BJD Protest Controversy / ରାଜନୈତିକ ପ୍ରତିବାଦରେ ସ୍କୁଲ ପିଲାଙ୍କୁ ବ୍ୟବହାର କରି ଫସିଲା ବିଜେଡି
·2 months ago·3 min read

Key Points
ଦଳ ସଭାପତିଙ୍କ ସହ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ଅଳକା ମହାନ୍ତିଙ୍କୁ ନୋଟିସ୍
ବିଜେଡି ଛାତ୍ର ସଂଗଠନ ସଭାନେତ୍ରୀ ଈପ୍ସିତା ସାହୁଙ୍କୁ ବି ଶିଶୁ ସୁରକ୍ଷା ଆୟୋଗଙ୍କ ନୋଟିସ୍
କ'ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜଣାଇବାକୁ ଏସପି ଓ ଜିଲ୍ଲାପାଳଙ୍କୁ କୈଫୟତ ତଲବ

ଝାରସୁଗୁଡ଼ା/ଭୁବନେଶ୍ଵର: ଝାରସୁଗୁଡ଼ାରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ ବେଳେ ସ୍କୁଲ ପିଲାଙ୍କୁ ସାମ୍ନାରେ ରଖି କୁଶପୁତ୍ତଳିକା ଦାହ ଏବଂ ନାରାବାଜି କରିବା ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ପୂର୍ବତନ ବିଧାୟିକା ଦୀପାଳି ଦାସ, ଅଳକା ମହାନ୍ତି ଏବଂ ଛାତ୍ର ସଂଗଠନ ସଭାନେତ୍ରୀ ଈପ୍ସିତା ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ୭ ଦିନ ଭିତରେ ଜବାବ ମାଗିଛନ୍ତି ଆୟୋଗ ।
ସେପଟେ ଏହି ସମ୍ବେଦନହୀନ ରାଜନୀତି ବିରୋଧରେ ଝାରସୁଗୁଡ଼ା ଜିଲ୍ଲା ବିଜେପି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ବିଧାୟକ ଟଙ୍କଧର ତ୍ରିପାଠୀ ଏହାକୁ ଅକ୍ଷମଣୀୟ ଅପରାଧ ବୋଲି କହିଛନ୍ତି । ଏହି ପୂରା ଘଟଣାରେ ଜିଲ୍ଲାପାଳ ଓ ଏସପିଙ୍କୁ ମଧ୍ୟ କୈଫିୟତ ତଲବ କରିଛନ୍ତି ଶିଶୁ ସୁରକ୍ଷା ଆୟୋଗ ।
ଏଥିସହ ପଢ଼ନ୍ତୁ: ରାଜ୍ୟ ରାଜନୀତିରେ ନୂଆ ଟ୍ବିଷ୍ଟ,ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ସୌଭିକ ବିଶ୍ବାଳ
ବିଜୁ ଜନତ ଦଳ ତାର ରାଜନୈତିକ ସ୍ବାର୍ଥ ହାସଲ ପାଇଁ କିଭଳି କୋମଳମତି ପିଲାଙ୍କୁ ବିପଦ ମୁହଁକୁ ଠେଲି ଦେଉଛି, ଝାରସୁଗୁଡ଼ାରେ ତାର ଚିତ୍ର ଦେଖିବାକୁ ମିଳିଛି । ନିଜର ରାଜନୈତିକ ଅସ୍ଥିତ୍ବ ବଞ୍ଚାଇବା ପାଇଁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ କରି କୁଶପୁତ୍ତଳିକା ଦାହ କଲାବେଳେ, ସ୍କୁଲ ପିଲାଙ୍କୁ ସାମ୍ନାରେ ରଖିଥିଲା ଦଳ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତେଜନାପୂର୍ଣ୍ଣ ପରିବେଶରେ ନିଆଁ ଜଳାଇ ଧୁଆଁ ପାଖରେ ସ୍କୁଲ ପିଲାଙ୍କୁ ଛିଡ଼ା କରାଇ ନାରାବାଜି ଓ ନାଚଗୀତ ଚଳାଇଥିଲା । ଏପରିକି ନେତା ଓ କର୍ମୀଙ୍କ ସହ ସ୍କୁଲ ୟୁନିଫର୍ମ ପିନ୍ଧି ଛାଡ଼ିହୋଇ ରହିଥିଲେ ନାବାଳିକା । ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ, ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି ଓ ବିଜେଡି ଛାତ୍ର ସଂଗଠନର ସଭାନେତ୍ରୀ ଈପ୍ସିତା ସାହୁ ପ୍ରମୁଖ ଏହି ସ୍କୁଲ ପିଲାମାନଙ୍କୁ ଧରି ରାଜନୈତିକ ପ୍ରତିବାଦ କରିଥିଲେ ।
