Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ୍, ୨୦୨୭ ଏପ୍ରିଲ-ମେ’ରେ ହେବ ଭୋଟ୍‌

Odisha

Odisha Panchayat Election 2027 / ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ୍, ୨୦୨୭ ଏପ୍ରିଲ-ମେ’ରେ ହେବ ଭୋଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·5 hours ago·2 min read
ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ୍, ୨୦୨୭ ଏପ୍ରିଲ-ମେ’ରେ ହେବ ଭୋଟ୍‌
Panchayat Election

Key Points

ରାଜ୍ୟରେ କେବେ ହେବ ପଞ୍ଚାୟତ ନିର୍ବାଚନ?
SIR କାମ ଚାଲିଥିବାରୁ ସାମାନ୍ୟ ବିଳମ୍ବ ହେବ
ଜୁନ୍ ସୁଦ୍ଧା ନିର୍ବାଚନ ସାରିବାକୁ ଲକ୍ଷ୍ୟ
ରାଜ୍ୟରେ ବାଜିଲା ପଞ୍ଚାୟତ ନିର୍ବାଚନର ବିଗୁଲ୍‌ । ଆସନ୍ତା ୨୦୨୭ ଏପ୍ରିଲ-ମେ’ ମାସରେ ରାଜ୍ୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ ଏବଂ ଜୁନ୍ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ୱାର୍ଡ ଗଡ଼ବଡ଼ ଏଡ଼ାଇବାକୁ ପ୍ରଥମ ଥର ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସୂଚନା ଦେଇଛନ୍ତି । ଅନ୍ୟପଟେ ନିର୍ବାଚନ ବିଳମ୍ବକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକଯୁଦ୍ଧ ।

ରାଜ୍ୟରେ କେବେ ହେବ ପଞ୍ଚାୟତ ନିର୍ବାଚନ ? ଏହାକୁ ନେଇ ଉତ୍କଣ୍ଠା ଲାଗି ରହିଥିବାବେଳେ ଏଥର ସାମାନ୍ୟ ବିଳମ୍ବ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସଚିବ, ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି ଯେ, ଆସନ୍ତାବର୍ଷ ଏପ୍ରିଲ-ମେ'ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ । ଏପରି କି ଜୁନ୍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅନେକ ସମୟରେ ବୁଥ୍ କିମ୍ବା ୱାର୍ଡ ପରିବର୍ତ୍ତନ ଭଳି ଅଭିଯୋଗ ଆସେ । ତେଣୁ ଏହାକୁ ଏଡ଼ାଇବାକୁ ପ୍ରଥମ ଥର ପାଇଁ ଡୋର୍-ଟୁ-ଡୋର୍ ସର୍ଭେ କରାଯିବ । ଗୋଟିଏ ୱାର୍ଡର ସମସ୍ତ ଭୋଟର ଯେମିତି ନିଜ ୱାର୍ଡ ବା ବୁଥରେ ଭୋଟ୍ ଦେବେ ସେନେଇ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିପାଇଁ ସେପ୍ଟେମ୍ବରରେ SIR ପ୍ରକ୍ରିୟା ସରିବା ପରେ, ଅକ୍ଟୋବରରେ ସର୍ଭେ ଆରମ୍ଭ କରିବେ ରାଜ୍ୟ ନିର୍ବାଚନ କମିଶନ୍ ।

ଅଧିକ ପଢ଼ନ୍ତୁ: ସୁଜାତାଙ୍କୁ ନେଇ ବିଜେଡିରେ ମହାଭାରତ, ଆରମ୍ଭ ହେଲା 'ଆଣ୍ଟି ସୁଜାତା' ବନାମ 'ପ୍ରୋ ସୁଜାତା' ଲଢ଼େଇ


SIR ଚାଲିଥିବାରୁ ଏହାପରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ଆଉ ଏହି ବିଳମ୍ବକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ଯାହାର କଡ଼ା ଜବାବ ଦେଇଛି ବିଜେପି । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଦମ୍ଭୋକ୍ତି କରିଛନ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୦୨୪ ସାଧାରଣ ନିର୍ବାଚନଠାରୁ ବି ଭଲ କରିବ ବିଜେପି ।

ଏହାରି ଭିତରେ RDC ଓ ଜିଲ୍ଲାପାଳମାନଙ୍କ ସହ ବୈଠକ କରିସାରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଆଗାମୀ ୨୧ ତାରିଖରେ ରୁଟିନ୍ ବୈଠକ ହେବ । ଏଥିସହ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରଛି । ବିଭିନ୍ନ ପ୍ରକାରର ବାଲାଟ୍ ପେପର ମୁଦ୍ରଣ ପାଇଁ ସରକାରୀ ମୁଦ୍ରଣ ସଂସ୍ଥାକୁ ମଧ୍ୟ ଚିଠି ଲେଖା ସରିଛି । ୨୦୨୨ରେ ୭୬୬ ଜିଲ୍ଲା ପରିଷଦ ଆସନ ଜିତି ଏକପାଖିଆ ଭାବେ ସମସ୍ତ ଜିଲ୍ଲାପରିଷଦ ଦଖଲ କରିଥିଲା ବିଜେଡି । ହେଲେ ୨୦୨୪ ସାଧାରଣ ନିର୍ବାଚନ ପରେ ବଦଳିଛି ପଞ୍ଚାୟତ ସମୀକରଣ । ୨୦ରୁ ଅଧିକ ବ୍ଲକ ଚେୟାରମ୍ୟାନ ଓ ଗୋଟିଏ ଜିଲ୍ଲାପରିଷଦ ଅଧ୍ୟକ୍ଷ ସହ ଶହଶହ ପଞ୍ଚାୟତ ପ୍ରତିନିଧି ବିଜେପିରେ ଯୋଗ ଦେଇସାରିଲେଣି । ଆହୁରି କିଛି ଏବେ ବିଜେପି ମୁହାଁ ବୋଲି ଦାବି ହେଉଛି । ଏଭଳି ସ୍ଥିତିରେ ଗ୍ରାଉଣ୍ଡ ଲେବୁଲରେ ଶାସକ ଦଳ ସହ ମୁକାବିଲା କରିବା ବିରୋଧୀ ବିଜେଡି ଓ କଂଗ୍ରେସ ପାଇଁ ମୁସ୍କିଲ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored