ପାଣ୍ଡିଆନଙ୍କ ପିଛା ଛାଡୁନି ଗୋ ମାଂସ ବିବାଦ, ଯୁଆଡ଼େ ଗଲେ ବିବାଦ ଓ ପ୍ରତିବାଦର ଶିକାର ହେଲେ

ଅର୍ଗସ ବ୍ୟୁରୋ : ମୁହଁରେ ନାହିଁ ଲାଜ ନାହିଁ ସରମ । ସାକାଳ ନ ହେଉଣୁ ପୁଣି ଉଠିଲା ପଡ଼ିଲା ବଡ଼ଦାଣ୍ଡ । ହୋହାଲ୍ଲା ଓ ପ୍ରତିବାଦରେ କମ୍ପିଲା ଶ୍ରୀମନ୍ଦିର । ଯୁଆଡ଼େ ଗଲେ ସିଆଡ଼େ ପ୍ରତିବାଦର ଝଡ଼ । ଯୁଆଡ଼େ ଦେଖିବ ଗୋ ବ୍ୟାକ ଗୋ ବ୍ୟାକର ନାରା । ଯାହାଙ୍କ ପାଇଁ ଆଜି ଅପବିତ୍ର ହୋଇଛି ଆମ ଶ୍ରୀମନ୍ଦିର । ଏ ଝଡ଼ ତାଙ୍କ ପାଇଁ । ଯାହାଙ୍କ ପାଇଁ ଭାଙ୍ଗିଛି ଓଡ଼ିଆଙ୍କ ବିଶ୍ବାସ ।
📱 Get Argus News App
✨ଥମିବାର ନାଁ ଧରୁନି ୟୁଟ୍ୟୁବର କାମିଆ ଜାନି ବିବାଦ । କାମିଆଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଚାଲିଛି ଯୋରଦାର ବିରୋଧ । ପୁଣି ଆଜି ସକାଳୁ ସକାଳୁ ପାଣ୍ଡିଆନ ଶ୍ରୀମନ୍ଦିର ଗସ୍ତରେ ଆସିଥିଲେ, ଯାହାକୁ ନେଇ ଯୋରଦାର ପ୍ରତିବାଦ କରିଛି ଜିଲ୍ଲା କଂଗ୍ରେସ । କଳାପତାକା ଦେଖାଇବା ସହ ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିଲେ କଂଗ୍ରେସ କର୍ମୀ ।
ସରକାର ମଠମନ୍ଦିର ଭାଙ୍ଗି ପ୍ରଥମେ ହେରିଟେଜ କରିଡର ନିର୍ମାଣ ହେଉଥିବା କହିଲେ । ଏହାପରେ ତାହାକୁ ପରିକ୍ରମା ପ୍ରକଳ୍ପ ନାଁରେ ନାମିତ କଲେ । ଏହି ପ୍ରକଳ୍ପ ନାଁରେ ଦୁଇଟି ଶୌଚାଳୟ, ଗୋଟିଏ ଅଣଓସାରିଆ ରାସ୍ତାର ଉଦ୍ଘାଟନ ଆସନ୍ତା ୧୭ ତାରିଖରେ କରିବେ । ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହାକୁ କଂଗ୍ରେସ ତୀବ୍ର ବିରୋଧ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଭୋର ୪ଟାରେ ଶ୍ରୀଜିଉଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ଯାଇଥିବା ବେଳେ କଳାପତକା ପ୍ରଦର୍ଶନ ସହ ପ୍ରତିବାଦ ହୋଇଥିଲା । ଗୋ ମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପୁରାଇ ସନାତନ ବିରୋଧୀ କାର୍ଯ୍ୟ କରିଥିବାରୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ତା ସହ ସୌନ୍ଦର୍ଯ୍ୟକରଣ ନାଁରେ ମଠ-ମନ୍ଦିରକୁ ମାଟିରେ ମିଶାଇବା, ୟୁଟ୍ୟୁବର କାମୀୟା ଜାନି ବିବାଦ ଓ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱରେ ଅପମାନ ହେଉଥିବା ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲା ଦଳ । ବିରୋଧ ବେଳେ କଂଗ୍ରେସର ୧୦ ଜଣ କର୍ମୀଙ୍କୁ ଗିରଫ କରିଛି ପୋଲିସ । ତେବେ ଆଗକୁ ମଧ୍ୟ ପୁରୀରେ ପାଣ୍ଡିଆନକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ ।