|
logo
Live

Argus News - ୨୧ ଲୋକସଭା ପରେ ବିଜେପି ଘୋଷଣା କଲା ୧୧୨ ବିଧାନସଭା ଯୋଦ୍ଧା

Odisha

୨୧ ଲୋକସଭା ପରେ ବିଜେପି ଘୋଷଣା କଲା ୧୧୨ ବିଧାନସଭା ଯୋଦ୍ଧା

Jitendra Dash
Browse all articles by Jitendra Dash
·2 years ago·2 min read
୨୧ ଲୋକସଭା ପରେ ବିଜେପି ଘୋଷଣା କଲା ୧୧୨ ବିଧାନସଭା ଯୋଦ୍ଧା

ଅର୍ଗସ ବ୍ୟୁରୋ : ଯୋଦ୍ଧା ପ୍ରସ୍ତୁତ, ଅସ୍ତ୍ର ବି ପ୍ରସ୍ତୁତ ଏବେ ଲଢେଇକୁ ଅପେକ୍ଷା । ୧୧୨ ବିଧାନସଭା ପ୍ରାର୍ଥୀ ଘୋଷଣା କରି ଆଗରେ ବିଜେପି । ୧୭ ବିଧାୟକଙ୍କୁ ପୁଣି ଥରେ ମଇଦାନକୁ ଛାଡିଛି ଦଳ । ୨୦୨୯ରେ ଲଢିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬୩ ଜଣଙ୍କ ଉପରେ ପୁଣି ଆସ୍ଥା ପ୍ରକଟ କରିଛି ବିଜେପି । ୪୯ ନୂଆ ମୁହଁକୁ ଓହ୍ଲାଇଛି ପଦ୍ମ । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ନେତା ପୁଣି ଥରେ ସମ୍ବଲପୁରରୁ ଲଢିବେ । ସେହପିରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ ଦଳ କେନ୍ଦୁଝରରୁ ଆଉ ଥରେ ମଇଦାନକୁ ଛାଡିଛି । ବରଗଡ ସାଂସଦ ସୁରେଶ ପୂଜାରୀ ବ୍ରଜରାଜନଗରରୁ ପ୍ରାର୍ଥୀ ହୋଇଛନ୍ତି ।

୧୧୨ ପ୍ରାର୍ଥୀ ମଧ୍ୟରେ ୮ ଜଣ ମହିଳା ଯୋଦ୍ଦାଙ୍କୁ ମିଳିଛି ଟିକେଟ । ଏମାନଙ୍କ ମଧ୍ୟରେ ସୁନ୍ଦରଗଡ ଆସନରେ ବିଧାୟକ କୁସୁମ ଟେଟେ ପୁଣି ଥରେ ପ୍ରାର୍ଥୀ ହୋଇଥିବା ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ବିଞ୍ଜାର ପୁରରେ ଟକ୍କର ଦେବେ ବବିତା ମଲ୍ଲିକ । ବାଲିଗୁଡାରୁ କଳ୍ପନା କୁମାରୀ କଅଁର, ଧର୍ମଶାଳାରୁ ସୃତିରେଖା ପହି, ନୟାଗଡରୁ ପ୍ରତ୍ୟୁଷା ରାଜେଶ୍ବରୀ ସିଂ, ବଣେଇରୁ ସେବତୀ ନାୟକଙ୍କୁ ଦଳ କରିଛି ପ୍ରାର୍ଥୀ । ନିମାପଡାରୁ ପ୍ରଭାତୀ ପରିଡା ଓ ବ୍ରହ୍ମଗିରିରୁ ଉପସନା ମହପାତ୍ର ମହିଳା ଯୋଦ୍ଦା ଭାବେ ଓହ୍ଲାଇଛନ୍ତି ମଇଦାନକୁ ।

ସେପଟେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରାରୁ ଟକ୍କର ଦେବେ ତେଜେଶ୍ବର ପରିଡା । ଭଟଲିରେ ସୁଶାନ୍ତ ସିଂଙ୍କ ସହ ଲଢିବେ ଇରାଶିଷ ଆଚାର୍ଯ୍ୟ । ଆଇ. ଆର. ଏସ ଚାକିରି ଛାଡି ରାଜନୀତିରେ ପାଦ ଥାପିଥିବା ସମ୍ବିତ ତ୍ରୀପାଠୀ ବଡମ୍ବାରେ ମୁକାବିଲା କରିବେ ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କୁ । ଆଠଗଡରେ ରାଜା ସ୍ବାଇଁ ଟକ୍କର ଦେବେ ଅଭୟ ବାରିକ । ନବୀନଙ୍କ ବିରୋଧରେ ହିଞ୍ଜିଳିରୁ ଲଢିବେ ଶିଶିର ମିଶ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

କିଛି ଦିନ ପୂର୍ବରୁ ବିଜେଡି ଛାଡି ପଦ୍ମଧରିଥିବା ୮ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଦାନ୍ତ ମହାପାତ୍ର ଦିଗପହଣ୍ଡିରୁ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ କୋରେଇ, ବିଧାୟକ ଅରବିନ୍ଦ ଢାଲି ଜୟଦେବ, ରାଜେନ୍ଦ୍ର ଦାସ ସୋର, ପ୍ରୟିଦର୍ଶୀ ମିଶ୍ରଙ୍କ ଭୁବନେଶ୍ବର ଉତ୍ତରରୁ ପ୍ରାର୍ଥୀ କରିଛି ଦଳ ।

Sponsored
୨୧ ଲୋକସଭା ପରେ ବିଜେପି ଘୋଷଣା କଲା ୧୧୨ ବିଧାନସଭା ଯୋଦ୍ଧା | Argus News