BJP Core Committee / ଆଜି ବସିବ ବିଜେପିର କୋର୍ କମିଟି ବୈଠକ, ନୂଆପଡା ଉପନିର୍ବାଚନ ନେଇ ହେବ ଆଲୋଚନା

Key Points
ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର୍ କମିଟି ବୈଠକ । ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ କୋର୍ କମିଟି ବୈଠକ । ୨ ପ୍ରଭାରୀଙ୍କ ସହ ଉପସ୍ଥିତ ରହିବେ କୋର୍ କମିଟିର ସମସ୍ତ ସଦସ୍ୟ ।
ଆଜି ବସିବ ବିଜେପିର କୋର କମିଟି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ । ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି.ସତୀଶ ଏହି ବୈଠକରେ ଯୋଗଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ।
ତେବେ ଆଜି ହେବାକୁ ଥିବା କୋର୍ କମିଟି ବୈଠକରେ ନୂଆପଡା ଉପନିର୍ବାଚନ ନେଇ ଆଲୋଚନା ହେବ । କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ହେବ ମାନସ ମନ୍ଥନ । ଏହାସହ ରାଜ୍ୟ କମିଟି ମଧ୍ୟ ଚୂଡ଼ାନ୍ତ ହୋଇପାରେ ।
ସେପଟେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, ନୂଆପଡ଼ା ପାଇଁ ଖୁବଶୀଘ୍ର ବିଜେପି ପ୍ରାର୍ଥୀ ଘୋଷଣା କରିବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କୋର କମିଟି ବୈଠକରେ ଏ ନେଇ ଆଲୋଚନା ହେବ । ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିବା ପ୍ରଶ୍ନରେ ପ୍ରଭାରୀ କହିଛନ୍ତି ମୋ ପାଖେ ସେମିତି କିଛି ସୂଚନା ନାହିଁ । କିନ୍ତୁ ବହୁତ ଆଶାୟୀଙ୍କ ନାମ ରହିଛି, ସେନେଇ ଆଲୋଚନା ହେବ ।
ଅଧିକ ପଢ଼ନ୍ତୁ: ସରକାରଙ୍କ ଘୋଷଣା ପରେ ଛାନିଆ ବିଜେଡି ଓ କଂଗ୍ରେସ !
ସେପଟେ ନୂଆପଡା ଉପ ନିର୍ବାଚନ ଆଗରୁ ବିଜେପି ସରକାରର ବଡ଼ କାର୍ଯ୍ୟକ୍ରମ ପରେ ବିରୋଧୀ ବିଜେଡି ଓ କଂଗ୍ରେସକୁ ଏବେଠୁ ଘାରିଲାଣି ହାରିବା ଭୟ । ତାରିଖ ଘୋଷଣା ପରେ ପ୍ରଥମ ଦଳ ଭାବେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବ ଥର ଦଳ ଟିକେଟ ନ ଦେବାରୁ ସ୍ଵାଧୀନ ଛିଡ଼ା ହୋଇଥିବା ଘାସିରାମ ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇଛି । ୨୪ ନିର୍ବାଚନରେ ନିଜ ଦମ୍ ଦେଖାଇ ୫୦ ହଜାରରୁ ଉର୍ଦ୍ଧ୍ଵ ଭୋଟ ସହ ଦ୍ଵିତୀୟ ସ୍ଥାନରେ ରହିଥିଲେ ଘାସିରାମ। ଆଉ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନୂଆପଡା ଟିକେଟ ଦେବା ଯେ ଦଳର ଭୁଲ ନିଷ୍ପତି ଥିଲା ତାହା ପ୍ରମାଣିତ କରି ଦେଇଥିଲେ। ତେବେ ଏଥର ତାଙ୍କ ଉପରେ ଭରସା କରିଥିବାରୁ ଦଳକୁ ଧନ୍ୟବାଦ ଦେବା ସହ ବିଜୟ ଲାଗି ବେଶ ଆଶାବାଦୀ ଅଛନ୍ତି ଘାସିରାମ ।
📱 Get Argus News App
✨ସେପଟେ ଶାସନ ଗାଦି ଗଲା ପରେ ପ୍ରଥମ ଥର ଉପନିର୍ବାଚନ ସାମ୍ନା କରୁଥିବା ବିଜେଡିକୁ ଗଡ ବଞ୍ଚାଇବା ଚିନ୍ତା ଘାରିଛି । ତେଣୁ ପ୍ରାର୍ଥୀ ଘୋଷଣା କରିନଥିଲେ ବି କାଲିଠୁ ପଦଯାତ୍ରା ମାଧ୍ୟମରେ କ୍ୟାମ୍ପେନ ଆରମ୍ଭ କରିବ ବୋଲି ସଜବାଜ ହେଲାଣି ଦଳ ।
Related Topics
Explore more stories