ଆସ୍ଥା ଉପରେ ଆଘାତ , 'ଆହେ ଦୟାମୟ ' ଗୀତକୁ ବିକୃତ କଲେ ବିଜେଡି ରାଜ୍ୟସଭା ସାଂସଦ

ଅର୍ଗସ ବ୍ୟୁରୋ : ଆସ୍ଥା ଉପରେ ଆଘାତ । କୋଟି କୋଟି ଲୋକଙ୍କ ଭାବାବେଗ ଉପରେ କୁଠାରାଘାତ । ମଣ୍ଡେଇ ମହୋତ୍ସବରେ `ଆହେ ଦୟାମୟ ବିଶ୍ବ ବିହାରୀ' ଗୀତକୁ ବିକୃତ କରିଥିଲେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ଗୀତର ରଚୟିତା ରାମକୃଷ୍ଣ ନନ୍ଦଙ୍କୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, ରଚୟିତା ରାମକୃଷ୍ଣ ନନ୍ଦ ପ୍ରାର୍ଥନା ଲେଖିବା ବେଳେ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ହୋଇଥିଲା । ତେଣୁ ସେ ପ୍ରାର୍ଥନାରେ ନାହିଁ ନାହିଁରେ ରହିଗଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଯେଉଁମାନେ `ମୋର ଧନ ଜନ ଲୋଡ଼ା ନାହିଁ ହେ' ବୋଲି କହିଥିଲେ, ସେମାନେ ଆଜି ଦୁଃଖ ସହ ଆର୍ଥିକ ଅନାଟନର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି । ଯାହାକି ଧାର୍ମିକ ଭାବନା ପ୍ରତି କୁଠାରାଘାତ ହୋଇଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି ଜଗଦିଶ ବିଷୋୟୀ । ଏଥିପାଇଁ ମୁନ୍ନା ଖାଁଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି ଦଳ । ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।