Videos
|
Odisha

ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ଡାକ୍ତର ପୁର୍ଣ୍ଣଚନ୍ଦ୍ର ମହାପାତ୍ର

Jitendra Dash
Browse all articles by Jitendra Dash
·2 years ago·2 min read
ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ଡାକ୍ତର ପୁର୍ଣ୍ଣଚନ୍ଦ୍ର ମହାପାତ୍ର

ଅର୍ଗସ ବ୍ୟୁରୋ : ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନ ଦାଖଲ ପକ୍ରିୟା ।  ଶେଷ ଦିନରେ କଟକ ଚଣ୍ଡୀ ମନ୍ଦିରରୁ ପୂଜାର୍ଚ୍ଚନା କରି ବିଶାଳ ପଟୁଆରରେ ଆସି ବାରବାଟୀ କଟକରୁ ନାମାଙ୍କନ ଭରିଛନ୍ତି ବିଜେପିର ପ୍ରାର୍ଥୀ ଡାକ୍ତର ପୁର୍ଣ୍ଣଚନ୍ଦ୍ର ମହାପାତ୍ର । ବାରବାଟୀ କଟକ ବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ତାଙ୍କ ସହ ରହିଛି ବୋଲି କହିଛନ୍ତି ଡାକ୍ତର ପୁର୍ଣ୍ଣଚନ୍ଦ୍ର । ଏପଟେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରୁ ବିଭିନ୍ନ ଦଳରୁ ଟିକେଟ ଆଶାୟୀ ଥିବା ଅନେକ ଅସନ୍ତୁଷ୍ଟ ପାର୍ଥି ଆଜି ସ୍ୱାଧୀନ ପାର୍ଥି ଭାବେ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି । ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ଯେଉଁ ବିକାଶ ନାଁରେ ଲୋକଙ୍କୁ ଭୁଆଁ ବୁଲାଯାଉଛି ତାହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ସ୍ୱାଧୀନ ପ୍ରାର୍ଥୀ । 

ଏପଟେ କଟକ ସଦର ସଂରକ୍ଷିତ ବିଧାନସଭା ଆସନରେ ଏଥର ବିକାଶ ବନାମ ଭ୍ରଷ୍ଟାଚାରକୁ ନେଇ ନିର୍ବାଚନ ଲଢ଼ିବେ ୩ ପ୍ରମୁଖ ପ୍ରତିଦ୍ବନ୍ଦୀ । ପୂର୍ବରୁ ୨ ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜେଡି ଏବଂ ବିଜେପିର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବା ବେଳେ ଆଜି ଶେଷ ଦିନରେ କଟକ ସଦର ପାଇଁ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ଗୋଛାୟତ ନାମାଙ୍କନ ଭରିଛନ୍ତି ।  କଟକ ସଦର ନିର୍ବାଚନୀ କ୍ଷେତ୍ରରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି, ଯାହାକୁ ପ୍ରସଙ୍ଗ କରି ସେ ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏଥିସହ ଏହି ନିର୍ବାଚନ ମଣ୍ଡଳୀରେ ଜଳସେଚନ ସମସ୍ୟା ଏବଂ ଶୀତଳ ଭଣ୍ଡାର ଅଚଳ ପ୍ରସଙ୍ଗକୁ ନେଇ ଭୋଟର ପରିବର୍ତ୍ତନ ନିଶ୍ଚିତ କରିବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ । ସେପଟେ କଟକ ଚୌଦ୍ୱାରରୁ ବିଜେଡି ଟିକେଟରୁ ଆଶାୟୀ ଥିବା ରୂପାଲି ଲେଙ୍କା ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ସ୍ଵାଧୀନ ପ୍ରାର୍ଥୀ  ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶେଷ ଦିନରେ ନାମାଙ୍ନ ଭରିଛନ୍ତି ବାକି ଥିବା ପ୍ରାର୍ଥୀ । ଆସନ୍ତାକାଲି ପ୍ରାର୍ଥୀ ପତ୍ର ଯାଞ୍ଚ ହେବାକୁ ଥିବା ବେଳେ ୯ ତାରିଖ ଦିନ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବାର ସମୟ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP Barabati-Cuttack MLA Candidate Purna Chandra Mohapatra Offer Prayer At Maa Cuttack Chandi Temple | Argus News