Videos
|
Odisha

ରକ୍ତ ମୁଖା ବିଜେଡି, ଲୋହୁ ଲୁହାଣ ବିଜେପି କର୍ମୀ

Jitendra Dash
Browse all articles by Jitendra Dash
·2 years ago
ରକ୍ତ ମୁଖା ବିଜେଡି, ଲୋହୁ ଲୁହାଣ ବିଜେପି କର୍ମୀ

ଅର୍ଗସ ବ୍ୟୁରୋ : ପୁରୀରେ ବିଜେଡିର ଗୁଣ୍ଡାରାଜ୍ । ଲୋକଙ୍କୁ ପ୍ରଭାବିତ କରିବା ବେଳେ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଆକ୍ରମଣ । ପୁରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁଥରେ ଉତ୍ତେଜନା । ବିଜେପି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ । ୪୦ ରୁ ଊର୍ଦ୍ଧ୍ଵ ପିଲା ବିଜେପି ଯୁବମୋର୍ଚ୍ଚା ସଦସ୍ୟ ମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଜେଡି ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି ଯୁବମୋର୍ଚ୍ଚା । ବିଜେଡିର କିଛି କର୍ମୀ ବାରମ୍ବାର ବୁଥରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରୁଥିବା ସହ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ । ଏହାକୁ ବିରୋଧ କରିଥିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ବିଜେପିର ଦୁଇ ଯୁବମୋର୍ଚ୍ଚା କର୍ମୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bjd worker attacked | Argus News