ସମ୍ବିତ ରାଉତରାୟ ଏବଂ ତାଙ୍କ ଦଳର ମୁଖିଆ ରାଷ୍ଟ୍ରପତି ମହୋଦୟାଙ୍କୁ କ୍ଷମା ମାଗନ୍ତୁ

ଅର୍ଗସ ବ୍ୟୁରୋ : ଅଣ ଓଡିଆଙ୍କ ବଚସ୍କର ସାଜିଥିବା ବିଜେଡି ନେତାମାନେ ଓଡ଼ିଶାର ବଂଚିତ ବର୍ଗର ଗୌରବ ସାଜିଥିବା ଭାରତର ରାଷ୍ଟ୍ରପତି ମାନନୀୟା ଦୌପଦୀ ମୁର୍ମୁଙ୍କୁ ବାରମ୍ବାର ଅସମ୍ମାନିତ କରୁଛନ୍ତି । ଯେଉଁଥିପାଇଁ ସମଗ୍ର ଓଡ଼ିଶାବାସୀଙ୍କୁ ବେଳେ ବେଳେ ଲଜ୍ଜିତ ହେବାକୁ ପଡୁଛି ବୋଲି ପୂର୍ବତନ ସାଂସଦ ଡ. ବିଭୂ ପ୍ରସାଦ ତରାଇ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ମହାମହିମ ରାଷ୍ଟ୍ରପତି ମାନନୀୟା ଦୌପଦୀ ମୁର୍ମୁଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ରାଷ୍ଟ୍ରମୁଖ୍ୟ ଭାବରେ ସମ୍ବିଧାନ ଆଧାରରେ ଦଳୀୟ ଚିନ୍ତାଧାରାର ଊର୍ଦ୍ଧ୍ୱରେ ରହି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ କ’ଣ ଅଭିଭାଷଣ ଦେବେ ତାହାକୁ କଣ ବିଜେଡି ବିଧାୟକ ସ୍ଥିର କରିବେ! ବିଜେଡି ଦଳର ବିଧାୟକ ଶ୍ରୀ ରାଉତରାୟ ରାଷ୍ଟ୍ରପତି ମହୋଦୟାଙ୍କୁ ସମାଲୋଚନା କରିବା ତାଙ୍କର ମୁର୍ଖତା, ଅଜ୍ଞତା, ଅହମିକା ହୋଇପାରେ । ପାରାଦୀପ ବନ୍ଦରକୁ କୁଆଡେ ସମ୍ବିତ ରାଉତରାୟ ଅଚଳ କରିଦେବେ ବୋଲି ଦମ୍ଭ ଦେଖାଇଛନ୍ତି । ତେବେ ବନ୍ଦରକୁ ଅଚଳ କରିବା ତ ଦୂରର କଥା ଯଦି ସାହସ ଅଛି ତାହାଲେ ଗୋଟିଏ ପଂଚାୟତ ଅଚଳ କରି ଦେଖାନ୍ତୁ ବୋଲି ବିଭୂ ପ୍ରସାଦ ତରାଇ କଟାକ୍ଷ କରିଛନ୍ତି ।
ପାରାଦୀପ ବନ୍ଦର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ “କାରଗୋହେଣ୍ଡଲିଂ” କ୍ଷେତ୍ରରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ପାରାଦୀପ ବନ୍ଦର ପାଇଁ ବିକାଶର ସୁସ୍ୱାଦ ଚାଖିଛି ଓଡ଼ିଶା । ତୈଳବିଶୋଧନାଗାର, ପ୍ଲାଷ୍ଟିକ ପାର୍କ, ବିଭିନ୍ନ ବେସରକାରୀ ପ୍ରତିଷ୍ଠାନମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗେଇ ଆସିଛନ୍ତି । ସେହି ସମୟରେ ସମ୍ବିତ ରାଉତରାୟଙ୍କ ଏଭଳି ଶସ୍ତା ମନ୍ତବ୍ୟ ସମ୍ବିଧାନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ । ବିଜେଡି ବିଧାୟକ ସମ୍ବିତ ରାଉତରାୟ ଏବଂ ତାଙ୍କ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତି ମହୋଦୟାଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ତରାଇ କହିଛନ୍ତି ।
📱 Get Argus News App
✨