Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ଛାଡ଼ିବା ସହ ରାସେଶ୍ବରୀଙ୍କ ବିସ୍ଫୋରକ ବୟାନ

Odisha

ବିଜେଡି ଛାଡ଼ିବା ସହ ରାସେଶ୍ବରୀଙ୍କ ବିସ୍ଫୋରକ ବୟାନ

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେଡି ଛାଡ଼ିବା ସହ ରାସେଶ୍ବରୀଙ୍କ ବିସ୍ଫୋରକ ବୟାନ

ଅର୍ଗସ ବ୍ୟୁରୋ : ସମ୍ବଲପୁର ବିଜେଡିରେ ବଡ଼ ବିଦ୍ରୋହ । ରୋହିତ ପୂଜାରୀଙ୍କୁ ବିଧାନସଭା ଟିକେଟ୍ ବିରୋଧରେ ଡକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବିସ୍ଫୋରଣ । ବିଜେଡିର ନିଷ୍ପତିକୁ ସମ୍ବଲପୁରର ସ୍ବାଭିମାନ ପ୍ରତି ଅବହେଳା କହିବା ସହ ବିଜେଡିକୁ ଅଲବିଦା କହିଛନ୍ତି ପୂର୍ବତନ ବିଧାୟିକା । ଆଉ ପ୍ରଶ୍ନ କରିଛନ୍ତି ଯାହାକୁ ଦଳ ଅଯୋଗ୍ୟ କହି ମନ୍ତ୍ରୀ ପଦରୁ କରିଥିଲା ବରଖାସ୍ତ ତାଙ୍କୁ ଟିକେଟ୍ ଦେବା ସମ୍ବଲପୁର ପ୍ରତି ନୁହେଁ କି ଅବହେଳାର ନିଦର୍ଶନ ?

ରାସେଶ୍ବରୀଙ୍କର ସମ୍ବଲପୁର ରାଜନୀତିରେ ରହିଛି ବଡ଼ ପ୍ରଭାବ । ତାଙ୍କ ପରିବାର ଗତ ୫ ଦଶକ ଧରି ସମ୍ବଲପୁର ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସିଛନ୍ତି । ରାସେଶ୍ବରୀଙ୍କ ବଡ଼ଭାଇ ଶ୍ରୀବଲ୍ଲଭ ପାଣିଗ୍ରାହୀ ୩ ଥର ସାଂସଦ ଏବଂ ୨ ଥର ବିଧାୟକ ଭାବେ ନିର୍ବାଚିତ ହେବା ସହ ରାଜ୍ୟ ସରକାରଙ୍କର ମନ୍ତ୍ରୀ ବି ଥିଲେ । ଏହାଛଡ଼ା ଖୋଦ୍ ରାସେଶ୍ବରୀଙ୍କର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ସାରା ପଶ୍ଚିମ ଓଡ଼ିଶାରେ ବଡ଼ ସୁଖ୍ୟାତି ରହିଛି । ସେ ଦୀର୍ଘ ଦିନ ଧରି ସମାଜସେବା କରି ସମ୍ବଲପୁର ଜିଲ୍ଲାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । 

ଯେଉଁଥିପାଇଁ ବିଜେଡି ୨୦୧୪ରେ ତାଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ଟିକେଟ୍ ଦେଇଥିଲା । ଆଉ ସେ ୩ ଥର ବିଧାୟକ ତଥା ବିଜେପିର ଟାଣୁଆ ନେତା ଜୟନାରାୟଣ ମିଶ୍ରଙ୍କୁ ପରାସ୍ତ କରିଥିଲେ । ତେବେ ୨୦୧୯ରେ ସେ ଜୟନାରାୟଣଙ୍କଠାରୁ ପରାଜିତ ହୋଇଥିଲେ । ହେଲେ ସମ୍ବଲପୁରର ବିଜେଡି ସଂଗଠନରେ ତାଙ୍କର ପ୍ରଭାବ ସଂପୂର୍ଣ୍ଣ ଭାବେ ଥିଲା । ସେ ବିଜେଡି ଟିକେଟ୍ ପାଇଁ ହକଦାର ଥିଲେ ବି ପାଣ୍ଡିଆନଙ୍କ ନକଟତର ଭାବେ ଜଣାଶୁଣା ରୋହିତ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରି ବିଜେଡି ନିଜ ଗୋଡ଼ରେ କୁରାଢି ମାରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର

ରାସେଶ୍ବରୀଙ୍କ ପ୍ରତି ଦଳର ଅଣଦେଖା ତାଙ୍କ ସମର୍ଥକଙ୍କୁ କେତେ ବାଧିଛି ତାହା ଏହି ଦୃଶ୍ୟ ବୟାନ କରୁଛି । ସେମାନେ ରାଗରେ ସମ୍ବଲପରୁ ବିଜେଡି କାର୍ଯ୍ୟାଳୟରେ ଲାଗିଥିବା ଦଳର  ପୋଷ୍ଟର ଓ ହୋର୍ଡିଂକୁ ଚିରି ଦେଇଛନ୍ତି । ଡାକ୍ତର ପାଣିଗ୍ରାହୀଙ୍କର କେବଳ ସମ୍ବଲପରୁ ବିଧାନସଭା କ୍ଷେତ୍ର ନୁହେଁ ସମଗ୍ର ଜିଲ୍ଲାର ବିଜେଡି ସଂଗଠନ ଉପରେ ପ୍ରଭାବ ରହିଛି । ତେଣୁ ତାଙ୍କର ଦଳ ଛାଡ଼ିବା ଯୋଗୁଁ ବିଜେଡିକୁ ସମ୍ବଲପୁରରେ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ । ଯଦିଓ ରାସେଶ୍ବରୀ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ତେବେ ସମ୍ବଲପୁରର ସ୍ବାଭିମାନକୁ ଦେଖି ଭୋଟ୍ ଦେବାକୁ ଜନତାଙ୍କ ଆହ୍ବାନ ଦେଇ ପରୋକ୍ଷରେ ବିଜେଡିକୁ ଭେଟ୍ ନଦେବାକୁ କରିଦେଇଛନ୍ତି ଅପିଲ । 

Argus Whatsapp Channel Mobile Top
Sponsored
BJD Leader Raseswari Panigrahi Resigns from Party. Will Her Resignation Affect Sambalpur Politics ? | Argus News