Nuapada By Election / ପଛରେ ପଡିଛି ବିଜେଡି, ପ୍ରାର୍ଥୀ ଚୟନକୁ ନେଇ ବି ଦଳରେ ବିବାଦ !

Key Points
https://argusnews.in/Politics/nuapada-bypoll-bjp-to-give-ticket-to-jay-dholakia
କାହାକୁ କରାଯିବ ପ୍ରାର୍ଥୀ ନିଷ୍ପତ୍ତି ନେଇ ପାରୁ ନାହାନ୍ତି କି ନବୀନ?
ତୃଣମୂଳ ସ୍ତରରେ ଶଙ୍ଖ ଶିବିର ଛାଡୁଛନ୍ତି ଏକାଧିକ ନେତା ।
ନୂଆପଡ଼ାରେ ଜୋର ଧରିଲାଣି ରାଜନୈତିକ ହଲଚଲ। କଂଗ୍ରେସ.. ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଜୟ ଢୋଲକିଆଙ୍କ ପ୍ରାର୍ଥିତ୍ୱ ଉପରେ ବିଜେପି ଚୂଡାନ୍ତ ମୋହର ମାରିସାରିଛି, କେବଳ ଘୋଷଣାର ଔପଚାରିକତା ହିଁ ବାକି ଅଛି । ଆସନ୍ତା ୧୬ ତାରିଖରେ ବିଜେପି ପ୍ରାର୍ଥୀ ନାମାଙ୍କନ କରିବେ। ସେ ସମୟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ସହ ସେହିଦିନ ନୂଆପଡ଼ାରେ ସମାବେଶ ବି କରିବେ ।
ଅନ୍ୟପଟେ ପ୍ରାର୍ଥୀ ଚୟନକୁ ନେଇ ହରଡ଼ ଘଣାରେ ପଡ଼ିଛି ବିଜେଡି। ନୂଆପଡ଼ା ବିଜେଡିର ବହୁ ନେତା ଶଙ୍ଖ ଶିବିର ଛାଡୁଥିବା ବେଳେ ପ୍ରଶ୍ନ ଉଠୁଛି ପ୍ରାର୍ଥିତ୍ବକୁ ନେଇ ନବୀନ ନିଷ୍ପତ୍ତି ନେଇପାରୁ ନାହାନ୍ତି କି ?
ଏଥିସହ ପଢ଼ନ୍ତୁ: ଚିର ନିଦ୍ରାରେ ମହାଭାରତର ’କର୍ଣ୍ଣ’ ପଙ୍କଜ ଧୀର
📱 Get Argus News App
✨ନୂଆପଡ଼ା ଉପନିର୍ବାଚନ ମଇଦାନରେ ବଳ ଗୋଟାଉଛି ବିଜେପି । ଦୁର୍ବଳ ହେଉଛି ବିଜେଡି.. ତୃଣମୁଳ ସ୍ତରର ଅନେକ ନେତା ବିଜେପି ମୁହାଁ । ଖାଲି ହେଉଛି ନୂଆପଡ଼ା ବିଜେଡି ଶିବିର । ଜୟ ଢୋଲକିଆଙ୍କ ସମର୍ଥନରେ ଆଜି ନୂଆପଡା ଜିଲ୍ଲା ବିଜେଡି ଉପସଭାପତି ଚନ୍ଦ୍ରକାନ୍ତ ଠାକୁର ଓ ଜିଲ୍ଲା ସାଧାରଣ ସମ୍ପାଦକ କାଳିଆ ପ୍ରଧାନ ବିଜେଡି ଛାଡ଼ିଛନ୍ତି। ଏ ସବୁ ଭିତରେ ପ୍ରାଥି ଚୟନକୁ ନେଇ ବିଜେଡିରେ ଦେଖା ଦେଇଛି ବିବାଦ । ଦୁଇ ଫାଳ ହୋଇଛି ନବୀନ ପଠାଇଥିବା ଟିମ । ଦୁଇଟି ନାଁ କୁ ନେଇ ଦୁଇ ଗୋଷ୍ଠୀ ଭିତରେ ଚାଲିଛି ଟଣା ଓଟରା ।
