Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାରପିଟ ଅଭିଯୋଗରେ ଗିରଫ ବିଜେଡି ସରପଞ୍ଚ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମାରପିଟ ଅଭିଯୋଗରେ ଗିରଫ ବିଜେଡି ସରପଞ୍ଚ

ଭଦ୍ରକ : ମାରପିଟ ଅଭିଯୋଗରେ ଗିରଫ ବିଜେଡି ସରପଞ୍ଚ। ଭଦ୍ରକ ବ୍ଲକ ଯୁବ ବିଜେଡି ସଭାପତି ତଥା ଗୁଜିଦରଡ଼ା ପଞ୍ଚାୟତର ସରପଞ୍ଚ ଫରହତ ଆଲାମଙ୍କୁ କୋର୍ଟ ଚାଲାଣ କରିଛି ଗ୍ରାମାଞ୍ଚଳ ପୋଲିସ । ଗତ ମାସରେ ଏକ ମାରପିଟ ଘଟଣାରେ ଅଭିଯୁକ୍ତ ଥିଲେ ସରପଞ୍ଚ । ଗୁଜିଦରଡ଼ା ଗ୍ରାମରେ ଗତ ମାସ 8 ତାରିଖରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜଣେ ଟ୍ରାକ୍ଟର ଡ୍ରାଇଭର ଗୋଟିଏ ଦୋକାନକୁ ଯାଇ ଥଣ୍ଡା ମାଗିଥିଲେ । ଦୋକାନରେ ଥଣ୍ଡା ନ ଥିବାରୁ ଦୋକାନୀକୁ ଗାଳି ଗୁଲଜ କରିବା ସହ ବିଜେଡ଼ି ସରପଞ୍ଚ ଓ ତାଙ୍କ ଭାଇମାନେ ମିଳିତ ଭାବେ ଦୋକାନୀ ଉପରେ ଆକ୍ରମଣ କରିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର

ଦୋକାନୀଙ୍କୁ ମାଡ଼ ମରାଯିବା ସମୟରେ ଯୁବକଙ୍କ ମାଆ ଓ ଭଉଣୀ ଆସି ଉଦ୍ଧାର କରିବାକୁ ଉଦ୍ୟମ କରୁଥିବାବେଳେ ସରପଞ୍ଚ ମୋବାଇଲ ଛଡାଇ ନେଇ ପଳାଇଥିଲେ। ଘଟଣା ପରେ ଯୁବକଙ୍କ ପରିବାର ସହ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଗାମୀ 12 ତାରିଖରେ ହିନ୍ଦୁ ସ୍ବାଭିମାନ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିକ୍ଷୋଭ ପୂର୍ବରୁ ଶନିବାର ରାତିରେ ଗ୍ରାମାଞ୍ଚଳ ପୋଲିସ ଗୁଜିଦରଡ଼ାର ବିଜେଡ଼ି ସରପଞ୍ଚ ଫରହତ ଆଲାମକୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd sarpanch arrested for violation | Argus News