Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦଳକୁ ଏକାଠି ରଖିବାକୁ ଆହ୍ବାନ ଦେଉଛନ୍ତି ବିଜେଡି ସୁପ୍ରିମୋ

Odisha

ଦଳକୁ ଏକାଠି ରଖିବାକୁ ଆହ୍ବାନ ଦେଉଛନ୍ତି ବିଜେଡି ସୁପ୍ରିମୋ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦଳକୁ ଏକାଠି ରଖିବାକୁ ଆହ୍ବାନ ଦେଉଛନ୍ତି ବିଜେଡି ସୁପ୍ରିମୋ

ଅର୍ଗସ ବ୍ୟୁରୋ : ନବୀନଙ୍କୁ ଏବେ ଘାରିଛି ବିଜେଡିକୁ ଏକାଠି ରଖିବା ଚିନ୍ତା । ଦଳକୁ ଏକାଠି ରଖିବାକୁ ଆହ୍ବାନ ଦେଉଛନ୍ତି ବିଜେଡି ସୁପ୍ରିମୋ। ସମୟ ଥିଲା ନବୀନଙ୍କ ଚାରିପାଖେ ଘୁରୁଥିଲା ବିଜେଡି। ଏବେ ନିଜର 27 ବର୍ଷର ଦଳକୁ ଏକାଠି ରଖିବାକୁ ନବୀନଙ୍କୁ କରିବାକୁ ପଡୁଛି କସରତ। ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବାକୁ ନବୀନ କହିଛନ୍ତି କେନ୍ଦ୍ରରେ ସଂଖ୍ୟାଲଘୁ ସରକାର ଚାଲିଛି। ଆଉ ରାଜ୍ୟରେ ବିଜେପି ପାଖରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ମାତ୍ର 2-3 ଜଣ ଅଧିକ ବିଧାୟକ ଅଛନ୍ତି।

ଅଧିକ ପଢନ୍ତୁ : ବିଜେଡି ବିଧାୟକ ଦଳ ବୈଠକରେ ପରାଜୟ ନେଇ ଅସନ୍ତୋଷ ବ୍ୟକ୍ତ କଲେ ରାଜା ସ୍ବାଇଁ

ନବୀନଙ୍କ ଏମିତି ବୟାନକୁ ନେଇ ଏବେ ବଢ଼ିଛି ଚିନ୍ତା। ଇଣ୍ଡି ମେଣ୍ଟ ମୁହାଁ ହେବେ କି ନବୀନ ? ଦିଲ୍ଲୀରେ ସୁରକ୍ଷା ଚାହୁଁଛନ୍ତି କି ନବୀନ ? ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଫିସ୍ ଓ ତାଙ୍କ ଆବାସ ନବୀନ ନିବାସ ମାଫିଆଙ୍କ କବଜାରେ ଥିଲା। ବିଜେପି ସରକାର ଆସିଲେ ମାଫିଆଙ୍କର ଅଣ୍ଟା ଭାଙ୍ଗି ଦିଆଯିବ । ଏବେ ନବୀନଙ୍କୁ ସେହି ଭୟ ଘାରିଛି କି ? ମାଫିଆଙ୍କ ଉପରେ ବିଜେପି ସରକାର କି କାର୍ଯ୍ୟାନୁଷ୍ଠାନ ନେବ ତାକୁ ନେଇ ନବୀନ ଭୟଭୀତ ହୋଇପଡ଼ିଛନ୍ତି କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD supremo is calling to all bjd worker keep the party together | Argus News