ଗୋଟେ ଗୋଷ୍ଠୀ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ଙ୍କୁ ପ୍ରାଥି କରିବାକୁ ଜିଦ ଧରିଥିବା ବେଳେ ଆଉ ଗୋଟେ ଗୋଷ୍ଠୀ ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ଙ୍କୁ ପ୍ରାଥି କରିବା ଲାଗି ଅଡ଼ି ବସିଛି । ତେବେ ଏସବୁ ଭିତରେ ମନୋଜ ମିଶ୍ର ଟିକେଟ ପାଇଁ ଆଶାବାଦୀ ଥିବା ବେଳେ ଦଳ କହିଛି କୌଣସି ବିବାଦ ନାହିଁ ।
ସେପଟେ ଜୟ ଢୋଲକିଆ ଙ୍କ ପ୍ରାଥିତ୍ୱ ଉପରେରେ ଚୂଡାନ୍ତ ମୋହର ମାରିଛି ବିଜେପି... କେବଳ ଘୋଷଣା ବାକି ରହିଛି । ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନୂଆପଡା ଗସ୍ତରେ ଯାଉଥିବା ବେଳେ ସେହିଦିନ ନାମାଙ୍କନ ଭରିବେ ବିଜେପି ପ୍ରାଥି । ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବା ସହ କରିବେ ବିଶାଳ ସମାବେଶ । ୨୦୦୦ ରୁ ଅଧିକ କଂଗ୍ରେସ ଓ ବିଜେଡି କର୍ମୀ ଙ୍କୁ ବିଜେପି ରେ ସାମିଲ କରିବାକୁ ବିଜେପି ରଖିଛି ଯୋଜନା।
ଅନ୍ୟପଟେ ପୁଣି ଜୟ ଢୋଲକିଆଙ୍କୁ ବିଜେଡ଼ି, ପୋଷ୍ୟ ପୁତ୍ର କହି ଆକ୍ଷେପ କରିବା ପରେ ମୁହାଁ ମୁହିଁ ହୋଇଛନ୍ତି ବିଜେଡି-ବିଜେପି ।
ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ରହିଛି ଦୁଇଟି ବ୍ଲକ ଦୁଇଟି NAC । କୋମନା ଓ ନୂଆପଡା ବ୍ଲକ ସମେତ ନୂଆପଡା NAC, ଖରିଆର ରୋଡ଼ NAC କୁ ନେଇ ଗଠିତ ନୂଆ ପଡା ନିର୍ବାଚନ ମଣ୍ଡଳୀ । କୋମନା ରେ ୩୨ ଟି ପଞ୍ଚାୟତ ରହିଥିବା ବେଳେ ନୂଆପଡା ରେ ରହିଛି ୩୧ ଟି ପଞ୍ଚାୟତ । ସେହିପରି ନୂଆପଡ଼ା NAC ରେ ୧୪ ଟି ୱାର୍ଡ ଓ ଖରିଆର ରୋଡ଼ NAC ରେ ୧୯ ଟି ୱାର୍ଡ ରହିଛି । ୬ ଟି ଜିଲ୍ଲା ପରିଷଦରୁ ୫ ଟା ବିଜେଡି ପାଖରେ ଥିବା ବେଳେ ଗୋଟେ ରହିଛି କଂଗ୍ରେସ ପାଖରେ । ସେହିପରି ନୂଆପଡ଼ା NAC ବିଜେଡି ପାଖରେ ଥିବା ବେଳେ ଖରିଆର ରୋଡ଼ NAC ରହିଛି ବିଜେପି ପାଖରେ । ତେବେ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ବଦଳି ଥିବା ରାଜନୈତିକ ସମିକରଣ ନୂଆପଡା ଉପ ନିର୍ବାଚନକୁ ନୂଆ ଦିଶା ଦେବ ବୋଲି ଚର୍ଚ୍ଚା ହେଉଛି ।
Related Topics
Explore more stories