Delimitation Bill / ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ଦ୍ଵନ୍ଦ୍ଵରେ ବିଜେଡି
·Updated on: 29 Nov 2026, 20:35:54 IST·2 min read

Key Points
ସମର୍ଥନ କରିବ ନା ବିରୋଧ ନିଷ୍ପତ୍ତି ନେଇପାରୁନି ବିଜେଡି
ପୂର୍ବରୁ ବିରୋଧ କରି ଇଣ୍ଡି ମେଣ୍ଟ ବୈଠକରେ ହୋଇଥିଲା ସାମିଲ
ମନମୋହନ ପଚାରିଲେ- ଏଥିରେ ଦ୍ଵନ୍ଦ୍ଵ କାହିଁକି
ବିଲ୍ ଆସିଲେ ୭୪ ହେବ ମହିଳା ବିଧାୟକ ସଂଖ୍ୟା
ଦିଲ୍ଲୀ ଯିବେ ୧୧ ମହିଳା ସାଂସଦ

ଭୁବନେଶ୍ଵର: ଗତ ଥର ମହିଳା ସଂରକ୍ଷଣ ବିଲକୁ ବିରୋଧ କଲା, ଆଉ ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହେଲା । କିନ୍ତୁ ଏଥର ଏଯାଏଁ କାର୍ଡ ଖୋଲୁନି ବିଜେଡି । ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳ ଏହି ବିଲ ସପକ୍ଷରେ ବାହାରୁ ଥିବା ବେଳେ ନବୀନଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର । ଏପଟେ ବିଲ ପାରିତ ହେଲେ ରାଜ୍ୟ ରାଜନୀତିରେ ମହିଳାଙ୍କ ଦବଦବା ବି ବଢ଼ିବ ।
ରାତି ପାହିଲେ ସଂସଦର ସ୍ଵତନ୍ତ୍ର ଅଧିବେଶନ । କିନ୍ତୁ ଏଯାଏଁ ଷ୍ଟାଣ୍ଡ କ୍ଲିୟର କରି ପାରୁନି ବିଜେଡି । ନବୀନ ନିଷ୍ପତ୍ତି ନେବେ ବୋଲି କହୁଛନ୍ତି ବିଜେଡି ନେତା । ଲୋକସଭାରେ ବିଲ ଆସିବା ପରେ ତାକୁ ଅଧ୍ୟୟନ କରି ରାଜ୍ୟସଭାରେ ନିଷ୍ପତ୍ତି ନେବ ବିଜେଡି । ମାର୍ଚ୍ଚରେ ବିଲକୁ ବିରୋଧ କରି ମହିଳା ବିରୋଧୀ ଟ୍ୟାଗ ମୁଣ୍ଡେଇ ଥିଲା ଦଳ । ଆଉ ଏଥର ବି ଏଯାଏଁ କାର୍ଡ ଖୋଲିନି ।
ଏଥିସହ ପଢ଼ନ୍ତୁ: କେନ୍ଦ୍ରର ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବ DMK
କଂଗ୍ରେସ କହିଛି, ଓଡ଼ିଶାର ରାଜନୈତିକ ସ୍ଵାର୍ଥ ପ୍ରଭାବିତ ହେବ । ଯାହାର ଜବାବ ରଖି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ମହିଳା ସଂରକ୍ଷଣକୁ ସବୁ ଦଳ ସମର୍ଥନ ଦେବା କଥା ଏଥିରେ ଦ୍ଵନ୍ଦ୍ଵ କାହିଁକି ବୋଲି ପଚାରିଛନ୍ତି । ଏହା ସହ କଂଗ୍ରେସ ଅଭିଯୋଗକୁ କାଉଣ୍ଟର କରି କହିଛନ୍ତି ୫୦ ପ୍ରତିଶତ ସିଟ୍ ବଢ଼ିବାକୁ ଥିବା ବେଳେ କଂଗ୍ରେସ କେଉଁ ଗଣିତ କଷି କ୍ଷତି ହେବ ବୋଲି କହୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଡ଼ କଥା ହେଲା ବିଲ୍ ପାରିତ ହେଲେ ରାଜନୀତିରେ ବଢ଼ିବ ମହିଳା ଭାଗିଦାରୀ । ଯାହାକୁ ନେଇ ବେଶ ଉତ୍ସାହିତ ମହିଳା । ୩୩% ମହିଳା ସଂରକ୍ଷଣ ଲାଗୁ ହେଲେ ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱରେ ବଡ଼ ପରିବର୍ତ୍ତନ ଆସିବ ।
ମହିଳାଙ୍କ ହାତକୁ ଯିବ ଏକ-ତୃତୀୟାଂଶ ଆସନ
ବର୍ତ୍ତମାନ ବିଧାନସଭାରେ ୧୧ ମହିଳା ବିଧାୟକ, ଯାହା ମାତ୍ର ୭.୫% ରହିଛି ।
ବିଧାନସଭା ସିଟ ସଂଖ୍ୟା ୨୨୧ ହେଲେ ୭୪ରୁ ଅଧିକ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।
ଅନ୍ୟପଟେ ନୂଆ ଆଇନ ଅନୁୟାୟୀ ଦିଲ୍ଲୀକୁ ଯିବେ ୧୧ ମହିଳା ସାଂସଦ ।
ଏବେ ସଂସଦର ୨୧ ସାଂସଦଙ୍କ ମଧ୍ୟରୁ ୪ ଜଣ ମହିଳା ଅଛନ୍ତି ।
ଆଉ ଆଗକୁ ସିଟ୍ ସଂଖ୍ୟା ୩୧ ହେଲେ ସଂସଦକୁ ଯିବେ ୧୧ ମହିଳା ।
ଏଥିସହ ପଢ଼ନ୍ତୁ: ବଢ଼ିବ ଆସନ, ବଦଳିଯିବ ଓଡ଼ିଶାର ରାଜନୈତିକ ମାନଚିତ୍ର; କ’ଣ ହେବ ଓଡ଼ିଶାର ନୂଆ ରୂପ ?
ଫଳରେ ମହିଳାଙ୍କ ସମସ୍ୟାକୁ ଅଧିକ ଗୁରୁତ୍ଵ ମିଳିବ । ମହିଳା ସୁରକ୍ଷା, ମହିଳାଙ୍କ ରୋଜଗାର, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭାଗିଦାରୀ ବଢିବ । ଗଞ୍ଜାମ, ମୟୂରଭଞ୍ଜ, କଟକ, ବାଲେଶ୍ୱର, ସୁନ୍ଦରଗଡ଼ ଓ କୋରାପୁଟ ଭଳି ଜିଲ୍ଲାରେ ନୂଆ ଆସନ ସୃଷ୍ଟି ହେଲେ ମହିଳାଙ୍କ ପ୍ରତିନିଧିତ୍ୱର ନୂଆ ସୁଯୋଗ ଖୋଲିପାରେ ।
ଗୋଟିଏ ପରେ ଗୋଟିଏ ଆଞ୍ଚଳିକ ଦଳ ବିଲକୁ ସମର୍ଥନ ଜଣାଉଥିବା ବେଳେ, ବିଜେଡି ମଧ୍ୟ ଢଳିପାରେ ବୋଲି କୁହାଯାଉଛି । ତେବେ ଆସନ୍ତାକାଲିଠୁ ସଂସଦ ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହେଉଥିବା ବେଳେ କଣ ହେବେ ବିଜେଡିର ଷ୍ଟାଣ୍ଡ ତା' ଉପରେ ନଜର ।