Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜୁ ଜନତା ଦଳର ମିଥ୍ୟା ବିଜ୍ଞାପନକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେପି

Odisha

ବିଜୁ ଜନତା ଦଳର ମିଥ୍ୟା ବିଜ୍ଞାପନକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେପି

Jitendra Dash
Browse all articles by Jitendra Dash
·2 years ago·1 min read
ବିଜୁ ଜନତା ଦଳର ମିଥ୍ୟା ବିଜ୍ଞାପନକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେପି

ଅର୍ଗସ ବ୍ୟୁରୋ : ବିଜୁ ଜନତା ଦଳର ମିଥ୍ୟା ବିଜ୍ଞାପନକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେପି । ଖାରବେଳ ନଗର ଥାନାରେ ବିଜେପି ଲିଖିତ ଅଭିଯୋଗ କରିବା ସହ ବିଜ୍ଞାପନକୁ ପୋଡିଛି । ଯୋଜନାବଦ୍ଧ ଷଡଯନ୍ତ୍ର କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ରାଜ୍ୟ ସରକାର ଶାସକ ଦଳର ସ୍ୱାର୍ଥରେ ବ୍ୟବହାର କରିବା ପ୍ରସଙ୍ଗରେ ସମସ୍ତ ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞାପନ ପ୍ରକାଶ ପାଇଥିଲା । 

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ  ତରଫରୁ ବିଜ୍ଞାପନ ପ୍ରକାଶ ପାଇଛି । ଏହି ବିଜ୍ଞାପନରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଥିଲେ । ଖାଦ୍ୟ ସୁରକ୍ଷା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ମାଗଣା ଚାଉଳ  ଅବଧିକୁ ଆଗାମୀ ୫ ବର୍ଷ ପାଇଁ ସଂପ୍ରସାରଣ ଉଲ୍ଲେଖ ରହିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତ୍ୟେକ ହିତାଧିକାରୀକୁ ପ୍ରତି ମାସ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଣରେ ସମୁଦାୟ ୧୨ ଶହ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲେ ବି  ଏ ଟଙ୍କା କାହାର, କିଏ ଦେବ ସେ ନେଇ କିଛି ଉଲ୍ଲେଖ ନଥିଲା । ଯାହାକୁ ନେଇ ବିଜେଡି  କେନ୍ଦ୍ରୀୟ ଯୋଜନା ହାଇଜାକ କରିବାକୁ ଯୋଜନା କରୁଛି ବୋଲି ବିଜେପି ଅଭିଯୋଗ କରିଛି ।

Argus Whatsapp Channel Mobile Top
Sponsored
BJP approached police station over Biju Janata Dal's false advertisement | Argus News