Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୪୭ ଆସନକୁ ଦଶ ହଜାରରୁ ଅଧିକ ଆଶାୟୀ

Odisha

୧୪୭ ଆସନକୁ ଦଶ ହଜାରରୁ ଅଧିକ ଆଶାୟୀ

Jitendra Dash
Browse all articles by Jitendra Dash
·2 years ago·2 min read
୧୪୭ ଆସନକୁ ଦଶ ହଜାରରୁ ଅଧିକ ଆଶାୟୀ

ଅର୍ଗସ ବ୍ୟୁରୋ : କିଏ ପାଇବ ବିଜେଡି ଟିକେଟ୍ । କାହାକୁ ବାଛିବେ ବିଜେଡି ସୁପ୍ରିମୋ । କେଉଁ ଆଧାରରେ ଟିକେଟ୍ ବାଣ୍ଟିବ ବିଜେଡି । ଦକ୍ଷତା, ଅଭିଜ୍ଞତା, ଆନୁଗତ୍ୟ ଓ ବିଜୟ ସମ୍ଭାବନା ଥିବା ଆଶାୟୀ ପ୍ରଥମ ପସନ୍ଦ ହେବେ ନା କୋଟେରି ଗ୍ରୁପକୁ ମିଳିବ ପ୍ରାଧାନ୍ୟ । ଏ ସବୁ ଭିତରେ ଟିକେଟ୍ ପାଇଁ ବଢୁଥିବା ଆଶାୟୀଙ୍କ ଆବେଦନ ବିଜେଡି ମୁଖିଆଙ୍କ ମୁଣ୍ଡବିନ୍ଧା ବଢାଇଛି । କାରଣ ରବିବାର ବିଜେଡିର ସଙ୍ଗଠନ ସମ୍ପାଦକ କରିଥିବା ଏହି ସୋସିଆଲ୍ ମିଡିଆ ପୋଷ୍ଟ ହେଇଥିବା ତଥ୍ୟ କହୁଛି ବର୍ତ୍ତମାନ ସୁଦ୍ଧା ଟିକେଟ୍ ନେବା ଲାଗି ୧୦ ହଜାରରୁ ଅଧିକ ଆଶାୟୀ ଅବେଦନ କଲେଣି । ଯାହାକୁ ନବୀନଙ୍କ ଲୋକପ୍ରିୟତା କହିବା ସହ ରେକର୍ଡ ସଂଖ୍ୟକ ବିଜୟର ଆଧାର ବୋଲି ବିଜେଡି କହୁଥିବା ବେଳେ କାଉଣ୍ଟର ଆଟାର୍କ କରିଛି ବିଜେପି । 

ସେପଟେ ଟିକେଟ୍ ବଣ୍ଟା ପୂର୍ବରୁ ଦଳର ସ୍ଥିତି ସାଙ୍ଘାତିକ । ସବୁଠି ବିଜେଡି ବନାମ ବିଜେଡି । ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ବଡ଼ ଧରଣର ବିସ୍ଫୋରଣ । କ୍ରମାଗତ ଷଷ୍ଠ ଥର ଲାଗି ସରକାର ଗଠନର ସ୍ୱପ୍ନ ହୋଇପାରେ ଧୂଳିସାତ । କାରଣ ଗୃହ ଯୁଦ୍ଧରେ ଉଠୁଛି ପଡୁଛି ଶଙ୍ଖ ଶିବିର । ନେତା ନେତାଙ୍କ ଭିତରେ ଭୀଷଣ ଲଢେଇ । ସମାନ୍ତରଳ ସଭା କରି ନିଜ ନିଜ ପତିଆରା ପ୍ରଦର୍ଶନ କରିବାରେ ବ୍ୟସ୍ତ ଦଳୀୟ ନେତା । ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଭୁବନେଶ୍ବରର ତିନିଟି ନିର୍ବାଚନମଣ୍ଡଳୀରେ ଦଳରେ ଅସମ୍ଭାଳ ଗୋଷ୍ଠୀ କନ୍ଦଳ ବିଜେଡିରେ ଅଲ ଇଜ୍ ନଟ ଓ୍ବେଲ୍ ପ୍ରସଙ୍ଗକୁ ସାମ୍ନାକୁ ଆଣି ଦେଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏକ୍ରାମ ନିର୍ବାଚନ ମଣ୍ଡଳିରେ ମନ୍ତ୍ରୀ ଅଶୋକ ପଣ୍ଡା ବନାମ ଚାରି ଥରର କର୍ପୋରେଟର ବିରଞ୍ଚି ନାରାୟଣ ସୁପକାର, ମଧ୍ୟ ନିର୍ବାଚନ ମଣ୍ଡଳିରେ ବିଧାୟକ ଅନନ୍ତ ନାରାୟଣ ଜେନା ବନାମ ଚାରି ଥରର କର୍ପୋରେଟର ଅମରେଶ ଜେନା ଏବଂ ଉତ୍ତର ନିର୍ବାଚନ ମଣ୍ଡଳିରେ ବିଧାୟକ ସୁଶାନ୍ତ ରାଉତ ବନାମ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମାନ୍ତରଳ ସଭା ସବୁ କିଛି ବୟାନ କରୁଛି । ବିଜେଡି ଟିକେଟ୍ ପାଇଁ ଦଶ ହଜାରରୁ ଅଧିକ ଆଶାୟୀଙ୍କ ଆବେଦନ ଦଳକୁ ରେକର୍ଡ ସଂଖ୍ୟକ ବିଜୟର ସ୍ବାଦ ଦେବ ନା ବୁମେରାଙ୍ଗ ହେବ ତାକୁ ନେଇ ଚର୍ଚ୍ଚା ।

Sponsored
bjd ticket issue | Argus News