BJD Controversy / ବବିଙ୍କ ନାଁରେ ସାଘାଂତିକ ଅଭିଯୋଗ: "ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ"
·10 months ago·2 min read

Key Points
ନୂଆପଡ଼ାରେ ବବି ଦାସଙ୍କ ନାଁରେ FIR. ବିଜେଡି ନେତା ବବି ଦାସଙ୍କ ନାଁ ରେ ନୂଆପଡ଼ା କୋମନା ଥାନାରେ ଅଭିଯୋଗ କଲେ କୋମନାର ଆଦିବାସୀ ଯୁବକ।
ନୂଆପଡ଼ାରେ ପୁଣି ରାଜନୀତି ସରଗରମ। ବିଜେଡି ନେତା ବବି ଦାସଙ୍କ ନାଁରେ FIR ଦର୍ଜ ହୋଇଛି। ବିଜେଡି ନେତା ବବି ଦାସଙ୍କ ନାଁ ରେ ନୂଆପଡ଼ାର କୋମନା ଥାନାରେ ଅଭିଯୋଗ କରିଛନ୍ତି କୋମନାର ଜଣେ ଆଦିବାସୀ ଯୁବକ। ଆଦିବାସୀ ଯୁବକ ଜିତୁ ଆଡବଙ୍ଗ ବିଜେଡି ନେତା ବବି ଦାସ ଏବଂ ଖରିଆର ବିଧାୟକ ଅଧିରାଜ୍ ପାଣଗ୍ରାହୀଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।
ଏହାସହ ପଢ଼ନ୍ତୁ : କିଏ ସାଜିବ ଗେମ୍ ଚେଞ୍ଜର, କାହା ଉପରେ ତିନି ଦଳର ନଜର ? ଜାଣନ୍ତୁ...
ଅଭିଯୋଗ ଅନୁସାରେ ଜିତୁଙ୍କୁ ବିଜେଡିର ସାଧାରଣ ସମ୍ପାଦକ ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକିଥିଲେ ବବି ଦାସ। ସେଠାରେ ପହଞ୍ଚିବା ପରେ କାହିଁକି ବିଜେଡି ଛାଡି ବିଜେପିରେ ବୁଲୁଛୁ ପଚାରିବା ସହ ଜିତୁ ଆଡବଙ୍ଗଙ୍କୁ ବିଜେଡି ନେତା ବବି ଦାସ ଓ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ମାଡ଼ ମାରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା କଥା ଜିତୁ ଆଡବଙ୍ଗ ନିଜ ଅଭିଯୋଗରେ ଦର୍ଶାଇଛନ୍ତି । ନୂଆପଡ଼ା ଜିଲ୍ଲା କୋମନା ଥାନା ଆଇଆଇସି ଓ ଖରିଆର SDPO ନିଜେ ତାଙ୍କୁ ଫାର୍ମ ହାଉସରୁ ଉଦ୍ଧାର କରି ନେଇଥିବା ଜିତୁ କହିଛନ୍ତି।
ଏହାସହ ପଢ଼ନ୍ତୁ: ନୂଆପଡ଼ା ମଇଦାନରେ ନିର୍ବାଚନୀ ଉଷ୍ମତା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ଓରଫ ଡାନିଙ୍କ ଖରିଆର୍ ସ୍ଥିତ ଭଡ଼ା ଘରେ ରେଡ୍ କରିଛି ନୂଆପଡ଼ା ପୋଲିସ। ଉପନିର୍ବାଚନରେ ଖର୍ଚ୍ଚ ପାଇଁ ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିର ୫ କୋଟି ହୱାଲା ଟଙ୍କା ଆସିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡାନିଙ୍କ ସମେତ ଏକାଧିକ ବିଜେଡି ନେତାଙ୍କ ଘରେ ପୋଲିସ ଚଢ଼ାଉ କରିଛି । ବିଜେଡିର ନିର୍ବାଚନ ପ୍ରଚାରରେ ଅଛନ୍ତି ପ୍ରୀତିରଞ୍ଜନ। ରେଡ୍ ବେଳେ କେୟାରଟେକର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଚଢ଼ାଉକୁ ବେଆଇନ କହିବା ଭୟରେ ଏପରି କରାଯାଉଥିବା କହିଛି ବିଜେଡି । ଯାହାର ଜବାବ ରଖିଛି ବିଜେପି ।
ନଭେମ୍ବର ୩ରେ ନୂଆପଡ଼ା ଆସି କାଣ୍ଡତିରା ପଂଚାୟତରେ ଜନସଭା କରିବେ ବିଜେଡି ସୁପ୍ରିମୋ। ନବୀନଙ୍କ ଗସ୍ତ ପୂର୍ବରୁ ଏହି କାଣ୍ଡତିରା ପଂଚାୟତରେ ମିଶ୍ରଣ ପର୍ବ କରିଛି ବିଜେପି । ପଦ୍ମ ଧରିଛନ୍ତି ଜଣେ ସରପଞ୍ଚ ଓ ୧୧ ଜଣ ୱାର୍ଡସଭ୍ୟ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ବିଧାୟକ ବାବୁ ସିଂ ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଶହ ଶହ ବିଜେଡି କର୍ମୀ।

Related Topics
Explore more stories