Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫୦ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡିବା କେଉଁ ରୂପାନ୍ତରୀକରଣ ?

Odisha

୫୦ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡିବା କେଉଁ ରୂପାନ୍ତରୀକରଣ ?

Jitendra Dash
Browse all articles by Jitendra Dash
·2 years ago·2 min read
୫୦ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡିବା କେଉଁ ରୂପାନ୍ତରୀକରଣ ?

ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଡ୍ରପଆଉଟ ହାର ଦେଶରେ ସର୍ବାଧିକ । ଓଡ଼ିଶାରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତି । ବିହାର ଭଳି ଗରିବ ରାଜ୍ୟର ଡ୍ରପଆଉଟ୍ ହାର ମଧ୍ୟ ଓଡ଼ିଶା ଠାରୁ କମ୍ । ଏଥିରୁ ହିଁ ବୁଝାପଡୁଛି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା କେତେ ନିମ୍ନଗାମୀ ହୋଇଛି । ରାଜ୍ୟ ସରକାର ଏପଟେ ସ୍କୁଲ ରୂପାନ୍ତୀକରଣକୁ ନେଇ ନିଜ ପିଠି ନିଜେ ଥାପଡାଉଛନ୍ତି କିନ୍ତୁ ଅପରପକ୍ଷରେ ଅଧା ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଗଲାଣି । ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ଏହା ହେଉଛି ସାରା ରାଜ୍ୟର ଏକ ସାମାଜିକ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ସରକାର ନିଜର ଅପାରଗତା ପାଇଁ ଆଜି କାଠଗଡାରେ । ୫-ଟି ସ୍କୁଲ ରୂପାନ୍ତରୀକରଣ ନାଁରେ କେବଳ କାନ୍ଥ, ବାଡ ରଙ୍ଗ କରିବା ଆଳରେ ସରକାର ୫ହଜାର କୋଟି ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ଏପଟେ ସ୍କୁଲରେ ଶିକ୍ଷକ ନାହାନ୍ତି, ଅଧା ପିଲା ପାଠପଢ଼ା ବନ୍ଦ କରିଦେଲେଣି । ଏହା କ’ଣ ରାଜ୍ୟ ସରକାରଙ୍କ ରୂପାନ୍ତରୀକରଣର ପ୍ରଭାବ କି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସାରା ଦେଶରେ କେବଳ ଡ୍ରପଆଉଟ୍ ହାରରେ ନୁହେଁ ବରଂ ସ୍କୁଲ ଶିକ୍ଷାର ଫରଫରର୍ମାନ୍ସ ଗ୍ରେଡିଂ ଇନ୍‌ଡେକ୍ସରେ ମଧ୍ୟ ଓଡ଼ିଶା ଦେଶରେ ତଳଆଡୁ ଏକ ନମ୍ବର । କେବଳ ୫-ଟି ରୂପାନ୍ତରୀକରଣ ନାଁରେ ଅଣଓଡ଼ିଆ ଠିକାଦାରମାନଙ୍କୁ ଥଇଥାନ କରିବା ପାଇଁ ଅର୍ଥ ଖର୍ଚ୍ଚ କରାଗଲା କିନ୍ତୁ ଶିକ୍ଷକମାନଙ୍କ ଦରମା ଦେବା ପାଇଁ ସରକାର ଚାହିଁଲେ ନାହିଁ । ଯଦି ୫-ଟି ରୂପାନ୍ତରୀକରଣ ନାଁରେ ୫ହଜାର କୋଟି ଟଙ୍କାର ଦୁର୍ନୀତି ହୋଇନଥାନ୍ତା ତାହାଲେ ଓଡ଼ିଶାର ସମସ୍ତ ସ୍କୁଲ ଶିକ୍ଷକମାନେ ପୂର୍ଣ୍ଣ ଦରମା ପାଇପାରିଥାନ୍ତେ ଏବଂ ଡ୍ରପଆଉଟ୍ ହାରକୁ ୫୦ପ୍ରତିଶତରୁ କମ୍ କରାଯାଇ ପାରିଥାନ୍ତା । ବିରୋଧୀଙ୍କୁ ଅନ୍ଧ ଏବଂ ବିକାଶ ବିରୋଧୀ କହୁଥିବା ଅହଂକାରୀ ଅଣଓଡ଼ିଆ ବିଜେଡି ନେତା ଥରେ ଏହି ଡ୍ରପଆଉଟ୍ ହାର ଉପରେ ପ୍ରତିକ୍ରିୟା ଦେଲେ ଭଲ ହୁଅନ୍ତା । ଓଡ଼ିଶାରେ ସରକାରୀ ସ୍କୁଲରେ ଯଦି ୫୦ ପ୍ରତିଶତ ପିଲା ପାଠ ଛାଡିବେ ତାହାଲେ ଏହା କେଉଁ ବିକାଶର ମାପ କାଠି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାରେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢ଼ିବ ସେହି ଭୟରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ପିଏମ୍‌ଶ୍ରୀ ଯୋଜନା, ପିଏମ୍ ଉଷା ଯୋଜନା, ମେରିଟି ଯୋଜନା ଭଳି ଯୁଗାନ୍ତକାରୀ ଯୋଜନାକୁ ବିଜେଡି ସରକାର ଲାଗୁ କଲେ ନାହିଁ । ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ପଛେ ଧ୍ୱଂସ ହୋଇଯାଉ କିନ୍ତୁ ବିଜୁ ଜନତା ଦଳର ରାଜନୀତି ଚାଲୁ ଏହା ହେଉଛି ଶାସକ ଦଳର ଏକମାତ୍ର ମାନସିକତା । ଓଡ଼ିଶା ଲୋକ ଏହି ଓଡିଶାବିରୋଧୀ ସରକାରଠାରୁ ତ୍ରାହି ଚାହିଁଲେଣି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । 

Argus Whatsapp Channel Mobile Top
Sponsored
bjp anil biswal press meet | Argus News