Videos
|
Odisha

ବାରମ୍ବାର ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି ବିଜେଡ଼ି

Jitendra Dash
Browse all articles by Jitendra Dash
·2 years ago·1 min read
ବାରମ୍ବାର ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି ବିଜେଡ଼ି

ଅର୍ଗସ ବ୍ୟୁରୋ : ପୁଣି ବିଜେଡ଼ି କଲା ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଙ୍ଘନ । ସମ୍ବଲପୁର ବିଶ୍ବ ବିଦ୍ୟାଳୟରେ ଭିତରେ ବିଜେଡି ନିର୍ବାଚନୀ ପ୍ରଚାର ସଭାକରି ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଙ୍ଘନ କରିଥିବା ଆସିଲା ଅଭିଯୋଗ । ବିଶ୍ବ ବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମରେ ବିଜୁ ଶ୍ରମିକ ସାମୁଖ୍ୟ ସମାବେଶ ନାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ବିଜେଡି ନେତା ଭିକେପାଣ୍ତିଆନ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରିଥିଲେ । ଏବେ ସହ ସମ୍ବଲପୁର ବିଧାୟକ ପାର୍ଥୀ ରୋହିତ ପୁଝାରୀ, କଟକ ମେୟର ସୁବାଷ ସିଂହ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସମାବେଶ ନାରେ ବିଜେଡି ନେତା ମାନେ ଖୁଲମଖୁଲା ନିୟମ ଉଲ୍ଲଙ୍ଘନ କରୁଛନ୍ତି ।  ସରକାରୀ ବିଶ୍ବ ବିଦ୍ୟାଳୟ ଭିତରେ ନିର୍ବାଚନ ପ୍ରଚାର କୁପରି ଭାବେ କରାଗାଲା ତାକୁ ନେଇ ଆସିଲା ଅଭିଯୋଗ । ବିଶ୍ବ ବିଦ୍ୟାଳୟ ଭିତରେ ନିର୍ବାଚନ ପ୍ରଚାର ପାଇଁ କିଏ ଅନୁମତି ଦେଲେ ? ଶାସକ ଦଳର ନେତା ବୋଲି ଜାଣି ଶୁଣି ଅନୁମତି ଦେଇଦେଲେ କି ? । ଯାହାକୁ ନେଇ ଉଠିମାଣି ଅନେକ ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD violation of the code of conduct | Argus News