ଏଭଳି ଏକ ସମ୍ବେଦନହୀନ ପ୍ରସଙ୍ଗକୁ ଗୁରୁତର ସହ ନେଇଛି ଝାରସୁଗୁଡ଼ା ଜିଲ୍ଲା ବିଜେପି । ଶିଶୁମାନଙ୍କ ସୁରକ୍ଷାକୁ ବିଜେଡି ବିପନ୍ନ କରିଥିବା ବିଜେପି କହିଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନର ସ୍ପଷ୍ଟ ନିର୍ଦ୍ଦେଶାବଳୀ ରହିଛି ଯେ, କୌଣସି ରାଜନୈତିକ ଦଳ ନିଜର ଶୋଭାଯାତ୍ରା ବା ଆନ୍ଦୋଳନରେ ଶିଶୁମାନଙ୍କୁ ବ୍ୟବହାର କରିପାରିବେ ନାହିଁ।
ତଥାପି ବିଜେଡି ନେତ୍ରୀମାନେ ଆଇନକୁ ବେଖାତିର କରିବା ସହ ଶିଶୁ ସୁରକ୍ଷା ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଓ ସ୍ଥାନୀୟ ପ୍ରଶାସନକୁ ଏକ ଦାବି ପତ୍ର ଦେଇଛି । ଘଟଣାର ସ୍ଵତଃପ୍ରବୃତ୍ତ ଭାବେ ତଦନ୍ତ କରାଯାଇ ଦୋଷୀ ନେତ୍ରୀ ଓ ବିଜେଡି କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ବିଜେଡିର ରାଜନୈତିକ ପ୍ରତିବାଦରେ କୁନି ପିଲାଙ୍କ ବ୍ୟବହାରକୁ ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏପରି ନୀଚ ଧରଣର ରାଜନୀତି ଲଜ୍ଜାଜନକ ଓ ଅକ୍ଷମଣୀୟ ବୋଲି ମତ ଦେଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ।
ଏଥିସହ ପଢ଼ନ୍ତୁ: ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ୍, ୨୦୨୭ ଏପ୍ରିଲ-ମେ’ରେ ହେବ ଭୋଟ୍
ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ ପଦକ୍ଷେପ ନିଆଯାଇଥିବା କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ବିଧାୟିକା ଦୀପାଳି ଦାସ, ଅଳକା ମହାନ୍ତି, ଛାତ୍ର ସଂଗଠନ ସଭାନେତ୍ରୀ ଇପସିତା ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି । ୩ଟି ଲିଖିତ ଅଭିଯୋଗ ଆଧାରରେ ଝାରସୁଗୁଡ଼ା ଜିଲ୍ଲାପାଳ, ଏସଙ୍କୁ ମଧ୍ୟ ଆକ୍ସନ ଟେକେନ ରିପୋର୍ଟ ମଗାଯାଇଛି ।

ନୋଟିସ ପାଇବାର ୭ ଦିନ ମଧ୍ୟରେ ଉତ୍ତର ରଖିବା ପାଇଁ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭବିଷ୍ୟତ ତଥା କୋମଳମତି ଶିଶୁମାନଙ୍କୁ କୌଣସି ବି ପରିସ୍ଥିତିରେ ରାଜନୀତିର ହାତ ବାରିସି ହେବାକୁ ଦିଆଯିବ ନାହିଁ ବୋଲି ବିଜେପିର ସ୍ପଷ୍ଟ ଚେତାବନୀ ପରେ ସରଗରମ ହୋଇଛି ଝାରସୁଗୁଡ଼ା ରାଜନୀତି ।
Related Topics
Explore more stories