Vani Vihar Election 2026 Result / ବାଣୀ ବିହାରରେ ବାଜିମାରିଲା ଏବିଭିପି; ହାତେଇଲା ସଭାପତି-ସାଧାରଣ ସମ୍ପାଦିକା ପଦ...
·7 hours ago·2 min read

Key Points
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜିମାତ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)।
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ (ବାଣୀ ବିହାର) ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ ବାଜିମାତ କରିଛନ୍ତି। ଏବିଭିପି (ABVP) ପକ୍ଷରୁ ଅଭିରାମ ମିଶ୍ର ସଭାପତି ଏବଂ ଆୟୁଶ୍ରୀ ପ୍ରଧାନ ସାଧାରଣ ସମ୍ପାଦିକା ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନ ପାଇଁ ଗୁରୁବାର (ଅକ୍ଟୋବର ୧୫) ସକାଳ ଆଠଟାରୁ (08.00 AM) ଅପରାହ୍ନ ଦୁଇଟା (02:00 PM) ପର୍ଯ୍ୟନ୍ତ ମତଦାନ ହୋଇଥିଲା।
ଏହି ନିର୍ବାଚନ ପାଇଁ ଗୁରୁବାର-ଶୁକ୍ରବାର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭୋଟ ଗଣତି ହୋଇଥିଲା। ସଭାପତି ପଦ ପାଇଁ ମୁଖ୍ୟତଃ ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର, କଂଂଗ୍ରେସ ଛାତ୍ର ସଙ୍ଗଠନ ପ୍ରାର୍ଥୀ (ଏନଏସୟୁଆଇ) ପ୍ରାର୍ଥୀ ସୌରଭ ବେହେରା ଏବଂ ବିଜୁ ଛାତ୍ର ଜନତା ଦଳ (ବିସିଜେଡ଼ି) ପ୍ରାର୍ଥୀ ସୂର୍ଯ୍ୟନାରାଣ ନାୟକଙ୍କ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ଏବିଭିପି ପ୍ରାର୍ଥୀ ଆୟୁଶ୍ରୀ ପ୍ରଧାନ, ଏନଏସୟୁଆଇ (NSUI) ଦିବ୍ୟଦର୍ଶନ ଦାସ, ବିସିଜେଡ଼ି (BCJD) ପ୍ରାର୍ଥୀ ସମ୍ବିତ ସୁମନ ରଥଙ୍କ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହୋଇଥିଲା।
ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ସଭାପତି ପଦରେ ଲଢୁଥିବା ଅଭିରାମ ମିଶ୍ର (ABVP) ଙ୍କୁ ମୋଟ ୮୯୩, ସୌରଭ ବେହେରା (NSUI) ଙ୍କୁ ମୋଟ ୭୨୦, ସୂର୍ଯ୍ୟ ନାରାୟଣ ନାୟକ (BCJD) ଙ୍କୁ ମୋଟ ୫୯୪ ଖଣ୍ଡ ଭୋଟ ମିଳିଥିଲା। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ପ୍ରତିଦ୍ୱଦ୍ୱିତା କରୁଥିବା ଆୟୁଶ୍ରୀ ପ୍ରଧାନ (ABVP) ଙ୍କୁ ୮୪୫, ଦିବ୍ୟଦର୍ଶନ ଦାସ (NSUI) ଙ୍କୁ ୫୮୩, ସମ୍ବିତ ସୁମନ ରଥ (BCJD) ଙ୍କୁ ୭୬୮ ଭୋଟ ମିଳିଥିଲା।
ଏଥି ସହ ପଢନ୍ତୁ: ଧାମନଗର କଲେଜରେ ଏବିଭିପିର ଏକଛତ୍ରବାଦ ବିଜୟ: ବିସିଜେଡିକୁ ପୋଛିନେଲା ପଦ୍ମବାହିନୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୬ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ମୋଟ ୨୯ ଜଣ ପ୍ରାର୍ଥୀ ପ୍ରତଦ୍ୱନ୍ଦ୍ୱିତା କରୁଥିଲେ। ଏଠାରେ ମୁକାବିଲା ମୁଖ୍ୟତଃ ଏବିଭିପି (ABVP), ଏନଏସୟୁଆଇ (NSUI) ଏବଂ ବିସିଜେଡ଼ି (BCJD) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ ହୋଇ ଉଠିଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର। ଗୁରୁବାର ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ପ୍ରକ୍ରିୟା ଶେଷ ହେବା ପରେ ସେହି ଦିନ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ଭୋଟଗଣତି।
ସେହିପରି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । BCJD ସଭାପତି ପ୍ରାର୍ଥୀ ସୋନାଲି ବେହେରା ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି। BCJDର ଉପସଭାପତି ପ୍ରାର୍ଥୀ ଅର୍ପିତା ମହାପାତ୍ର ଏବଂ BCJDର ସାଧାରଣ ସମ୍ପାଦିକା ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ବିଶ୍ବାଳ ମଧ୍ୟ ବିଜୟୀ ହୋଇଛନ୍ତି।

Related Topics
Explore more stories