Videos
|
Politics

BJD Internal Conflict / ନବୀନଙ୍କ ପାଖରେ ଅଳକା ଫେରାଦ ପରେ ଦୀପାଳିଙ୍କ ସମର୍ଥକଙ୍କୁ ନିଲମ୍ବନ ଚର୍ଚ୍ଚା

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ନବୀନଙ୍କ ପାଖରେ ଅଳକା ଫେରାଦ ପରେ ଦୀପାଳିଙ୍କ ସମର୍ଥକଙ୍କୁ ନିଲମ୍ବନ ଚର୍ଚ୍ଚା
Deepali Das vs Alaka Mohanty

Key Points

ଝାରଗୁସୁଡାରେ ଅପମାନ, ନବୀନ ନିବାସରେ ଅଳକାଙ୍କ ଶକ୍ତି ପ୍ରଦର୍ଶନ । ଆଉ କିଛି ଘଣ୍ଟା ପରେ ଦୀପାଳିଙ୍କ ଅନୁଗତଙ୍କ ବିରୋଧରେ ଆକ୍ସନ୍ । ଝାରସୁଗୁଡ଼ ଜିଲ୍ଲାରେ ବିଜେଡିରେ ପତିଆରା ଲଢ଼େଇ ।
ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜେଡି ଦି ଫାଳ । ସସପେନ୍ସ ବଢାଇଲା ଦୀପାଳିଙ୍କ ମହାଭାରତର କର୍ଣ୍ଣଙ୍କ କାହାଣୀର ପୋଷ୍ଟ । ଆନୁଗତ୍ୟ କଥା ଉଠାଇ କାହାକୁ ମାରିଲେ ତୀର ? ବାପାଙ୍କ ହତ୍ୟା ବେଳେ ଚୁପ୍ ରହି ଦଳକୁ ଆନୁଗତ୍ୟ ଦେଇଥିଲେ କି ଦୀପାଳି ?

ଝାରଗୁସୁଡାରେ ଅପମାନ, ନବୀନ ନିବାସରେ ଅଳକାଙ୍କ ଶକ୍ତି ପ୍ରଦର୍ଶନ । ଆଉ କିଛି ଘଣ୍ଟା ପରେ ଦୀପାଳିଙ୍କ ଅନୁଗତଙ୍କ ବିରୋଧରେ ଆକ୍ସନ୍ । ଝାରସୁଗୁଡ଼ ଜିଲ୍ଲାରେ ବିଜେଡିରେ ପତିଆରା ଲଢ଼େଇ । ତା ଭିତରେ ସୋସିଆଲ୍ ମିଡିଆରେ ଦୀପାଳିଙ୍କ ପୋଷ୍ଟ ଚର୍ଚ୍ଚାକୁ ବଢ଼ାଇଛି। ଇଂରାଜୀରେ କର୍ଣ୍ଣଙ୍କ ଉଦାହରଣ ଦେଇ ଦୀପାଳି ଶେଷ ଧାଡ଼ିରେ ଲେଖିଛନ୍ତି, "ଲୋକ ଭୁଲି ଯାଆନ୍ତି ସିନା ହେଲେ ସମୟ କେବେ ସତ ନିଷ୍ଠା, ସତ ଆନୁଗତ୍ୟକୁ ଭୁଲେ ନାହିଁ ।"

ଏଥିସହ ପଢ଼ନ୍ତୁ: ରାଜନୈତିକ ପ୍ରତିବାଦରେ ସ୍କୁଲ ପିଲାଙ୍କୁ ବ୍ୟବହାର କରି ଫସିଲା ବିଜେଡି 

କେଉଁ ଆନୁଗତ୍ୟ କଥା କହୁଛନ୍ତି ଦୀପାଳି ? ଇଂଗିତ କାହା ଆଡ଼କୁ ? ନବ ଦାସଙ୍କ ହତ୍ୟା ପରେ ବିଜେଡି ସରକାରରେ ଚୁପ୍ ଥିଲେ ଦୀପାଳି ? ମାଆ ଓ ଭାଇ ଷଡ଼ଯନ୍ତ୍ର କଥା କହିଥିବା ବେଳେ କିଛି କହିନଥିଲେ ପୂର୍ବତନ ବିଧାୟିକା । ଏବେ ଦୀପାଳିଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।


ସେପଟେ ଝାରସୁଗୁଡ଼ା ଜିଲ୍ଲାରେ ଦୀପାଳି-ଅଳକାଙ୍କ ମଧ୍ୟରେ ଲଢ଼େଇ ଶାଣିତ ହେଉଛି । ବିଜେଡି ପ୍ରତିବାଦ ସଭାରେ ସ୍ବର୍ଗତଃ କିଶୋର ମହାନ୍ତିଙ୍କୁ ଅପମାନ ନେଇ ପ୍ରଥମେ ସୋସିଆଲ୍ ମିଡିଆରେ ପୋଷ୍ଟ କଲେ କିଶୋର ମହାନ୍ତିଙ୍କ ପୁଅ ପୁରୁଷୋତ୍ତମ ମହାନ୍ତି । ପରେ ଡିଲିଟ୍ ବି କରିଦେଲେ। ହେଲେ ଅଳକା ସହଜରେ ଗ୍ରହଣ କରିପାରିଲେନି ।

ଏମିତି ବି ବ୍ରଜରାଜନଗରରେ ଦୀପାଳିଙ୍କ ହାକିମାତିକୁ ନେଇ ଖପ୍ପା ଥିଲେ ଅଳକା । ଶକ୍ତି ପ୍ରଦର୍ଶନ କରି ନବୀନଙ୍କୁ ଫେରାଦ ହେଲେ । ଆଉ ଫେରାଦର କେଇ ଘଣ୍ଟାରେ ପରେ ଦୀପାଳିଙ୍କ ଅନୁଗତଙ୍କୁ ଦଳରୁ ସସପେଣ୍ଡ କଲା ବିଜେଡି ।

ଏଥିସହ ପଢ଼ନ୍ତୁ: ବଦଳୁଛି କଟକ ରାଜନୀତିର ସମୀକରଣ; ପଦ୍ମ ଧରିଲେ ପ୍ରଭାତ 

ଏବେ ଦୀପାଳି ଓ ଅଳକାଙ୍କ ଫାଇଟକୁ ନେଇ ସରଗରମ ଝାରସୁଗୁଡା ରାଜନୀତି । ଯାହା ଭିତରେ ଦୀପାଳି ସୋସିଆଲ୍ ମିଡିଆରେ ପୋଷ୍ଟ କରି ସମୟ ଓ ଆନୁଗତ୍ୟ କଥା ଉଠାଇଛନ୍ତି । ଦେଖିବାର କଥା ଆଗକୁ ଦୀପାଳିଙ୍କ ଏହି ପୋଷ୍ଟ ଝାରସୁଗୁଡ଼଼ା ରାଜନୀତିକୁ କିଭଳି ରୋଚକ ମୋଡ଼ ନେଉଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJD Rift Deepens in Jharsuguda as Deepali Das Post Sparks Buzz | Argus News | Argus News