Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଶ୍ନପତ୍ର ଲିକ୍ ପଛରେ ଶାସକ ବିଜେଡିର ସୁଚିନ୍ତିତ ଷଡଯନ୍ତ୍ର : ଅଭିଳାଷ ପଣ୍ଡା

Jitendra Dash
Browse all articles by Jitendra Dash
·2 years ago·3 min read
ପ୍ରଶ୍ନପତ୍ର ଲିକ୍ ପଛରେ ଶାସକ ବିଜେଡିର ସୁଚିନ୍ତିତ ଷଡଯନ୍ତ୍ର : ଅଭିଳାଷ ପଣ୍ଡା

ଅର୍ଗସ ବ୍ୟୁରୋ : ଓଡିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜ୍ୟ ସରକାର ଆଦୌ ସମ୍ବେଦନଶୀଳ ନୁହଁନ୍ତି । ରାଜ୍ୟ ସରକାରଙ୍କ ଅସମ୍ବେଦନଶୀଳତା କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତିତ ଏବଂ ପିଲାମାନଙ୍କ ଭବିଷ୍ୟତକୁ ନେଇ ଅନ୍ଧକାରରେ ଅଛନ୍ତି । ଏହି କାରଣରୁ ଡ୍ରପ୍‌ଆଉଟ୍ ବୃଦ୍ଧି ପାଇଚାଲିଛି ଏବଂ ଏପରିକି ଜୀବନ ହରାଇବା ଭଳି କଠୋର ପଦକ୍ଷେପ ନେବାକୁ ପଛାଉନାହାଁନ୍ତି ଛାତ୍ରଛାତ୍ରୀମାନେ । ରାଷ୍ଟ୍ରୀୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କ ଆତ୍ମହତ୍ୟା ଅନୁପାତ ୧୨.୫ ପ୍ରତିଶତ ଥିଲାବେଳେ ଓଡିଶାରେ ଛାତ୍ରଛାତ୍ରୀମାନଙ୍କ ମାନସିକ ଚାପ ଯୋଗୁଁ ତାହା ୨୦ପ୍ରତିଶତ ରହିଛି । 

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଟ୍ରିକ୍ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସମଗ୍ର ରାଜ୍ୟର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଗଭୀର ଆଘାତ ଦେଇଛି । ବିଜୁ ଜନତା ଦଳ ସରକାରରେ ନିୟମିତ ଭାବେ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଚାଲିଛି ଏବଂ ଏହି ଘଟଣାର ତଦନ୍ତ କରି କୌଣସି ଜଣଙ୍କୁ ବି ଆଜି ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ କରାଯାଇପାରିଲା ନାହିଁ । ବାରମ୍ବାର ପ୍ରଶ୍ନପତ୍ର ଲିକ୍ ପାଇଁ କୌଣସି ଅଧିକାରୀ ଉତରଦାୟୀତ୍ୱ ନନେବା ଏବଂ କୌଣସି କଠୋର ପଦକ୍ଷେପ ଗ୍ରହଣ ନକରିବା ଦ୍ୱାରା ଏହା ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ପ୍ରଶ୍ନପତ୍ର ଲିକ୍ ହେବା ହେଉଛି ଶାସକ ବିଜେଡିର ସୁଚନ୍ତିତ ଷଡଯନ୍ତ୍ର ଏବଂ ଶାସକ ବିଜେଡିର ପ୍ରତ୍ୟକ୍ଷ ସୁରକ୍ଷାରେ ଏକ ବିରାଟ ର‌୍ୟାକେଟ କାର୍ଯ୍ୟ କରୁଛି ବୋଲି ଯୁବମୋର୍ଚ୍ଚା ରାଜ୍ୟସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ପରୀକ୍ଷା ସୁପରିଚାଳନା ଓ କପି ରୋକିବା ପାଇଁ ରାଜ୍ୟ ସରକାର ଏଆଇ ଏବଂ ସିସିଟିଭି କ୍ୟାମେରା ଲଗାଇଲେ । ମାତ୍ର ପ୍ରଶ୍ନପତ୍ର ଲିକ୍ ହେବା ଏବଂ ଏହା ପଛରେ ଥିବା ମୁଖ୍ୟ କାର୍ପଟଦାରଙ୍କୁ ଜଗିପାରିଲେ ନାହିଁ । “ବାଡ ଖାଇଲା କ୍ଷେତ” ! ବାସ୍ତବରେ ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ହେଉଥିବା ପ୍ରଶ୍ନପତ୍ର ଲିକ୍ ଘଟଣାକୁ କିଏ ବା ଜଗିବ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

