Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହତ୍ୟା ଓ ଲୁଟ୍ ମାମଲାରେ ଗିରଫ ହେଲେ ବିଜେଡ଼ି ନେତା

Jitendra Dash
Browse all articles by Jitendra Dash
·2 years ago·1 min read
ହତ୍ୟା ଓ ଲୁଟ୍ ମାମଲାରେ ଗିରଫ ହେଲେ ବିଜେଡ଼ି ନେତା

ଅର୍ଗସ ବ୍ୟୁରୋ : ଗିରଫ ହେଲେ ବିଜେଡ଼ି ନେତା । ଗଜପତି ଜିଲ୍ଲାର ବିଜୁ ଛାତ୍ର ଜନତା ଦଳ ଉପସଭାପତିଙ୍କୁ ହତ୍ୟା ଓ ଲୁଟ୍ ମାମଲାରେ ଗିରଫ କରିଛି ପୋଲିସ । ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜୀନି ପଟ୍ଟନାୟକଙ୍କୁ ହତ୍ୟା ଏବଂ ଲୁଟ୍ ମାମଲାରେ ପୋଲିସକୁ ମିଳିଛି ସଫଳତା । ଏହି ଘଟଣାରେ ସଂପୃକ୍ତ ୩ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି କରଣ ସାହିର ଅମିତ ପଟ୍ଟନାୟକ, ପ୍ରତୀକ ପଟ୍ଟନାୟକ ଏବଂ କାଶୀନଗର ଥାନା କୋଲାଗାଁର ଦାଉଦ ଜେନା । ଏହି ଘଟଣାର ମାଷ୍ଟର ମାଇଣ୍ଡ ଜିଲାର ବିଜୁ ଛାତ୍ର ଜନତା ଦଳ ଉପସଭାପତି ଅମିତ ପଟନାୟକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ପୋଲିସ୍ ୪ଟି ମୋବାଇଲ୍, ଲୁଟ ହୋଇଥିବା ସୁନା ଏବଂ ଗୋଟିଏ ବାଇକ ଜବତ କରିଛି ପୋଲିସ । ପୋଲିସକୁ ଚକମା ଦେବା ପାଇଁ ପୁରା ଯୋଜନା ପ୍ରସ୍ତୁତ କରିଥିଲେ ବିଜେଡ଼ି ନେତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD leader was arrested in the case of murder and robbery | Argus News