Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ନେତାଙ୍କ ଆତିଥ୍ୟରେ ମାଳ ମାଳ ସରକାରୀ ବାବୁ

Odisha

ବିଜେଡି ନେତାଙ୍କ ଆତିଥ୍ୟରେ ମାଳ ମାଳ ସରକାରୀ ବାବୁ

Jitendra Dash
Browse all articles by Jitendra Dash
·2 years ago·1 min read
ବିଜେଡି ନେତାଙ୍କ ଆତିଥ୍ୟରେ ମାଳ ମାଳ ସରକାରୀ ବାବୁ

ଅର୍ଗସ ବ୍ୟୁରୋ : ବିଜେଡି ନେତାଙ୍କ ବାବୁ ଠାଣି । ନେତାଙ୍କ ପଛେ ପଛେ ବଡ ଅଫିସର । ଯାଜପୁର ବସ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବାକୁ ଆଜି ଏସ ସି ବି ମେଡିକାଲ ଯାଇଥିଲେ ବିଜେଡି ନେତା ତଥା ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ପାଣ୍ଡିଆନଙ୍କ ପଛେ ପଛେ ଥିଲେ ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଏସପି ଭିନିତ ଅଗ୍ରଓ୍ବାଲ, କଟକ ଏସ ସି ବି ର ଜଣେ ଡାକ୍ତର ଓ କଟକ ଚୌଦ୍ବାର ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ବାଳ । ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ବେଳେ ବିଜେଡି ନେତା ଙ୍କ ସହ ଅଫିସରଙ୍କ ଉପସ୍ଥିତିକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେପଟେ ପାଣ୍ଡିଆନ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ କରିଥିବା ଅଭିଯୋଗ ଆଣି CEOଙ୍କୁ ଫେରାଦ ହୋଇଛି ବିଜେପି । ପାଣ୍ଡିଆନଙ୍କ ପାଇଁ କଟକ ଏସସିବିରେ କମିଶନରେଟ ପୋଲିସ ସ୍ବତନ୍ତ୍ର ବ୍ୟବସ୍ଥା କରିଥିବା ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବf କରିଛି ଦଳ । ନେତା ପାଣ୍ଡିଆନ୍ ଙ୍କ ସଙ୍ଗେ କାହିଁକି ଗଲେ ବାବୁ ? କାହିଁକି ବିଜେଡି ନେତାଙ୍କୁ ଏମିତି ସୁରକ୍ଷା ଦିଆଯାଇଛି ? କଣ ପାଇଁ ଏତେ ଆତିଥ୍ୟ ? ଆଉ ଏହା ଉପରେ ନିର୍ବାଚନ କମିଶନଙ୍କ ନଜର ପଡିବ ତ ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
BJP appealed to the Election Commission | Argus News