Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଢୁଛି ଟିକେଟ୍ କଳି : ସମର୍ଥକଙ୍କ ସହ ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କଲେ ଅନନ୍ତ ନାରାୟଣ ଜେନା

Odisha

ବଢୁଛି ଟିକେଟ୍ କଳି : ସମର୍ଥକଙ୍କ ସହ ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କଲେ ଅନନ୍ତ ନାରାୟଣ ଜେନା

Jitendra Dash
Browse all articles by Jitendra Dash
·2 years ago·1 min read
ବଢୁଛି ଟିକେଟ୍ କଳି : ସମର୍ଥକଙ୍କ ସହ ନବୀନ ନିବାସରେ ଶକ୍ତି ପ୍ରଦର୍ଶନ କଲେ  ଅନନ୍ତ ନାରାୟଣ ଜେନା

ଅର୍ଗସ ବ୍ୟୁରୋ : ଭୁବନେଶ୍ବର ୩ ଆସନ ପାଇଁ ବିଜେଡିରେ କେଁ । ମଧ୍ୟରେ ବୁନୁ-ବାଇଁଆ ଅଡୁଆ, ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚି ଶକ୍ତି ପ୍ରଦର୍ଶନ କରୁଛନ୍ତି ଅନନ୍ତ ନାରାୟଣ ଜେନା । ଏକାମ୍ରରେ ଅଶୋକ-ଲିଟୁ ଦ୍ବନ୍ଦ୍ବ, ଉତ୍ତରରେ ଶ୍ରୀମୟୀ ଓ ଶୁସାନ୍ତଙ୍କୁ ନେଇ ସସପେନ୍ସ । ସେପଟେ ଅମରେଶ ଜେନା ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନ ପାଇଁ ଲବି କରୁଛନ୍ତି । ଏହାରି ଭିତରେ ସମର୍ଥକଙ୍କୁ ନେଇ ଅନନ୍ତ ଜେନା ନବୀନ ନିବାସରେ ପହଞ୍ଚିଛନ୍ତି ଆଉ ଶକ୍ତି ପ୍ରଦର୍ଶନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, ବିଜେପି ଭୁବନେଶ୍ୱର ମଧ୍ୟ ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି । ଏହି ଆସନରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ଜଗନ୍ନାଥ ପ୍ରଧାନ । ଅନ୍ୟପଟେ କିନ୍ତୁ ଗୋଷ୍ଠୀ କନ୍ଦଳ କାରଣରୁ ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନି । ଆଉ ଶେଷ ମୁହୂର୍ତ୍ତରେ ଟିକେଟ୍ ଲବି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେଡ଼ି ନେତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
bjd ticket issue | Argus News