ଯେଉଁମାନେ ପ୍ରଶ୍ନପତ୍ର ଲିକ୍ ଭଳି ଜଘନ୍ୟ ଅପରାଧରେ ସଂପୃକ୍ତ ତାଙ୍କୁ ରୋକିବା ପାଇଁ ରାଜ୍ୟ ସରକାର କାହିଁକି କଠୋର ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ? ସେମାନଙ୍କୁ ଜଗିବା ପାଇଁ ଏଆଇର ବ୍ୟବସ୍ଥା କରୁନାହାଁନ୍ତି ? ଅନ୍ୟପକ୍ଷରେ ଏ ବ୍ୟବସ୍ଥାଗତ ତ୍ରୁଟି ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ବେଳେ ବିଭାଗ ତରଫରୁ କେହି ଉତର ଦାୟିତ୍ୱ ନେବା ପାଇଁ ମଧ୍ୟ ସାମ୍ନାକୁ ଆସୁନାହାଁନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଗଣଶିକ୍ଷା ମନ୍ତ୍ରୀ ଜଣେ କେବଳ ରବରଷ୍ଟାମ୍ପ୍ ସଦୃଶ ଏବଂ ତାଙ୍କର କୌଣସି କର୍ତୃତ୍ୟ ନାହିଁ । ୫-ଟିର ଟ୍ରାନ୍ସପରେନ୍ସି କେବଳ ଏକ ଧୁଆଁବାଣ । ଅପାରଗ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ନଚେତ୍ ତାଙ୍କ ବାସଭବନ ଘେରାଓ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶାର ବିଜୁଜନତା ଦଳର ଅନେକ ନେତା ନିଜର ପୁଞ୍ଜିକୁ ଘରୋଇ ବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ନିୟୋଜିତ କରି ସରକାରୀ ବିଦ୍ୟାଳୟରେ ପଢୁଥିବା ଓଡିଆ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଶିକ୍ଷାକୁ ଘରୋଇକରଣ କରି ନିଜର ବ୍ୟବସାୟକୁ ବଢାଇବା ଓ ସୁରକ୍ଷା ଦେବା ହେଉଛି ପ୍ରଶ୍ନପତ୍ର ଲିକ୍ ପଛର ପ୍ରମୁଖ କାରଣ ବୋଲି ଶ୍ରୀ ପଣ୍ଡା କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ପରୀକ୍ଷା ପରିଚାଳନା ତୃଟିରେ ଓଡିଶା ରାଜ୍ୟ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି । ପ୍ରତିଯୋଗିତାମୂଳକ, ମାଧ୍ୟମିକ, ଉଚ୍ଚ ଶିକ୍ଷା ପାଇଁ ଅନୁଷ୍ଠିତ ହେଉଥିବା ପରୀକ୍ଷାରେ ଧାରାବାହିକ ଭାବେ ତୃଟି ପରିଲକ୍ଷିତ ହେଉଛି । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବା ସହିତ ଧ୍ୱଂସାଭିମୁଖୀ ହେବାକୁ ବସିଲାଣି । ଓଡିଆ ମାଧ୍ୟମ ଛାତ୍ରଛାତ୍ରୀଙ୍କୁ ପଛୁଆ କରି ରଖିବା ପାଇଁ ବିଜେଡି ସରକାର ବିରାଟ ଷଡଯନ୍ତ୍ର ରଚିବା ଅକ୍ଷମଣୀୟ ଅପରାଧ । ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାର ଛାତ୍ରସମାଜ ଓ ଅଭିଭାବକଗଣ ଏବଂ ଶିକ୍ଷକମାନେ ନିଶ୍ଚିତ ଦେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ଅବସରରେ ରାଜ୍ୟ ସମ୍ପାଦକ ଆଶୁତୋଷ ବେହେରା, ଜୀବନ ରାଉତ, ରାଜ୍ୟ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

Sponsored
bjp abhilash panda press meet | Argus News