Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ପ୍ରସଙ୍ଗରେ ବିଜେପିର ମିଳିତ ହମଲା

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ପ୍ରସଙ୍ଗରେ ବିଜେପିର ମିଳିତ ହମଲା

ଅର୍ଗସ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇଥିବା ଚର୍ଚ୍ଚା ଭିତରେ ବିଜେଡି କ୍ଷମତାକେନ୍ଦ୍ର ଉପରେ ଷଣ୍ଢୁଆସୀ ଆକ୍ରମଣ କରିଛନ୍ତି ବିଜେପିର ୫ ହେଭିୱେଟ୍ । ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରିଛନ୍ତି ତେରଛା ବାଣ । କହିଛନ୍ତି ଯେଉଁମାନଙ୍କର ପଛ ଦରବାଜା ବାଟେ କ୍ଷମତା ମାଡ଼ିବସିବାର ଯୋଜନା ଅଛି ସେମାନଙ୍କ ଭିତର ପଶିଛି ଡର । ଯେଉଣାନଙ୍କର ଭଡ଼ାରେ ଆଣି ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ବ୍ୟଗ୍ରତା ସେମାନଙ୍କ ଭିତରେ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଭାରି ଉତ୍କଣ୍ଠା ।

ସେହିଭଳି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି ଯାହାଙ୍କୁ ଭୋଟ୍ ଦେଇଥିଲେ ଓଡ଼ିଶାବାସୀ ତାଙ୍କୁ  କରାଯାଉଛି ବନ୍ଦୀ । ନବୀନଙ୍କୁ କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଉଛି । AI ବ୍ୟବହାର କରି ପ୍ରସ୍ତୁତ କରାଯାଉଛି ନବୀନଙ୍କ ଡିପ୍ ଫେକ୍ ଭିଡିଓ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଂସଦ ଅପରାଜିତା ବି ସମାନ ପ୍ରସଙ୍ଗରେ କରିଛନ୍ତି ଆଟାକ୍ । କହିଛନ୍ତି ସାନବାବୁ ସମସ୍ତଙ୍କୁ ଦୂରେକି ରଖି ସିଏମ ସାହେବଙ୍କୁ କରିଛନ୍ତି ଆଇସୋଲେଟ୍ ।  ମୁଖ୍ୟ ଶାସନ ସଚିବବ, କ୍ୟାବିନେଟ୍ ମିନିଷ୍ଟର, ଡିଜି ପୋଲିସ ସାନବାବୁଙ୍କ ଅନୁମତି ବିନା ଭେଟିପାରୁନାହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ । ଯେଉଁ ପ୍ରସଙ୍ଗରେ ବିଜେଡି ନିରୁତ୍ତର ସେହି କଥା ଉଠାଇ ବିଜେପିର ବରିଷ୍ଠ ନେତା କରିଛନ୍ତି ଜୋରଦାର ପ୍ରହାର । ଏଥିସହ ପଛବାଟ ଦେଇ ଓଡ଼ିଶାର କ୍ଷମତା ଦଖଲ ଲାଗି ଚାଲିଥିବା ଚକ୍ରାନ୍ତ ୨୪ ନିର୍ବାଚନରେ ବନିଛି ପ୍ରମୁଖ ପ୍ରସଙ୍ଗ । 

Sponsored
bjp-bjd fight | Argus News