୍ରୀୟ ଯୋଜନାକୁ ଚଂଚକତା କରି ହଡପ୍ କରିବା ବିଜେଡି ସରକାରର ହୀନ ପ୍ରୟାସ । ଯାହା ଠକାମି ଭଳି ଅପରାଧ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ହଡପ୍ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଦେଇଥିବା ମିଛ ବିଜ୍ଞାପନ ବିରୁଦ୍ଧରେ ଆଜି ଖାରବେଳ ଥାନାରେ ଏଫଆଇଆର ଦିଆଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ରାଜ୍ୟରେ ‘ଜାତୀୟ ଖାଦ୍ୟସୁରକ୍ଷା ଯୋଜନା’ ଅନୁଯାୟୀ ୨୦୧୫ ମସିହାରୁ ରାଜ୍ୟ ଜନସଂଖ୍ୟାର ୭୮ଭାଗ ଲୋକ ଅର୍ଥାତ ୩.୨୫ କୋଟି ଲୋକଙ୍କୁ ମାଗଣା ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର । ମାତ୍ର ରାଜ୍ୟରେ ବିଜେଡି ସରକାର ମନ୍ଦ ଉଦ୍ଦେଶ୍ୟ ରଖି କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ଯୋଜନା କହି ଆତ୍ମପ୍ରଚାର ପାଇଁ ୨୦୧୮ ମସିହାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳନ କରିଥିଲେ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ଲକ୍ଷ ୮ହଜାର ୮୦୦ଜଣ ହିତାଧିକାରୀ ତାଲିକା ପ୍ରସ୍ତୁତ କରି ‘ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା’କୁ ହଡପ୍ କରିବାର ଷଡଯନ୍ତ୍ର ରଚିଛି ବିଜେଡି ସରକାର । ରାଜ୍ୟ ବଜେଟ୍‌ରେ ବ୍ୟୟବରାଦ ନଥାଇ ବିନା କ୍ୟାବିନେଟ୍ ନିଷ୍ପତିରେ କିଭଳି ଅଗାମୀ ୫ବର୍ଷ ପାଇଁ ସମ୍ପ୍ରସାରଣର ବିଜ୍ଞାପନ ଛାପିଲେ, ତାହା ସାଧାରଣ ଲୋକଙ୍କ ମଧ୍ୟରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨୦୧୮ ମସିହାରୁ ‘ରାଜ୍ୟ ଖାଦ୍ୟ ସୁରକ୍ଷା’ ଯୋଜନାର ପ୍ରଚଳନ କରିଛନ୍ତି, ତାହେଲେ ଏବେ କାହିଁକି ଓ କାହା ସ୍ୱାର୍ଥରେ ଏହି ଯୋଜନାରେ ‘ଆମ ଓଡିଶା, ନବୀନ ଓଡିଶା’, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଉଛି ? ଏଭଳି ଆଇନବିରୋଧୀ କାର୍ଯ୍ୟର ତଦନ୍ତ ହେବା ଆବଶ୍ୟକ ବୋଲି ଏତଲାରେ ଦର୍ଶାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟ ସରକାରଙ୍କ ଏଭଳି ଅର୍ଦ୍ଧସତ୍ୟ ତଥ୍ୟ ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିବାରୁ ତାର ପ୍ରତିବାଦ ସ୍ୱରୁପ ‘ବିଜ୍ଞାପନ’ ପୃଷ୍ଠାକୁ ଜନପଥରେ ପୋଡାଯାଇଥିଲା । ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ମନୋଜ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ, ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହସଂଯୋଜକ ସୁଜିତ୍ କୁମାର ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ୍ ସେଲ୍ ସଂଯୋଜକ ଜୟନ୍ତ ଜେନା, ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ । 

Sponsored
କେନ୍ଦ୍ରର ‘ମାଗଣା ଚାଉଳ’କୁ ନାମ ପରିବର୍ତ୍ତନ କରି ଅପରାଧ କରିଛି ବିଜେଡି | Argus News