Delimitation Bill / କେନ୍ଦ୍ରର ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବ DMK
·Updated on: 29 Nov 2026, 19:39:36 IST·2 min read

Key Points
ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ DMKର ସମର୍ଥନ
ଷ୍ଟାଲିନଙ୍କୁ ମନାଇବା ପାଇଁ କଂଗ୍ରେସର କସରତ ଫେଲ୍
ମନାଇବାକୁ ଭେଟିଥିଲେ ଇଣ୍ଡି ମେଣ୍ଟର ବରିଷ୍ଠ ନେତା
ନଭେମ୍ବର ୩୦ରେ ସଂସଦରେ ଆଗତ ହେବ ବିଲ୍

ଚେନ୍ନାଇ: ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ ବିରୋଧୀ ଇଣ୍ଡି ମେଣ୍ଟର କସରତ ଫେଲ୍ । କଂଗ୍ରେସର ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବ DMK । ରବିବାର ଦଳର ମୁଖ୍ୟ ଏମ୍କେ ଷ୍ଟାଲିନ ପୁଣି ଥରେ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବା କଥା ଦୋହରାଇଛନ୍ତି ।
ରବିବାର ଚେନ୍ନାଇରେ ଷ୍ଟାଲିନଙ୍କୁ ଭେଟିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡି ମେଣ୍ଟର ଅନ୍ୟ ବରିଷ୍ଠ ନେତା । ପ୍ରାୟ ୭୦ ମିନିଟ୍ ଧରି ଚାଲିଥିଲା ଏହି ବୈଠକ । ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ବିରୋଧ କରିବା ପାଇଁ ଷ୍ଟାଲିନଙ୍କୁ ଅନୁରୋଧ କରିଥିଲେ ରାହୁଲ ଗାନ୍ଧୀ ।
ଏଥିସହ ପଢ଼ନ୍ତୁ: ଇଣ୍ଡି ମେଣ୍ଟକୁ ଝଟ୍କା; ମୋଦି ସରକାରଙ୍କ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ DMKର ସମର୍ଥନ
କିନ୍ତୁ ବୈଠକ ପରେ ଷ୍ଟାଲିନ କହିଥିଲେ, ତାମିଲନାଡୁର ସ୍ୱାର୍ଥ ଓ ଅଧିକାରକୁ ଆଖି ଆଗରେ ରଖି ଦଳ ଏହି ନିଷ୍ପତ୍ତି ନେଇଛି । ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବା ଛଡ଼ା ତାଙ୍କ ଦଳ DMK ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଷ୍ଟାଲିନଙ୍କ କହିବା ଅନୁସାରେ, ଯଦି ଏହି ବିଲ୍ ସଂସଦରେ ପାରିତ ନହୁଏ, ତେବେ ତାମିଲନାଡୁକୁ ମିଳିଥିବା ସୁରକ୍ଷା ମଧ୍ୟ ଶେଷ ହୋଇପାରେ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ତାମିଲନାଡୁର ଅଧିକାର ଓ ଲୋକସଭାରେ ଏହାର ପ୍ରତିନିଧିତ୍ୱକୁ ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
କାହିଁକି ବିଲ୍କୁ ସମର୍ଥନ କରୁଛି DMK ?
ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ DMK ପୂର୍ବରୁ କିଛି ସର୍ତ୍ତ ରଖିଥିଲା । ତାମିଲନାଡୁର ଲୋକସଭା ଆସନର ଅଂଶ ୭.୧୮ ପ୍ରତିଶତରୁ କମିବ ନାହିଁ ଏବଂ ୧୯୭୧ ଜନଗଣନା ଆଧାରରେ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥା ଆଉ ୨୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଦଳ ଦାବି କରିଥିଲା ।
DMKର କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବରେ ଏହି ଦାବିଗୁଡ଼ିକୁ ସ୍ଥାନ ଦିଆଯାଇଛି । ନୂଆ ବ୍ୟବସ୍ଥାରେ ସବୁ ରାଜ୍ୟର ଲୋକସଭା ଆସନ ୫୦ ପ୍ରତିଶତ ବଢ଼ିବ । ଏହାଦ୍ୱାରା ତାମିଲନାଡୁର ଆସନ ସଂଖ୍ୟା ବଢ଼ିବା ସହ ଦେଶର ମୋଟ ଆସନ ମଧ୍ୟରେ ଏହାର ବର୍ତ୍ତମାନର ଅଂଶ ସୁରକ୍ଷିତ ରହିବ ବୋଲି ଦଳ ଆଶା ରଖିଛି ।
ସୋମବାର ସଂସଦରେ ଆସିବ ବିଲ୍
ନଭେମ୍ବର ୩୦ରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଏଥିରେ କେନ୍ଦ୍ର ସରକାର ତିନୋଟି ବିଲ୍ ଆଣିବାକୁ ଯୋଜନା କରିଛନ୍ତି। ଏଥିରେ ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍, ୨୦୨୬, ସୀମା ପୁନଃନିର୍ଦ୍ଧାରଣ ବିଲ୍ (ଦ୍ୱିତୀୟ) ବିଲ୍, ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ରହିଛି ।

ଏଥିସହ ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପରେ ଓଡ଼ିଶାରେ ବଢ଼ିବ କେତେ ଆସନ ?
ଏହି ବିଲ୍ଗୁଡ଼ିକ ପାରିତ ହେଲେ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ବଢ଼ି ୮୫୦ ହେବାର ରାସ୍ତା ଖୋଲିବ । ଏଥିସହ ୨୦୨୯ ଲୋକସଭା ନିର୍ବାଚନରୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବାର ଯୋଜନା ରହିଛି ।
DMKର ଏହି ନିଷ୍ପତ୍ତି ଫଳରେ ସୀମା ପୁନଃନିର୍ଦ୍ଧାରଣ ବିଲ୍କୁ ନେଇ INDIA ବ୍ଲକ୍ର ଏକାଠି ଲଢ଼ିବା ଉଦ୍ୟମକୁ ଝଟ୍କା ଲାଗିଛି । ଏବେ ସଂସଦରେ ବିଲ୍କୁ ନେଇ କେଉଁ ଦଳ କ'ଣ ଆଭିମୁଖ୍ୟ ରଖୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।