Videos
|
Odisha

Nuapada / ନୂଆପଡ଼ା ମଇଦାନରେ ନିର୍ବାଚନୀ ଉଷ୍ମତା

Banajyotshna Ray
Browse all articles by Banajyotshna Ray
·10 months ago·2 min read
ନୂଆପଡ଼ା ମଇଦାନରେ ନିର୍ବାଚନୀ ଉଷ୍ମତା

Key Points

ନୂଆପଡ଼ା ମଇଦାନରେ ନିର୍ବାଚନୀ ଉଷ୍ମତା
ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇଙ୍କ ଖଡ଼ିଆଳରୋଡ଼ ଘରେ ଚଢ଼ାଉ
ଡାନିଙ୍କ ଘରେ ୫ କୋଟି ହୱାଲା ଟଙ୍କା ଥିବା ନେଇ ମିଳିଥିଲା ଗୁଇନ୍ଦା ସୂଚନା
ରେଡ୍ କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ
ସେପଟେ ନବୀନଙ୍କ ଗସ୍ତକୁ କାଉଣ୍ଟର କରିବାକୁ ପଦ୍ମ ଦଳର ମିଶ୍ରଣ ପର୍ବ
ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ ଓରଫ ଡାନିଙ୍କ ଖରିଆର୍ ସ୍ଥିତ ଭଡ଼ା ଘରେ ରେଡ୍ କରିଛି ନୂଆପଡ଼ା ପୋଲିସ । ଉପନିର୍ବାଚନରେ ଖର୍ଚ୍ଚ ପାଇଁ ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିର ୫ କୋଟି ହୱାଲା ଟଙ୍କା ଆସିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଡାନିଙ୍କ ସମେତ ଏକାଧିକ ବିଜେଡି ନେତାଙ୍କ ଘରେ ପୋଲିସ ଚଢ଼ାଉ କରିଛି । ବିଜେଡିର ନିର୍ବାଚନ ପ୍ରଚାରରେ ଅଛନ୍ତି ପ୍ରୀତିରଞ୍ଜନ। ରେଡ୍‌ ବେଳେ କେୟାରଟେକର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଚଢ଼ାଉକୁ ବେଆଇନ କହିବା ଭୟରେ ଏପରି କରାଯାଉଥିବା କହିଛି ବିଜେଡି । ଯାହାର ଜବାବ ରଖିଛି ବିଜେପି ।

ନଭେମ୍ବର ୩ରେ ନୂଆପଡ଼ା ଆସି କାଣ୍ଡତିରା ପଂଚାୟତରେ ଜନସଭା କରିବେ ବିଜେଡି ସୁପ୍ରିମୋ। ନବୀନଙ୍କ ଗସ୍ତ ପୂର୍ବରୁ ଏହି କାଣ୍ଡତିରା ପଂଚାୟତରେ ମିଶ୍ରଣ ପର୍ବ କରିଛି ବିଜେପି । ପଦ୍ମ ଧରିଛନ୍ତି ଜଣେ ସରପଞ୍ଚ ଓ ୧୧ ଜଣ ୱାର୍ଡସଭ୍ୟ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ବିଧାୟକ ବାବୁ ସିଂ ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଶହ ଶହ ବିଜେଡି କର୍ମୀ ।

ଏଥିସହ ପଢ଼ନ୍ତୁ: ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ, ରେଡ୍‌ ବେଳେ କେୟାରଟେକର ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଅନ୍ୟପଟେ ଜିଲ୍ଲାପାଳ ଓ SPଙ୍କୁ ବିରୋଧ କରିବା ସହ ସରକାରୀ ଅଧିକାରୀମାନେ ସରକାରୀ କଳର ଅପବ୍ୟବହାର କରୁଥିବା ଅଭିଯୋଗରେ ବିଜେଡି ପକ୍ଷରୁ ନୂଆପଡ଼ା ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଛି । କାଉଣ୍ଟରରେ ବିଜେପି କହିଛି ସରକାରରେ ଥିବା ବେଳେ ବିଜେଡିର ନିଜ ପୁରୁଣା କାମ କଥା ମାନେ ପଡୁଛି । ତଥ୍ୟ ଥିଲେ ନିର୍ବାଚନ କମିଶନଙ୍କ ପାଖକୁ ଯାଉ ଶଙ୍ଖ ଦଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ନୂଆପଡ଼ା ଉପ-ନିର୍ବାଚନରେ ଜମୁଛି ପ୍ରଚାର । ପ୍ରଚାର ପାଇଁ ପରସ୍ପରକୁ ଟକ୍କର ଦେଉଛନ୍ତି ଦଳୀୟ ପ୍ରାର୍ଥୀ । ବିଜେପି ପକ୍ଷରୁ ବିଧାୟକ, ମନ୍ତ୍ରୀ, ସାଂସଦ ମାନେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରୁଥିବା ବେଳେ ମିଶ୍ରଣ ପର୍ବ ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ବିଜେପିର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଘରକୁ ଘର ବୁଲି ନିଜ ପାଇଁ ଭୋଟ ମାଗିଛନ୍ତି ।

ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଧାନ ବିଲରେ ଧାନ କାଟୁଥିବାର ଚିତ୍ର ଦେଖିବାକୁ ମିଳିଛି । କ୍ଷେତରେ ପହଞ୍ଚି ପୁସିଙ୍ଗ କାର୍ଡ ଦେଇ ଚାଷୀ ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ଘାସିରାମ । ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଧରି ବିଜେଡିର ବହୁ ହେଭିୱେଟ ନେତା ବିଜେଡି ପାଇଁ ଭୋଟ ମାଗୁଛନ୍ତି ।

ଅଧିକ ପଢ଼ନ୍ତୁ ରାଜନୀତି ଖବର:

Related Topics

Explore more stories

Nuapada | Election Heat Rises at Nuapada Ground | Argus News | Argus News