Student Election / ଜିତିବା ପରେ ଭୋଟର୍ଙ୍କୁ ଧମକ; ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇଲେ BJD ବିଧାୟକଙ୍କ ପୁଅ !
·2 hours ago·2 min read

Key Points
ପ୍ରାର୍ଥୀ ଜିତିବା ପରେ ଛାତ୍ରଙ୍କୁ ଧମକାଇଲେ ବିଜେଡି ବିଧାୟକଙ୍କ ପୁଅ । ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ କଲେଜ ଛାତ୍ର ।
ଆନନ୍ଦପୁର (କେନ୍ଦୁଝର): କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହେଲେ । ପ୍ରାର୍ଥୀ ଜିତିବା ପରେ ଛାତ୍ରଙ୍କୁ ଧମକାଇଲେ ବିଜେଡି ବିଧାୟକଙ୍କ ପୁଅ । ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ କଲେଜ ଛାତ୍ର ।
ସାଇଁକୁଳ ପତିତପାବନ ମହାବିଦ୍ୟାଳୟରେ ପଢ଼ୁଥିବା ଜନୈକ ଛାତ୍ରଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ସେ ABVP ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ହେଲେ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: କଲେଜ ନିର୍ବାଚନ ଫଳାଫଳ ପରେ ଉତ୍ତେଜନା: ଶପଥ ଗ୍ରହଣ ଉତ୍ସବ ବାତିଲ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲେଜ ଛୁଟି
BCJDର ପ୍ରାର୍ଥୀ ଜିତିବା ପରେ ଘସିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର ଛାତ୍ରଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବଡ଼ପଦନା ଗାଁର ଜନୈକ ଛାତ୍ର ରାମଚନ୍ଦ୍ରପୁର ଥାନାର ଲିଖିତ ଏତଲା ଦେଇଛନ୍ତି । ତେବେ ଅଭିଯୋଗ ନେଇ, ଦେବାଶିଷ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛାତ୍ରଙ୍କ ଅଭିଯୋଗ ଅନୁସାରେ, ସେ ଓ ତାଙ୍କର ଜଣେ ସାଙ୍ଗ ରାମଚନ୍ଦ୍ରପୁର ଡାକ ବଙ୍ଗଳା ନିକଟରେ ଠିଆ ହୋଇଥିଲେ । ସେହି ସମୟରେ ଘସିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁ ଛାତ୍ର ଜଣଙ୍କୁ ତାଙ୍କ କାର୍ ଭିତରକୁ ଡ଼ାକି ନେଇ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ ।
ABVP ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବାରୁ ଦେବାଶିଷ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିବା କରିଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ର ଜଣଙ୍କ । ଗାଳିଗୁଳଜର ଅଡିଓ ଏବେ ଭାଇରାଲ୍ ହେଉଥିବା ବେଳେ ଛାତ୍ରଙ୍କ ଜଣଙ୍କ ଥାନାରେ ଏତଲା ଦେବା ସହ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ଶପଥ ଗ୍ରହଣ ଉତ୍ସବ ବାତିଲ୍
ସେପଟେ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଶପଥ ଗ୍ରହଣ ଉତ୍ସବକୁ ବାତିଲ୍ କରି ଦିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
ଏଥିସହ ପଢ଼ନ୍ତୁ: ବାଣୀ ବିହାରରେ ବାଜିମାରିଲା ଏବିଭିପି; ହାତେଇଲା ସଭାପତି-ସାଧାରଣ ସମ୍ପାଦିକା ପଦ...
ଗୁରୁବାର ଛାତ୍ର ସଂସଦ ନିର୍ବାଚନରେ ମତଦାନ ପରେ ନାକଚ ହୋଇଥିବା ଭୋଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ABVPର ସମସ୍ତ ପ୍ରାର୍ଥୀ ବିଜୟୀ ହେବା ପରେ ବିସିଜେଡି ଓ ଏନ୍ଏସ୍ୟୁଆଇର ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ରାସ୍ତାରୋକ କରିଥିଲେ ।

ଯାହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଯାହା ପରେ ଆଜି ହେବାକୁ ଥିବା ନବନିର୍ଚାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ବାତିଲ୍ କରି ଦିଆଯାଇଛି । ଏଥିସହ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ ।
Related Topics
Explore more stories