Major Blow to BJD / ଝାରସୁଗୁଡ଼ାରେ BJDକୁ ଝଟ୍କା; ନିଲମ୍ବନକୁ ବିରୋଧ କରି ଦଳ ଛାଡ଼ିଲେ ୧୦ କାଉନସିଲର୍
·46 mins ago·2 min read

Key Points
ଦୀପାଳି-ଅଳକାଙ୍କ ପତିଆରା ଲଢ଼େଇ ମଧ୍ୟରେ ଦଳ ଛାଡ଼ିଛନ୍ତି ବିଜୁ ଜନତା ଦଳର ୧୦ ଜଣ କାଉନସିଲର । ବେଲପାହାଡ଼ ପୌରପରିଷଦର ୧୦ କାଉନସିଲର ସାମୁହିକ ଇସ୍ତଫା ଦେଇଛନ୍ତି ।
ଝାରସୁଗୁଡ଼ା: ଦୁଇ ନେତ୍ରୀଙ୍କ ମଧ୍ୟରେ ଫାଟ ବିଜେଡି ପାଇଁ ଭାରି ପଡ଼ିବାରେ ଲାଗିଛି । ଦୀପାଳି-ଅଳକାଙ୍କ ପତିଆରା ଲଢ଼େଇ ମଧ୍ୟରେ ଦଳ ଛାଡ଼ିଛନ୍ତି ବିଜୁ ଜନତା ଦଳର ୧୦ ଜଣ କାଉନସିଲର । ବେଲପାହାଡ଼ ପୌରପରିଷଦର ୧୦ କାଉନସିଲର ସାମୁହିକ ଇସ୍ତଫା ଦେଇଛନ୍ତି ।
ଝାରଗୁସୁଡାରେ ଅପମାନ ପରେ ଗତ ସପ୍ତାହରେ ନବୀନ ନିବାସରେ ଅଳକାଙ୍କ ଶକ୍ତି ପ୍ରଦର୍ଶନ । ଆଉ କିଛି ଘଣ୍ଟା ପରେ ଦୀପାଳିଙ୍କ ଅନୁଗତଙ୍କ ବିରୋଧରେ ଆକ୍ସନ୍ ନେଇଥିଲା ବିଜେଡି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଦଳରୁ ଦୁଇ ବରିଷ୍ଠ ନେତାଙ୍କୁ ନିଲମ୍ବନ କରିଥିଲା ବିଜେଡି ।
ଏଥିସହ ପଢ଼ନ୍ତୁ: ନବୀନଙ୍କ ପାଖରେ ଅଳକା ଫେରାଦ ପରେ ଦୀପାଳିଙ୍କ ସମର୍ଥକଙ୍କୁ ନିଲମ୍ବନ ଚର୍ଚ୍ଚା
ଆଉ ନିଲମ୍ବନ ପରେ ଝାରସୁଗୁଡ଼ା ବିଜେଡିରେ ଅସନ୍ତୋଷର ନିଆଁ କୁହୁଳିଛି । ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲାର ଦୁଇ ଜଣ ପ୍ରମୁଖ ନେତାଙ୍କୁ ନିଲମ୍ବନ କରାଯାଇଥିଲା । ନିଲମ୍ବିତଙ୍କ ମଧ୍ୟରୁ ବେଲପାହାଡ଼ ପୌରପରିଷଦର ହିତେଶ ଠକ୍କର ଅନ୍ୟତମ ।
ଏବେ ହିତେଶଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି ବେଲପାହାଡ଼ ପୌରପରିଷଦର ୧୦ ଜଣ ବିଜେଡି କାଉନସିଲର । ଆଉ ଦଳରୁ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି । ବିଜେଡିର ୧୦ ଜଣ କାଉନସିଲରଙ୍କ ସହ ସେମାନଙ୍କୁ ସମର୍ଥନ କରି ୨୦୦ରୁ ଅଧିକ ଦଳୀୟ କର୍ମୀ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜନୈତିକ ପ୍ରତିବାଦରେ ସ୍କୁଲ ପିଲାଙ୍କୁ ବ୍ୟବହାର କରି ଫସିଲା ବିଜେଡି
ଗତ ସପ୍ତାହରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ, ଅଳକା ମହାନ୍ତି ସମର୍ଥକଙ୍କ ଧରି ଭେଟିଥିଲେ । ଅଳକା, ନବୀନଙ୍କୁ ଭେଟିବାର କେଇ ଘଣ୍ଟାରେ ବିଜେଡି ଦଳରୁ ୨ ଜଣଙ୍କୁ ନିଲମ୍ବିତ କରିଥିଲା । ଆଉ ଏବେ ନିଲମ୍ବନ ପ୍ରତିବାଦରେ ସାମୁହିକ ଇସ୍ତଫା ନେତ୍ରୀଙ୍କ କଳିକୁ ଶାଣିତ କରିଛି ।
ଝାରସୁଗୁ଼ଡ଼ା ସହ ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୀପାଳି-ଅଳକାଙ୍କ କଳି ଆଗକୁ କେଉଁ ମୋଡ଼ ନେଉଛି ଏବେ ତାହା ଉପରେ ସମସ୍ତଙ୍କ ନଜର । ଆଉ ନିଲମ୍ବନ, ସାମୁହିକ ଇସ୍ତଫା ପରେ ବିଜେଡି ପ୍ୟାଚ୍ ପକାଇବାକୁ ପଦକ୍ଷେପ ନେବ ନା ଦଳରେ ଫାଟ ଆହୁରି ବଢ଼ିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories