Videos
|
Odisha

Delimitation in Odisha / ବଢ଼ିବ ଆସନ, ବଦଳିଯିବ ଓଡ଼ିଶାର ରାଜନୈତିକ ମାନଚିତ୍ର; କ’ଣ ହେବ ଓଡ଼ିଶାର ନୂଆ ରୂପ ?

Debashree Debasmita Sahoo
Browse all articles by Debashree Debasmita Sahoo
·Updated on: 28 Nov 2026, 19:58:05 IST·2 min read
ବଢ଼ିବ ଆସନ, ବଦଳିଯିବ ଓଡ଼ିଶାର ରାଜନୈତିକ ମାନଚିତ୍ର; କ’ଣ ହେବ ଓଡ଼ିଶାର ନୂଆ ରୂପ ?
Odisha Political Map Change

Key Points

ନୂଆ ସୀମା, ନୂଆ ସମୀକରଣ
ବଢ଼ିବ ଆସନ, ବଦଳିବ ଓଡ଼ିଶାର ନିର୍ବାଚନୀ ଭୂଗୋଳ
୧୪୭ରୁ ୨୨୧କୁ ବଢ଼ିପାରେ ବିଧାନସଭା ସିଟ୍
ଭୁବନେଶ୍ଵର: ବଦଳିବ ଓଡ଼ିଶାର ନିର୍ବାଚନୀ ଭୂଗୋଳ । ୧୪୭ରୁ ୨୨୧କୁ ବଢ଼ିପାରେ ବିଧାନସଭା ସିଟ୍ । ଡିଲିମିଟେସନ ବା ସୀମା ପୁନଃନିର୍ଦ୍ଧାରଣ ପ୍ରସ୍ତାବକୁ ନେଇ ଏବେ ରାଜ୍ୟ ରାଜନୀତିରେ ସରଗରମ ଚର୍ଚ୍ଚା । ସୀମା ପୁନଃନିର୍ଦ୍ଧାରଣ ପରେ କ’ଣ ହେବ ଓଡ଼ିଶାର ନୂଆ ରୂପ ? କେଉଁ ଜିଲ୍ଲାରେ ବଢ଼ିବ କେତୋଟି ଆସନ, ଆଉ କାହା ପାଇଁ ବଢ଼ିବ ଚ୍ୟାଲେଞ୍ଜ ? ୧୪୭ରୁ ୨୨୦ ବା ୨୨୧କୁ ବଢ଼ିପାରେ କି ବିଧାନସଭା ଆସନ ?

ପ୍ରସ୍ତାବିତ ସୂତ୍ର ଅନୁଯାୟୀ, ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟାରେ ୫୦% ସମାନୁପାତିକ ବୃଦ୍ଧି ହେଲେ ଓଡ଼ିଶାର ନିର୍ବାଚନୀ ଭୂଗୋଳ ସମ୍ପୂର୍ଣ୍ଣ ବଦଳିଯିବ । ବର୍ତ୍ତମାନ ଓଡ଼ିଶାରେ ୧୪୭ଟି ବିଧାନସଭା ଆସନ ଥିବା ବେଳେ, ୫୦% ବୃଦ୍ଧି ହିସାବରେ ଏହା ୨୨୦ କିମ୍ବା ୨୨୧ରେ ପହଞ୍ଚିପାରେ । ଅର୍ଥାତ୍ ରାଜ୍ୟରେ ପ୍ରାୟ ୭୩ରୁ ୭୪ଟି ନୂଆ ବିଧାନସଭା ଆସନ ଯୋଡ଼ି ହୋଇପାରେ । ସେହିପରି ୨୧ଟି ଲୋକସଭା ଆସନ ବଢ଼ି ୩୧ କିମ୍ବା ୩୨ ହୋଇପାରେ । ଏହାଦ୍ୱାରା ଭୋଟରଙ୍କ ଭାର କମିବ, ପ୍ରତିନିଧିତ୍ୱ ବଢ଼ିବ ଏବଂ ପ୍ରଶାସନିକ ସୁବିଧା ସହ ଆଦିବାସୀ ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ମିଳିବ ବୋଲି ଆକଳନ କରାଯାଉଛି । ଏହି ପ୍ରସଙ୍ଗ ନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

  • କେଉଁ ଜିଲ୍ଲାରେ ବଢ଼ିବ କେତୋଟି ଆସନ ?
ଯଦି ଡିଲିମିଟେସନ କମିଶନ ୨୦୧୧ ଜନଗଣନାକୁ ଆଧାର କରନ୍ତି ଏବଂ ବିଧାନସଭା ଆସନ ୨୨୧ ହୁଏ, ତେବେ ପ୍ରତି ଆସନ ପିଛା ହାରାହାରି ଜନସଂଖ୍ୟା ପ୍ରାୟ ୧.୯୦ ଲକ୍ଷ ରହିବ । ଏହି ଆକଳନ ଅନୁଯାୟୀ ବଡ଼ ଜିଲ୍ଲାଗୁଡ଼ିକୁ ଅଧିକ ଆସନ ମିଳିବା ସମ୍ଭାବନା ରହିଛି । ଗଞ୍ଜାମରେ ୧୩ରୁ ୨୦, କଟକରେ ୯ରୁ ୧୪, ଖୋର୍ଦ୍ଧାରେ ୮ରୁ ୧୩ ଏବଂ ମୟୂରଭଞ୍ଜରେ ୯ରୁ ୧୩ଟି ଆସନକୁ ବଢ଼ିପାରେ ।

ସେହିପରି ଭଦ୍ରକ ଓ ବଲାଙ୍ଗୀରରେ ୫ରୁ ୯, ବରଗଡ଼ ଓ କଳାହାଣ୍ଡିରେ ୫ରୁ ୮, ଏବଂ ସୁନ୍ଦରଗଡ଼ରେ ୭ରୁ ୧୦ଟି ଆସନ ବଢ଼ିବା ନେଇ ଚର୍ଚ୍ଚା ହେଉଛି । ଝାରସୁଗୁଡ଼ା, ମାଲକାନଗିରି, ଗଜପତି, ନୂଆପଡ଼ା, ସୋନପୁର ଓ ଦେବଗଡ଼ ଭଳି ଜିଲ୍ଲାରେ ୨ରୁ ୩ଟି ଆସନ ବଢ଼ିପାରେ । ରାଜନୈତିକ ସମୀକ୍ଷକଙ୍କ ମତରେ ଡିଲିମିଟେସନ କମିଶନ୍ ହିଁ ଆସନ ସଂଖ୍ୟା ନିର୍ଦ୍ଧାରଣ କରିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
 ପଢନ୍ତୁ ଏହି ଖବର: ଇଣ୍ଡି ମେଣ୍ଟକୁ ଝଟ୍‌କା; ମୋଦି ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ DMKର ସମର୍ଥନ

ମୋଟ ଆସନ ସଂଖ୍ୟା ବଢ଼ିବା ପରେ କେଉଁ ଜିଲ୍ଲା ବା ଅଞ୍ଚଳରେ କେତୋଟି ଆସନ ରହିବ, ତାହାର ଚୂଡ଼ାନ୍ତ ରୂପ ଡିଲିମିଟେସନ କମିଶନ ସ୍ଥିର କରିବେ । ଆଗାମୀ ଦିନରେ ଏହି ସୀମା ପୁନଃନିର୍ଦ୍ଧାରଣ ଓଡ଼ିଶା ରାଜନୀତିର ଦିଗ ଓ ଦଶାକୁ କେତେ ବଦଳାଉଛି, ତାହା ଉପରେ ସମସ୍ତଙ୍କ ନଜର ।