|
logo
Live

Argus News - ବିଜେଡିରେ ଚରମ ସୀମାରେ ଗୋଷ୍ଠୀକନ୍ଦଳ

Odisha

ବିଜେଡିରେ ଚରମ ସୀମାରେ ଗୋଷ୍ଠୀକନ୍ଦଳ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡିରେ ଚରମ ସୀମାରେ ଗୋଷ୍ଠୀକନ୍ଦଳ

ଅର୍ଗସ ବ୍ୟୁରୋ : ସବୁଠି ଫାଳ ଫାଳ ଶାସକ ଦଳ । ନିର୍ବାଚନ ପୂର୍ବରୁ ବିଜେଡି ଡଙ୍ଗା ଟଳମଳ । ଶାସକ ଦଳର ଅନ୍ତଃକନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ଉଛି । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ଅନନ୍ତ ନାରାୟଣ ଜେନାଙ୍କ ବିରୁଦ୍ଧରେ ଆଜି ମେଳି ବାନ୍ଧି ନବୀନ ନିବାସରେ ପହଞ୍ଚିଛନ୍ତି ସ୍ଥାନୀୟ କର୍ପରେଟର ଅମେରଶ ଜେନା । ସେହିପରି କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ବିରୁଦ୍ଧରେ ସୁରେନ୍ଦ୍ର ସେଠି ନବୀନ ନିବାସରେ ଫେରାଦ ହୋଇଛନ୍ତି । ସେହିପରି ବେଗୁନିଆରୁ ବି ଆଶାୟୀ ଭାବେ ପ୍ରଦୀପ ସାହୁ ଆଜି ନବୀନ ନିବାସ ଆସି ଟିକେଟ ପାଇଁ ଦାବି ଜଣାଇଛନ୍ତି । 

ସେପଟେ ଭଦ୍ରକ ଓ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡିର ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଛି । ଭଦ୍ରକରେ ବିଧାୟକ ସଞ୍ଜୀବ ମଲିକ ବନାମ ଅସିତ ପଟ୍ଟନାୟକ, ସିମୁଳିଆରେ ବିଧାୟକ ଜ୍ୟୋତି ପାଣିଗ୍ରାହୀ ବନାମ ଗଣେଷ ମହାପାତ୍ର, ପାଟଣାଗଡ଼ ରେ ବିଧାୟକ ସରୋଜ ମେହେର ବନାମ ଶିବାନନ୍ଦ ପରିଛାଙ୍କୁ ନେଇ ଦଳ ଏବେ ଦୁଇ ଭାଗରେ ବିଭକ୍ତ ହୋଇଛି । ସବୁଠି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଓ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ନେତାଙ୍କ ମଧ୍ୟରେ ଏବେ ନୁହେଁ ତ କେବେ ନୁହେଁ ଧାରଣା ଯୋର ଧରିବାରେ ଲାଗିଛି । କେହି କାହାରିକୁ ବାଟ ଛାଡ଼ିବାକୁ ନାରାଜ୍ । ଜଣେ ରାଜୁ ଦାସଙ୍କୁ ମ୍ୟାନେଜ କରିପାରିଲାନି ବୋଲି ଧାମନଗର ଉପନିର୍ବାଚନରେ ଧୂଳି ଚାଟିଲା ବିଜେଡି । ଏବେ ମାଳ ମାଳ ରାଜୁଙ୍କୁ କେମିତି ମ୍ୟାନେଜ କରିବେ ବିଜେଡି ସୁପ୍ରିମୋ ? ସାରା ରାଜ୍ୟରେ ଯୋର ଧରୁଥିବା ରାଜୁ ସିଣ୍ଡ୍ରୋମ୍ ନିର୍ବାଚନରେ ଡୁବାଇବନି ତ ବିଜେଡି ଡଙ୍ଗା ?
 

Sponsored
ବିଜେଡିରେ ଚରମ ସୀମାରେ ଗୋଷ୍ଠୀକନ୍ଦଳ | Argus News